ETV Bharat / bharat

ତାଲିବାନ ସମର୍ଥନରେ ସମାଜବାଦୀ ପାର୍ଟି ସାଂସଦ, ଦାଏର ହେଲା ଦେଶଦ୍ରୋହ ମାମଲା

ସମାଜବାଦୀ ପାର୍ଟି ସାଂସଦ ଶଫିକୁର ରେହମାନ ବର୍କ ତାଲିବାନ ସମର୍ଥନରେ ଦେଇଛନ୍ତି ବୟାନ । ଆଫଗାନିସ୍ତାନରେ ତାଲିବାନ ଶାସନକୁ ଭାରତରେ ବ୍ରିଟିଶ ରାଜ ସହ ତୁଳନା କରିଛନ୍ତି ବର୍କ । ଅଧିକ ପଢନ୍ତୁ...

ତାଲିବାନ ସମର୍ଥନରେ ସମାଦବାଦୀ ପାର୍ଟି ସାଂସଦ, ଦାଏର ହେଲା ଦେଶଦ୍ରୋହ ମାମଲା

author img

By

Published : Aug 18, 2021, 5:27 PM IST

ଲକ୍ଷ୍ନୌ: କାବୁଲ କବଜା କରି ଆଫଗାନିସ୍ତାନ ଦଖଲ କରିସାରିଥିବା ତାଲିବାନ ବନ୍ଧୁକ ମୁନରେ ଚଳାଇଛି ରାଜ୍ । ସରିଆ ଆଇନ ବଳରେ ସରକାର ଚଳାଇବାକୁ ଦାବି କରୁଛି ତାଲିବାନ । ଚାରିଆଡେ ତାଲିବାନର ଏହି ଔଦ୍ଧତାମୀକୁ କରାଯାଉଛି କଠୋର ନିନ୍ଦା । ଏହାରି ମଧ୍ୟରେ ଭାରତର କିଛି ନେତା ତାଲିବାନର ଏଭଳି କାର୍ଯ୍ୟକଳାପକୁ ସମର୍ଥନ କରିଛନ୍ତି ।

ସମାଜବାଦୀ ପାର୍ଟି ସାଂସଦ ଶଫିକୁର ରେହମାନ ବର୍କ ତାଲିବାନ ସମର୍ଥନରେ ଦେଇଛନ୍ତି ବୟାନ । ଆଫଗାନିସ୍ତାନରେ ତାଲିବାନ ଶାସନକୁ ଭାରତରେ ବ୍ରିଟିଶ ରାଜ ସହ ତୁଳନା କରିଛନ୍ତି ବର୍କ । ସେ କହିଛନ୍ତି, ଭାରତରେ ଯେବେ ଇଂରେଜଙ୍କ ଶାସନ ରହିଥିଲା, ସେବେ ସେମାନଙ୍କୁ ହଟାଇବା ପାଇଁ ଆମେ ସଂଘର୍ଷ କରିଥିଲୁ । ଠିକ ସେହିପରି ତାଲିବାନମାନେ ମଧ୍ୟ ନିଜ ଦେଶକୁ ସ୍ବାଧୀନ କରିଛନ୍ତି । ତାଲିବାନ ଋଷ, ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ନିଜ ଦେଶରେ ରହିବାକୁ ଦେଲାନାହିଁ ବୋଲି କହିଛନ୍ତି ଶଫିକୁର ରେହମାନ ।

ତାଲିବାନ ଆତଙ୍କବାଦୀଙ୍କୁ ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିବା ସପା ସାଂସଦ ଶଫିକୁର ରେହମାନ ବର୍କଙ୍କୁ ଭାରି ପଡିଛି । ସାଂସଦଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିଛି ପୋଲିସ । ଶଫିକୁର ତାଲିବାନ ଆତଙ୍କବାଦୀଙ୍କୁ ଦେଶର ସ୍ବାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିଛନ୍ତି । ଶଫିକୁର ରେହମାନଙ୍କ ଏହି ବୟାନକୁ ନେଇ ନିଆଁ ହୋଇଛନ୍ତି ବିରୋଧୀ । ଉତ୍ତରପ୍ରଦେଶରେ କ୍ଷମତାସୀନ ବିଜେପି ପକ୍ଷରୁ ଏହି ବୟାନକୁ ନେଇ ସାଂସଦ ସର୍ବସମ୍ମୁଖରେ କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି ।

ଅଭିଯୋଗ ଆଧାରରେ ସାଂସଦ ଶଫିକୁର ରେହମାନ ବର୍କ ତାଲିବାନକୁ ଭାରତର ସ୍ବାଧୀନତା ସଂଗ୍ରାମୀଙ୍କ ସହ ତୁଳନା କରିଛନ୍ତି। ଏହିପରି ବିବୃତ୍ତି ଦେଶଦ୍ରୋହ ମାମଲା ଅଧିନରେ ଆସିଛି। ତେଣୁ ତାଙ୍କ ବିରୋଧରେ ଧାରା 124A (ଦେଶଦ୍ରୋହ), 153A, 295 ଆଇପିସି ଆଧାରରେ ମାମଲା ରୁଜୁ କରାଯାଇଥିବା କହିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.