ETV Bharat / bharat

ଶିବସେନା ବିବାଦ: 22ରେ ଉଦ୍ଧବ ଗୋଷ୍ଠୀ ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ - Supreme Court

SC to hear on Jan 22 UBT-led Shiv Sena's plea: 22 ରେ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ଶିବସେନା ବିବାଦ: 22 ରେ ଉଦ୍ଧବ ଠାକରେ ଗୋଷ୍ଠୀର ଆବେଦନ ଶୁଣାଣି କରିବେ ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Jan 17, 2024, 5:34 PM IST

ନୂଆଦିଲ୍ଲୀ: ଶିବସେନା ବିବାଦକୁ ନେଇ ମହାରାଷ୍ଟ୍ର ବାଚସ୍ପତି ରାହୁଲ ନରଓ୍ବେକର ଦେଇଥିବା ରାୟକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଉଦ୍ଧବ ଠାକରେ ଗୋଷ୍ଠୀ । ତେବେ ଏହି ମାମଲାର ଶୁଣାଣି କରିବାକୁ ସର୍ବୋଚ୍ଚ କୋର୍ଟ ସହମତି ପ୍ରକାଶ କରିଛନ୍ତି । 22 ତାରିଖରେ ବାଚସ୍ପତିଙ୍କ ରାୟ ବିରୋଧରେ ଦାଏର ମାମଲାର ଶୁଣାଣି ହେବାକୁ ଯାଉଛି । ଗତ ସପ୍ତାହରେ ବାଚସ୍ପତି ରାହୁଲ ନରଓ୍ବେକର ସିନ୍ଦେ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମନା କରିବା ସହ ସିନ୍ଦେ ଗୋଷ୍ଠୀ ହିଁ ମୁଖ୍ୟ ଶିବସେନା ବୋଲି ରାୟ ଶୁଣାଇ ଥିଲେ । ଯାହାକୁ ଗଣତନ୍ତ୍ରର ହତ୍ୟା ବୋଲି କହି ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଉଦ୍ଧବ ଗୋଷ୍ଠୀ । ଜାନୁଆରୀ 10 ରେ ବାଚସ୍ପତିଙ୍କ ରାୟ ଉପରେ ତୁରନ୍ତ ଅନ୍ତରୀଣ ରହିତାଦେଶ ଜାରି କରିବା ପାଇଁ ଏହି ଆବେଦନରେ ଉଦ୍ଧବ ଗୋଷ୍ଠୀ ଦର୍ଶାଇଛି ।

ମିଳିଥିବା ସୂଚନା ଅନୁସାରେ, ଏହି ବହୁଚର୍ଚ୍ଚିତ ମାମଲାରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ଖଣ୍ଡପୀଠରେ ହେବ । ଆବେଦନକାରୀ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଏହି ମାମଲାରେ ପକ୍ଷ ରଖିବେ । ସୋମବାର ଏହି ମାମଲାର ଶୁଣାଣି ଉପରେ ସମସ୍ତଙ୍କ ନଜର ରହିଛି ।

ବର୍ଷ 2022 ଜୁନରେ ମହାବିକାଶ ଅଗାଡ଼ି ମେଣ୍ଟ ସହଯୋଗରେ ସରକାର କରିଥିବା ଶିବସେନାରେ ବିଦ୍ରୋହ ଦେଖାଯାଇଥିଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକମାନେ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରାହ କରିବା ସହ ନିଜକୁ ମୁଖ୍ୟ ଶିବସେନା ବୋଲି ଦାବି କରିଥିଲେ । ନାଟକୀୟ ଢଙ୍ଗରେ ଗୃହରେ ସଂଖ୍ୟା ବହୁମତ ପ୍ରମାଣିତ ହେବା ପୂର୍ବରୁ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ସିନ୍ଦେ ସମର୍ଥିତ ଗୋଷ୍ଠୀ ବିଜେପି ସହ ମିଶି ସରକାର ଗଠନ କରିବା ସହ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ଶିବସେନା ବିବାଦ: ବାଚସ୍ପତିଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟରେ ପହଞ୍ଚିଲା ଉଦ୍ଧବ ଗୋଷ୍ଠୀ

ଏହା ବିରୋଧରେ ସେତେବେଳେ ଉଦ୍ଧବ ଗୋଷ୍ଠୀ ନିର୍ବାଚନ ଆୟୋଗ ନିକଟରେ ଅଭିଯୋଗ କରିଥଲେ । ସେଠାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା । ସିନ୍ଦେ ଗୋଷ୍ଠୀକୁ ନିର୍ବାଚନ କମିଶନ ମୁଖ୍ୟ ଶିବସେନା ଘୋଷଣା କରିବା ସହ ଶିବସେନାର ଦଳୀୟ ଚିହ୍ନ ମଧ୍ୟ ପ୍ରଦାନ କରିଥିଲେ । ହେଲେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ଉଦ୍ଧବ ଗୋଷ୍ଠୀ । ଏହି ମାମଲାର ନିର୍ଣ୍ଣୟ ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମହାରାଷ୍ଟ୍ର ବାଚସ୍ପତିଙ୍କ ନିକଟକୁ ଆସିଥିଲା । ଯାହାର ରାୟ ଗତ ସପ୍ତାହରେ ବାଚସ୍ପତି ରାହୁଲ ନରଓ୍ବେକର ପ୍ରକାଶ କରିଥିଲେ । 15 ତାରିଖରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଉଦ୍ଧବ ଗୋଷ୍ଠୀ । ଯାହାର ଶୁଣାଣି 22 ତାରିଖ (ସୋମବାର) ହେବାକୁ ଯାଉଛି । ଯାହା ଉପରେ ସମସ୍ତଙ୍କ ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.