ETV Bharat / bharat

SCO Summit; ଭାଗନେବେ ପ୍ରଧାନମନ୍ତ୍ରୀ, ଆଫଗାନ ସ୍ଥିତି ହୋଇପାରେ ମୁଖ୍ୟ ମୁଦ୍ଦା - ସାଂଘାଇ ସହଯୋଗ ସଂଗଠନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ଭାଗ ନେବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମ୍ମିଳନୀରେ ଅନ୍ୟ ସାତଟି ପଡୋଶୀ ରାଷ୍ଟ୍ର ମୁଖ୍ୟ ସାମିଲ ହେବେ । ଅଧିକ ପଢନ୍ତୁ...

Sco summit2021
Sco summit2021
author img

By

Published : Sep 13, 2021, 2:48 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ତାରିଖରେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ଭାଗ ନେବେ । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ସମ୍ମିଳନୀରେ ଅନ୍ୟ ସାତଟି ପଡୋଶୀ ରାଷ୍ଟ୍ର ମୁଖ୍ୟ ସାମିଲ ହେବେ । ସମ୍ମିଳନୀରେ ଆଫଗାନିସ୍ତାନ ସ୍ଥିତି ମୁଖ୍ୟ ପ୍ରସଙ୍ଗ ହୋଇପାରେ ।

ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ୮ ଟି ରାଷ୍ଟ୍ର ଭାରତ, ଚୀନ, ଋଷ, ପାକିସ୍ତାନ, ତାଜାକିସ୍ତାନ, ଉଜ୍ଜବେକିସ୍ତାନ, କିର୍ଗିସ୍ତାନ ଓ କାଜକିସ୍ତାନ ସାମିଲ ଅଛନ୍ତି । ଆସନ୍ତା ସମ୍ମିଳନୀରେ ତାଜାକିସ୍ତାନ ଅଧ୍ୟକ୍ଷତା କରିବାକୁ ଥିବାବେଳେ, ବୈଠକ ୧୬ ରୁ ୧୭ ଦୁଇ ଦିନ ପର୍ଯ୍ୟନ୍ତ ଚାଲିବ । ତେବେ ଅଧ୍ୟକ୍ଷତା କରିବାକୁ ଥିବା ତାଜାକିସ୍ତାନ ରାଷ୍ଟ୍ର ଅଧ୍ୟକ୍ଷ ରାଜଧାନୀ ‘ଦୁଶାଁବେ’ରୁ କରିବେ । ଅନ୍ୟ ରାଷ୍ଟ୍ରମୁଖ୍ୟ ମାନେ ଭିସି ଯୋଗେ ସାମିଲ ହେବେ ।

ଗତ ୨ ମାସ ମଧ୍ୟରେ ‘ଦୁଶାଁବେ’ରେ (ଏସସିଓ) ରାଷ୍ଟ୍ରଙ୍କ ବୈଦେଶିକ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକ ବସିଥିଲା । ବୈଠକରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଉପସ୍ଥିତ ଥିଲେ । ଏହାବାଦ ଗତ ସପ୍ତାହରେ ବ୍ରିକ୍ସ ଦେଶର ୧୩ ତମ ସମ୍ମିଳନୀ ମଧ୍ୟ ଶେଷ ହୋଇଛି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଅଧ୍ୟକ୍ଷତା କରି ଆତଙ୍କବାଦ ଓ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ରଙ୍କ ବିରୋଧରେ କଡା ମନ୍ତବ୍ୟ ଦେଇଥିଲେ । ତେବେ ଦକ୍ଷ ନେତୃତ୍ବ ପାଇଁ ଏବେ ପୁରା ଫ୍ରଣ୍ଟଫୁଟରେ ଥିବା ଭାରତ ଆଫଗାନିସ୍ତାନକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛି । ତେଣୁ ଏସସିଓ ବୈଠକରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଦେଶର ଆଭିମୁଖ୍ୟକୁ ପୁଣି ଥରେ ଦୋହରାଇ ପାରନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.