ଅମରାବତୀ: ଆନ୍ଧ୍ରପ୍ରଦେଶର ଅନନ୍ତପୁର ଜିଲ୍ଲାରେ ଦୁଇଟି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ଜିଲ୍ଲାର ଦୁଇଟି ପୃଥକ ପୃଥକ ସ୍ଥାନରେ ଏହି ଦୁର୍ଘଟଣା ଘଟିଛି । ଯେଉଁଥିରେ ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି ।
ପ୍ରଥମେ ଅନନ୍ତପୁର ଜିଲ୍ଲା ପାମିଡି ଜାତୀୟ ରାଜପଥ ନିକଟରେ ଏକ ଦୁର୍ଘଟଣା ଘଟିଥିଲା । ଯେଉଁଠି ଗୋଟିଏ ଅଟୋ ଶ୍ରମିକଙ୍କୁ ନେଇ କୋଟ୍ଟାଲପଲ୍ଲି ଯାଉଥିବାବେଳେ ଏକ ଟ୍ରକ ଅଟୋକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୫ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି ଏବଂ ୮ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସମସ୍ତ ମୃତକ ଗାରଲାଡିନେ ମଣ୍ଡଳ କୋପ୍ପାଲାଗୋଣ୍ଡା ଅଞ୍ଚଳର ବୋଲି ଜଣାପଡିଛି ।
ସମାନ ଜିଲ୍ଲାରେ ଆଜି ଆଉ ଏକ ସଡକ ଦୁର୍ଘଟଣା ଘଟିଛି । କିଛି ଲୋକ ରାସ୍ତାରେ ଯାଉଥିବାବେଳେ ଦ୍ରୁତଗତିରେ ଆସୁଥିବା ଏକ କାର୍ ସେମାନଙ୍କ ଉପରେ ମାଡି ଯାଇଛି । ଏଥିରେ ଦୁଇ ଜଣ ପ୍ରାଣ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