ନୂଆଦିଲ୍ଲୀ: ଦେଶରେ କୋରୋନା ଭ୍ୟାକ୍ସିନର ପ୍ରସ୍ତୁତି କରୁଥିବା ଟିକା ନିର୍ମାତା କମ୍ପାନୀ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଅଦାର ପୁନାୱାଲାଙ୍କୁ ଦିଆଗଲା Y କାଟାଗୋରୀ ସୁରକ୍ଷା । ଏନେଇ ବୁଧବାର ନିର୍ଦ୍ଦେଶ ଜାରି କରିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ ।
ଗୃହ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲାଙ୍କୁ ଏହି ସୁରକ୍ଷା କେନ୍ଦ୍ରୀୟ ରିସର୍ଭ ପୋଲିସ ବଳ(ସିଆରପିଏଫ) ପକ୍ଷରୁ ଦିଆଯିବ ।
ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଟିକା ଦେବା ପାଇଁ କୋଭିସିଲ୍ଡ ଭ୍ୟାକ୍ସିନର ଦର 100 ଟଙ୍କା ହ୍ରାସ କରାଯାଇଛି । ଏବେ 400 ନୁହେଁ, 300 ଟଙ୍କାରେ ମିଳିବ କୋଭିସିଲ୍ଡ ଟିକା ।