ETV Bharat / bharat

ତେଲ ଟାଙ୍କି ସଫା କରୁଥିବା ବେଳେ 7 ଶ୍ରମିକ ମୃତ - ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା

ଅମ୍ବାତି ସୁବାନ୍ନା ତେଲ କାରଖାନା ପରିସରରେ ଅଭାବନୀୟ ଘଟଣା । ତେଲ ଟାଙ୍କି ସଫେଇ କରୁଥିବା ବେଳେ 7 ଶ୍ରମିକ ମୃତ । ଅଧିକ ପଢନ୍ତୁ

seven people died after getting into the oil tanker

author img

By

Published : Feb 9, 2023, 11:08 AM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଅଭାବନୀୟ ଘଟଣା । ସଫେଇ କରିବାକୁ ଯାଇଥିବା ବେଳେ ତେଲ ଟ୍ୟାଙ୍କରରେ 7ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଏଭଳି ଦୁଃଖଦ ଘଟଣା ଘଟିଛି କାକିନାଡା ଜିଲ୍ଲାର ପେଡାପୁରାମ ମଣ୍ଡଳର ରାମମ୍ପେଟାରେ । ନିର୍ମାଣାଧିନ ଅମ୍ବାତି ସୁବାନ୍ନା ତେଲ କାରଖାନା ପରିସରରେ ଏକ ତେଲ ଟ୍ୟାଙ୍କର ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରୁ 5ଜଣ ପାଡେରୁ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପାଲିମେରୁରୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ସେମାନଙ୍କ ନାମ ସ୍ପଷ୍ଟ କରାଯାଇ ନାହିଁ ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ଅମ୍ବାତି ସୁବାନ୍ନା ତେଲ କାରଖାନା ପରିସରରେ ଥିବା ଏକ ତେଲ ଟ୍ୟାଙ୍କର ମଧ୍ୟକୁ ମୃତକ ସାତ ଜଣ ସଫେଇ କରିବାକୁ ଯାଇଥିଲେ । କିନ୍ତୁ ସଫେଇ କରୁଥିବା ସମୟରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ କେଉଁ କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି ସେନେଇ ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ । ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେଲ କାରାଖାନା ପକ୍ଷରୁ ଏନେଇ ଅଧିକ ସୂଚନା ପ୍ରଦାନ କରାଯାଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ନା ନାହିଁ ତାହା ତାହା ଜଣାପଡିନାହିଁ । ପୋଲିସର ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.