ETV Bharat / bharat

Attack on Nitish Kumar Carcade, ପଥରମାଡ ଘଟଣାରେ ୧୩ ଗିରଫ - ପଥର ମାଡ

ନୀତିଶ କୁମାରଙ୍କ କନଭୟ ଉପରକୁ ପଥରମାଡ ଘଟଣାରେ ୧୩ ଜଣଙ୍କୁ ଗିରଫ କଲା ପାଟନା ପୋଲିସ । ଅଧିକ ପଢନ୍ତୁ

ନୀତିଶ କୁମାରଙ୍କ କନଭୟ ଉପରକୁ ପଥରମାଡ, ୧୩ ଗିରଫ

author img

By

Published : Aug 22, 2022, 9:43 AM IST

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ କନଭୟ ଉପରକୁ ପଥରମାଡ ଘଟଣା । ୧୩ଜଣଙ୍କୁ ଗିରଫ କଲା ପାଟନା ପୋଲିସ । ଗତକାଲି (ରବିବାର) ସଂଧ୍ୟାରେ ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀଙ୍କ କାଫିଲା ବାହାରିବା ବେଳେ ପାଟନା ଗୟା ରାସ୍ତାର ସୋଗି ଗ୍ରାମରେ ପଥର ମାଡ କରିଥିଲେ କିଛି ଅଜଣା ବ୍ୟକ୍ତିବିଶେଷ । ଫଳରେ କିଛି ଗାଡିରେ ଡୋର ଭାଙ୍ଗିଯାଇଥିଲା । ଏନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇଆଲର୍ଟ ଜାରି କରିବା ସହ ତଦନ୍ତ ଆରମ୍ଭ କରିଥିଲା । ତେବେ ପଥର ମାଡ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ ଗାଡିରେ ନଥିବା କାରଣରୁ କୌଣସି ଅଘଟଣ ଘଟିନଥିଲା ।

  • Bihar | A total of 13 accused have been arrested in connection with stone-pelting at the convoy of Bihar CM Nitish Kumar yesterday: SSP Patna https://t.co/vPUyPwI32X

    — ANI (@ANI) August 22, 2022 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ-ବିହାର ମୁଖ୍ୟମନ୍ତ୍ରୀଙ୍କ କନଭୟ ଉପରକୁ ପଥର ମାଡ, ଗାଡିରେ ନଥିଲେ ନୀତିଶ

କିଛିଦିନ ପୂର୍ବେ ବିହାର ଉପ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବଙ୍କ ଏକ ବୟାନ ସାମ୍ନାକୁ ଆସିଥିଲା । ସେ କହିଥିଲେ ଯେ, ‘ଯଦି ବିରୋଧୀ ଚାହାନ୍ତି ତେବେ ନୀତିଶ କୁମାର ଜଣେ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ।’ ଏହି ବୟାନକୁ ନେଇ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । ବିଜେପି ସହ ମେଣ୍ଟ ଭାଙ୍ଗି ମହାମେଣ୍ଟ ସହଯୋଗରେ ପୁଣି ସରକାର ଗଠନ କରିଥିବା ନୀତିଶ କୁମାରଙ୍କୁ ଆଗାମୀ 2024 ସାଧାରଣ ନିର୍ବାଚନରେ ବିରୋଧୀଙ୍କ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ମଧ୍ୟ ଚର୍ଚ୍ଚା ହେଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.