ETV Bharat / bharat

ଜୋଶିମଠ ଜଳପ୍ରଳୟ: SDRF ଇନସ୍ପେକ୍ଟରଙ୍କ ମହାନତା, ମା-ଝିଅଙ୍କୁ ଦେଲେ ନିଜ ଘର

author img

By

Published : Feb 22, 2021, 2:46 PM IST

ରୈନୀ ଗାଁର ସୋଣା ଦେବୀଙ୍କ ଘର ଜଳପ୍ରଳୟରେ ଭାସି ଯାଇଥିଲା । ଫଳରେ ବାସହୀନ ମା-ଝିଅକୁ ରହିବାକୁ ନିଜ ଘର ଦେଇଛନ୍ତି ଏସଡିଆରଏଫ ଇନସ୍ପେକ୍ଟର ହରକ ସିଂ ରାଣା । ଅଧିକ ପଢନ୍ତୁ:

ଜୋଶିମଠ ଜଳପ୍ରଳୟ: SDRF ଇନସ୍ପେକ୍ଟରଙ୍କ ମହାନତା, ବାସହୀନ ମା-ଝିଅଙ୍କୁ ରହିବାକୁ ଦେଲେ ନିଜ ଘର

ଚମୋଲି: ରୈନୀ ଅଞ୍ଚଳରେ ଆସିଥିବା ଜଳପ୍ରଳୟରେ ଅନେକ ଧନଜୀବନ ନଷ୍ଟ ହୋଇଛି । କିଏ ପ୍ରାଣ ହରାଇଛି ତ କାହାର ଘରଦ୍ବାର ଭାସି ଯାଇଛି । ଏହି ବିପତ୍ତି ସମୟରେ ସମସ୍ତେ ବଢାଇଛନ୍ତି ସହାୟତ ହାତ । ଏହାଭିତରେ ଏସଡିଆରଏଫ ଇନସ୍ପେକ୍ଟର ହରକ ସିଂ ରାଣା ଜଣେ ବାସହୀନ ମା-ଝିଅଙ୍କୁ ରହିବାକୁ ନିଜ ଘର ଦେଇଛନ୍ତି ।

ରୈନୀ ଗାଁର ସୋନା ଦେବୀଙ୍କ ଘର ଜଳପ୍ରଳୟରେ ଭାସି ଯାଇଥିଲା । ଫଳରେ ସୋନା ଦେବୀ ଓ ତାଙ୍କ ଝିଅଙ୍କୁ ରହିବା ପାଇଁ ଛାତ ଖଣ୍ଡିଏ ନଥିଲା । ତେବେ ଏହି ସମୟରେ ଏସଡିଆରଏଫ ଇନସ୍ପେକ୍ଟର ହରକ ସିଂ ରାଣା ମାନବିକତାର ପରିଚୟ ଦେଇ ସହାୟତାର ହାତ ବଢାଇଛନ୍ତି । ନିଜର 3 କୋଠରୀ ଥିବା ଘର ସୋନା ଦେବୀଙ୍କୁ ରହିବାକୁ ଦେଇଛନ୍ତି ।

ସୂଚନାଥାଉକି, ହରକ ସିଂ ଜଳପ୍ରଳୟ ଦିନ ଠାରୁ ନିଜ ଟିମ ସହ ରୈନୀ ଗାଁରେ ଉଦ୍ଧାର କାର୍ଯ୍ୟରେ ଲାଗି ପଡିଛନ୍ତି । ତେବେ ତାଙ୍କର ଏହି ମହାନତା ପାଇଁ ଏସଡିଆରଏଫ୍‌ କମାଣ୍ଡର ନବନୀତ ଭୁଲ୍ଲର ତାଙ୍କର ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.