ETV Bharat / bharat

ଟମାଟୋ ସଙ୍କଟ ! ଚେନ୍ନାଇରେ 82ଟି ଦୋକାନରେ ସବସିଡ ଦରରେ ଟମାଟୋ ବିକିବେ ସରକାର

author img

By

Published : Jul 3, 2023, 8:27 PM IST

ସମଗ୍ର ଦେଶରେ ଟମାଟୋ ସଙ୍କଟ । ଚେନ୍ନାଇରେ 82ଟି ଦୋକାନରେ ସବସିଡ୍‌ ଦରରେ ଟମାଟୋ ବିକିବା ପାଇଁ ଷ୍ଟାଲିନ ସରକାରଙ୍କ ନିଷ୍ପତ୍ତି । ମୂଲ୍ୟ ରହିବ 60 ଟଙ୍କା ପ୍ରତି କେଜି । ଅଧିକ ପଢନ୍ତୁ

ଚେନ୍ନାଇରେ ସରକାରୀ ରାସନ ଦୋକନାରେ ବିକ୍ରି ହେବ ଟମାଟୋ

ଚେନ୍ନାଇ: ସମଗ୍ର ଦେଶର ବିଭିନ୍ନ ରାଜ୍ୟ ସହ ତାମିଲନାଡୁରେ ଦେଖିବାକୁ ମିଳିଛି ଟମାଟୋ ସଙ୍କଟ । ରାଜ୍ୟରେ ଟମାଟୋ ଦର ଏବେ ଆକାଶ ଛୁଆଁ ହେବାରେ ଲାଗିଥିବା ବେଳେ ଦର ନିୟନ୍ତ୍ରଣ ସହ ଟମାଟୋର ଉପଲବ୍ଧତା ନିଶ୍ଚିତ କରିବା ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଆସନ୍ତାକାଲି (ମଙ୍ଗଳବାର) ଠାରୁ ଚେନ୍ନାଇରେ ସରକାରୀ ନିର୍ଦ୍ଧାରିତ ରାସନ ଦୋକାନରେ ମିଳିବ ଟମାଟୋ । କେଜି ପ୍ରତି 60 ଟଙ୍କା ମୂଲ୍ୟରେ ଟମାଟୋ ବିକ୍ରି କରିବା ପାଇଁ ଚେନ୍ନାଇ ସମେତ ରାଜ୍ୟରେ ମୋଟ 111 ଟି ରାସନ ଦୋକାନ ଓ ସମବାୟ ସମିତି ପକ୍ଷରୁ ପ୍ରତିଷ୍ଠା କରାଯାଇଥିବା ଗ୍ରୀନ ସେଣ୍ଟର ଚିହ୍ନଟ କରାଯାଇଥିବା ରାଜ୍ୟ ସମବାୟ ମନ୍ତ୍ରୀ ପେରିୟାଗୁରୁପ୍ପାନ କହିଛନ୍ତି ।

କାଲି ଠାରୁ ଚେନ୍ନାଇରେ ସରକାରୀ ରାସନ ଦୋକନାରେ ଟମାଟୋ ବିକ୍ରି

ସମବାୟ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନ ସାରା ଦେଶରେ ଟମାଟୋର ଅହେତୁକ ମୂଲ୍ୟ ବୃଦ୍ଧି ଘଟିଛି । ତାର ପ୍ରଭାବ ଅନ୍ୟ ରାଜ୍ୟ ସମେତ ତାମିଲନାଡୁରେ ମଧ୍ୟ ପଡିଛି । ଏହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟରେ ଅଧିକ ସମବାୟ ସମିତି ଦ୍ବାରା ପରିଚାଳିତ ଗ୍ରୀନ ସେଣ୍ଟର ଖୋଲିବା ପାଇଁ ପ୍ରୟାସ କରାଯାଉଛି । ଏବେ ସୁଦ୍ଧା ମୋଟ 111 ରାସନ ଦୋକାନ ଓ ଗ୍ରୀନ ସେଣ୍ଟରରେ ଟମାଟୋ ବିକ୍ରି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତାକାଲି ଠାରୁ କେଜି 60 ଦରରେ ଏହି ସମସ୍ତ ନିର୍ଦ୍ଧାରିତ କେନ୍ଦ୍ରରେ ଟମାଟୋ ବିକ୍ରି ହେବ ।

