ମୁମ୍ବାଇ: ମହାରାଷ୍ଟ୍ରରେ ଅଣାୟତଃ ମହାମାରୀ । ସ୍ଥିତି ଗମ୍ଭୀର ଥିବା ସ୍ବୀକାର କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଏନେଇ ରାଜ୍ୟରେ 15 ଦିନ କର୍ଫ୍ୟୁ ସହିତ ଧାରା 144 ଲାଗୁ । ବୁଧବାରଠାରୁ ପାଳନ ହେବ କଠୋର ନିୟମ ।
ମଙ୍ଗଳବାର ରାତିରେ ମହାମାରୀ କୋରୋନା ସ୍ଥିତିକୁ ନେଇ ସମୀକ୍ଷା ପରେ କର୍ଫ୍ୟୁ ଘୋଷଣା କରିଛି ମହାରାଷ୍ଟ୍ର ସରକାର । ଅନାବଶ୍ୟକ ଯାତାୟତ ସମୟରେ ଲୋକଙ୍କ ଗତିବିଧି ଉପରେ ପ୍ରତିବନ୍ଧକ ଲଗାଯିବ। ଏହା ସହ ରାଜ୍ୟର ସମସ୍ତ କାର୍ଯ୍ୟାଳୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ ଅତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।