ETV Bharat / bharat

ଦିଲ୍ଲୀରେ SCO ଆଣ୍ଟି ଟେରରିଷ୍ଟ ବୈଠକ ଜାରି, ପାକିସ୍ତାନୀ ପ୍ରତିନିଧି ସାମିଲ - ସାଂଘାଇ କୋ ଅପୋରେସନ ଅର୍ଗାନାଇଜେସ

ନୂଆଦିଲ୍ଲୀରେ ଆରମ୍ଭ ହେଲା ସାଂଘାଇ କୋ-ଅପୋରେସନ ଅର୍ଗାନାଇଜେସନ(SCO)ର ଆଣ୍ଟି ଟେରରିଷ୍ଟ ବଡି(RATS) ବୈଠକ । ଅଧିକ ପଢନ୍ତୁ

ରାଜଧାନୀରେ SCO ଆଣ୍ଟି ଟେରର ବୈଠକ ଜାରି
ରାଜଧାନୀରେ SCO ଆଣ୍ଟି ଟେରର ବୈଠକ ଜାରି
author img

By

Published : May 16, 2022, 1:20 PM IST

ନୂଆଦିଲ୍ଲୀ: ଆତଙ୍କବାଦୀ କାର୍ଯ୍ୟକଳାପକୁ ରୋକିବା ପାଇଁ ଦିଲ୍ଲୀରେ ପ୍ରସ୍ତୁତି ବୈଠକ । ଆଜି(ସୋମବାର) ସାଂଘାଇ କୋ-ଅପୋରେସନ ଅର୍ଗାନାଇଜେସନ(SCO)ର ର ଆଣ୍ଟି ଟେରରିଷ୍ଟ ବଡି(RATS) ବୈଠକ ଚାଲିଛି । ବୈଠକରେ ଉପସ୍ଥିତ ତିନି ଜଣିଆ ପାକିସ୍ତାନୀ ପ୍ରତିନିଧିଙ୍କ ସମେତ ୭ଟି ଦେଶର ବିଦେଶୀ ସଦ୍ୟସ୍ୟ ଉପସ୍ଥିତ ରହିଛନ୍ତି । ଆତଙ୍କବାଦ, ଉଗ୍ରବାଦ ଓ ବିଚ୍ଛିନ୍ନତାବାଦ ଉପରେ ବୈଠକରେ ଆଲୋଚନା ଜାରି ଚାଲିଛି ।

ଏହି ବୈଠକରେ ପରିଷଦର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛି ଭାରତ । RATS ହେଉଛି ଉଜବେକିସ୍ତାନରେ ଅବସ୍ଥିତ SCO ର ଆଭିମୁଖ୍ୟରେ ଏକ ସ୍ଥାୟୀ ଆତଙ୍କବାଦୀ ବିରୋଧୀ ସଂଗଠନ । ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତଙ୍କିଙ୍କ କାର୍ଯ୍ୟକଳାପ ଉପରେ ରୋକ ଲଗାଇବାକୁ ଦେଶମାନଙ୍କ ମଧ୍ୟରେ ସହଯୋଗ ସ୍ଥାପନ କରିବା । ବୈଠକରେ ତାଲିବାନ ହିଂସା, ଆଫଗାନିସ୍ତାନର ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା ମଧ୍ୟ ହୋଇପାରେ । ପାକିସ୍ତାନ ସମେତ, ଚିନ, ଋଷିଆ ଏବଂ ଅନ୍ୟାନ୍ୟ ଏସୀୟ ଦେଶରୁ ଆତଙ୍କବାଦ ବିରୋଧୀ ଦଳ ସାମିଲ ହୋଇ ଆଜିଠୁ(ସୋମବାର) 19 ତାରିଖ ପର୍ଯ୍ୟନ୍ତ ଏହି ସଭାରେ ଅଂଶଗ୍ରହଣ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.