ଟମାଟୋ ସଙ୍କଟ ! ଚେନ୍ନାଇରେ 82 ଟି ଦୋକାନରେ ସବସିଡ ଦରରେ ଟମାଟୋ ବିକିବେ ସରକାର

ରାଜଧାନୀ ଚେନ୍ନାଇରେ ଟମାଟୋର ଆବଶ୍ଯକତା ଦୃଷ୍ଟିରୁ ଯୋଗାଣରେ ସୁବିଧା ହେବା ପାଇଁ ସହରକୁ 3ଟି ଜୋନରେ ବିଭକ୍ତ କରାଯାଇଛି । କେନ୍ଦ୍ରୀୟ ଚେନ୍ନାଇ ଜୋନରେ ମୋଟ 32ଟି କେନ୍ଦ୍ରରେ ଟମାଟୋ ବିକ୍ରି ହେବ । ସେହିପରି ଉତ୍ତର ଓ ଦକ୍ଷିଣ ଚେନ୍ନାଇ ଜୋନରେ 25 ଟି ଲେଖାଏଁ କେନ୍ଦ୍ରରେ ଟମାଟୋ ବିକ୍ରି ହେବାର ବ୍ୟବସ୍ଥା କରାଯାଇଛି । ମୋଟ 82 ଦୋକାନରେ ସରକାରୀ ରିହାତିଯୁକ୍ତ ନିର୍ଦ୍ଧାରିତ ମୂଲ୍ୟ (60 ଟଙ୍କା ପ୍ରତି କେଜି ) ରେ ଆସନ୍ତାକାଲିଠାରୁ ଟମାଟୋ ବିକ୍ରି କରିବା ପାଇଁ ସରକାର ପ୍ରକ୍ରିୟା ଶେଷ କରିଛନ୍ତି ।

ଏହାକୁ ପ୍ରାଥମିକ ଭାବେ 111 କେନ୍ଦ୍ରରେ ଆରମ୍ଭ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ପ୍ରତି ଜିଲ୍ଲାରେ ଆବଶ୍ଯକତା ଅନୁସାରେ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ରାଜ୍ୟ ଯୋଗାଣ ବିଭାଗ ତଥ୍ୟ ଅନୁସାରେ, ରାଜ୍ୟରେ ଆବଶ୍ୟକତା ପଡୁଥିବା ମୋଟ ଟମାଟୋ ପରିମାଣର 75 ପ୍ରତିଶତ ତାମିଲନାଡୁରେ ଉତ୍ପାଦନ କରାଯାଏ । ଅବଶିଷ୍ଟ 25 ପ୍ରତିଶତ ଆବଶ୍ୟକତା ପାଇଁ ରାଜ୍ୟ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହୋଇଥାଏ । ଏବେ ସାରା ଦେଶରେ ଟମାଟୋର ଉପଲବ୍ଧତା ହ୍ରାସ ଓ ଦର ବୃଦ୍ଧି କାରଣରୁ ଯୋଗାଣ ଓ ଆମଦାନୀ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥିବା ରାଜ୍ୟ ଯୋଗାଣ ବିଭାଗ କହିଛି । ସ୍ଥିତିରେ ସୁଧାର ନଆସିବା ଯାଏ, ସରକାର ଏହିପରି ଭାବେ ସବସିଡଯୁକ୍ତ ଟମାଟୋ ଯୋଗାଣ ଜାରି ରଖିବେ । ଖୁବଶିଘ୍ର ଏହି ଚାହିଦା ଓ ଯୋଗାଣ ଅନୁପାତରେ ସନ୍ତୁଳନ ଆଣି ତାମିଲନାଡୁ ବଜାରରେ ଟମାଟୋ ବିକ୍ରିରେ ସ୍ଥିରତା ଆଣିବା ପାଇଁ ସରକାର ପ୍ରୟାସ କରୁଥିବା ମଧ୍ୟ ମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.