ETV Bharat / bharat

Serum Institute Fraud Case: 5 ରାଜ୍ୟର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ବିପୁଳ ଟଙ୍କା - ସେରମ ଇଂଷ୍ଟିଟ୍ୟୁଟ ଅଫ ଇଣ୍ଡିଆ

ଅନଲାଇନ ଠକେଇର ଶିକାର ହେଲା ଫାର୍ମା କମ୍ପାନୀ ସେରମ ଇଂଷ୍ଟିଟ୍ୟୁଟ (Serum Institute Fraud Case)। 5 ରାଜ୍ୟର ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ଯାଇଛି ପ୍ରାୟ ଏକ କୋଟିରୁ ଅଧିକ ପରିମାଣର ଟଙ୍କା । ଆଦାର ପୁନାଓ୍ବାଲାଙ୍କ ନାମରେ ମିଥ୍ୟା ହ୍ବାଟ୍ସଆପ ମେସେଜ କରିଥିଲେ ସାଇବର ଠକ । ଏତଲା ଆଧାରରେ ତଦନ୍ତ ଆରମ୍ଭ କଲା ପୋଲିସ । ଅଧିକ ପଢନ୍ତୁ

Serum Institute Fraud Case: 5 ରାଜ୍ୟର ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ବିପୁଳ ଟଙ୍କା

author img

By

Published : Sep 12, 2022, 10:20 PM IST

ମୁମ୍ବାଇ: ଅନଲାଇନ ଠକେର ଶିକାର ହୋଇଛି ଭାରତୀୟ ଫାର୍ମା କମ୍ପାନୀ ସେରମ ଇଂଷ୍ଟିଟ୍ୟୁଟ (Serum Institute) । କମ୍ପାନୀ ପ୍ରାୟ 1 କୋଟି ଟଙ୍କା ସାଇବର ଫ୍ରଡର ଶିକାର ହୋଇଥିବା ନେଇ ଥାନାରେ ମାମଲା ଦାଏର ହୋଇଛି । ଏହି ଠକେଇ ହୋଇଥିବା ଅର୍ଥରାଶି 5 ଟି ରାଜ୍ୟର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ସୂଚନା ମିଳିଛି (Serum Institute Fraud Case)। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସାଇବର ସେଲ ଜରିଆରେ ତଦନ୍ତ ଆରମ୍ଭ କରିଛି ।

ଏହି ଫ୍ରଡ ଅନଲାଇନ ଜରିଆରେ ହୋଇଛି (Money Transferred in Serum Institute Fraud Case) । ସୋସିଆଲ ମିଡିଆ ଆପ ହ୍ବାଟ୍ସଆପରେ କମ୍ପାନୀର ମୁଖ୍ୟ ତଥା କାର୍ଯ୍ୟନିର୍ବାହନୀ ଅଧିକାରୀ ଆଦର ପୁନାଓ୍ବାଲାଙ୍କ ନାମରେ ମିଥ୍ୟା ବାର୍ତ୍ତା ପଠାଇ ଏହି ଠକେଇକୁ ରୂପ ଦେବାରେ ସଫଳ ହୋଇଛନ୍ତି ସାଇବର ଠକ । ଏକାଧିକ ଟ୍ରାନାଜାକ୍ସନ ହେବା ପରେ ସାଇବର ଠକେଇ ସମ୍ପର୍କରେ ସୂଚନା ପାଇଥିଲେ ଫାର୍ମା କମ୍ପାନୀ କର୍ତ୍ତୁପକ୍ଷ (Serum Institute Fraud Case)। ଏହି ସମସ୍ତ ଅନଲାଇନ ଅର୍ଥରାଶି କାରବାର ସେପ୍ଟେମ୍ବର 7 ଓ 8 ତାରିଖ ମଧ୍ୟରେ ହୋଇଥିବା ଜଣାପଡିଛି । ଟଙ୍କା ପଠାଯାଇଥିବା 5 ରାଜ୍ୟ ମଧ୍ୟରେ ପଶ୍ଚିମବଙ୍ଗ, ବିହାର, ଓଡିଶା, କେରଳ ଓ ମଧ୍ୟ ପ୍ରଦେଶ ରହିଛି । ସେହିପରି ଅର୍ଥ କାରବାର ହୋଇଥିବା ବ୍ୟାଙ୍କ ମଧ୍ୟରେ ICCI, HDFC, SBI ଓ IDFC ବ୍ୟାଙ୍କର ଏକାଧିକ ଆକାଉଣ୍ଟ ଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

କମ୍ପାନୀ (Serum Institute) କର୍ତ୍ତୃପକ୍ଷ ପୁଣେର ବନ୍ଦାଗାର୍ଡେନ ଥାନାରେ ଏତଲା ଦେବା ପରେ ପୋଲିସ ସାଇବର ସେଲ ସହଯୋଗରେ ତଦନ୍ତ ଆରମ୍ଭ କରିଛି । ତଦନ୍ତର ଫଳଫଳ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ ସୂଚନା ଦେଇଛି । ଅନଲାଇନରେ କାରବାର ହୋଇଥିବା ଅର୍ଥରାଶିର ଟ୍ରାନାକ୍ସସନ ଡିଟେଲ୍ସ ରେକର୍ଡ ଆଧାରରେ ପୋଲିସ ଉକ୍ତ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚିବା ପାଇଁ ବୈଷୟିକ ପ୍ରୟାସ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.