ଶ୍ରୀନଗର: ଏକ ବଡ ଅଘଟଣକୁ ରୋକିବାରେ ସଫଳ ହୋଇଛି ସୁରକ୍ଷାବାହିନୀ । ଜମ୍ମୁ କଶ୍ମୀର ପୁଲୱାମା ଜିଲ୍ଲା ବେହିଗୁଣ୍ଡରେ 10ରୁ 12 କେଜିର ଏକ IEDକୁ ନିଷ୍କ୍ରିୟ କରିବାରେ ସଫଳ ହୋଇଛନ୍ତି ଜମ୍ମୁ କଶ୍ମୀର ପୋଲିସ । କୌଣସି ଅଘଟଣ ଘଟିବା ପୂର୍ବରୁ ବୋମା ନିଷ୍କ୍ରୟକାରୀ ଦଳ ଆଇଡିକୁ (Improvised Explosive Device) ଜବତ କରି ନିଷ୍କ୍ରିୟ କରିଛି ଫଳରେ ଏକ ବଡ ଅଘଟଣ ଟଳିଛି । ଆତଙ୍କାବାଦୀଙ୍କ ଏକ ବଡ ଯୋଜନା ପଣ୍ଡ ହୋଇଛି ।
ମାଟି ତଳେ ଆଇଡି ପୋତା ଯାଇଥିବା ନେଇ ସୁରକ୍ଷାବାହିନୀଙ୍କୁ ଗୁପ୍ତ ସୂଚନା ମିଳିଥିଲା । ଖବର ପାଇଁ ସଙ୍ଗେ ସଙ୍ଗେ ମିଶନରେ ବାହାରି ପଡିଥିଲେ ଟିମ । ଅଘଟଣ ପୂର୍ବରୁ ବୋମା ନିଷ୍କ୍ରୟକାରୀ ଦଳ ଓ ସୁରକ୍ଷାବାହିନୀ ମିଶନରେ ସଫଳ ହୋଇଥିଲେ । ଏକ ବଡ ଷଡଯନ୍ତ୍ର ପଣ୍ଡ ହୋଇଥିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କଶ୍ମୀର ଜୋନ ପୋଲିସ ।
ଏହା ବି ପଢନ୍ତୁ...ଶ୍ରୀନଗରରେ ଆତଙ୍କବାଦୀଙ୍କ ଗ୍ରେନେଡ ମାଡ, 6ରୁ ଉର୍ଦ୍ଧ୍ବ ଆହତ
ପ୍ରକାଶ ଥାଉକି, ଗତକାଲି (ରବିବାର) ଜମ୍ମୁର ନଶହତ ଅଞ୍ଚଳରେ ଆତଙ୍କବାଦୀ ଏକ ହ୍ୟାଣ୍ଡଗ୍ରେନେଡ ମାଡ କରିଥିଲେ। ଏଥିରେ 6ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆହତ ହୋଇଛନ୍ତି । ବିସ୍ଫୋରଣ ନେଇ ପୋଲିସ ମାମଲା ରୁଜୁ କରି ଆତଙ୍କବାଦୀଙ୍କୁ କାବୁ କରିବାକୁ ଅପରେସନ ଜାରି ରଖିଛି ।