ETV Bharat / bharat

ରକେଟ ଇଂଜିନିୟରିଂ ଏକ୍ସପର୍ଟ ଏସ. ସୋମନାଥ ହେଲେ ନୂଆ ISRO ମୁଖ୍ୟ

ବରିଷ୍ଠ ମହାକାଶ ବିଜ୍ଞାନୀ ଏସ.ସୋମନାଥ ହେଲେ ନୂଆ ISRO ମୁଖ୍ୟ । ଚଳିତ ମାସ ୧୪ ତାରିଖରେ ଶେଷ ହେଉଛି ଡ.କେ ଶିବନଙ୍କ କାର୍ଯ୍ୟକାଳ । ଅଧିକ ପଢନ୍ତୁ

ବରିଷ୍ଠ ମହାକାଶ ବିଜ୍ଞାନି ଏସ.ସୋମନାଥ ହେଲେ ନୂଆ ISRO ମୁଖ୍ୟ
ବରିଷ୍ଠ ମହାକାଶ ବିଜ୍ଞାନି ଏସ.ସୋମନାଥ ହେଲେ ନୂବରିଷ୍ଠ ମହାକାଶ ବିଜ୍ଞାନି ଏସ.ସୋମନାଥ ହେଲେ ନୂଆ ISRO ମୁଖ୍ୟଆ ISRO ମୁଖ୍ୟ
author img

By

Published : Jan 12, 2022, 8:46 PM IST

ବେଙ୍ଗାଲୁରୁ/ନୂଆଦିଲ୍ଲୀ: ବରିଷ୍ଠ ମହାକାଶ ବିଜ୍ଞାନୀ ତଥା ରକେଟ୍‌ ଇଂଜିନିୟରିଂ ଏକ୍ସପର୍ଟ ଏସ. ସୋମନାଥ ହେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ISRO)ର ପରବର୍ତ୍ତୀ ତଥା ନୂଆ ଅଧ୍ୟକ୍ଷ । ଚଳିତ ମାସ ୧୪ ତାରିଖରେ ବର୍ତ୍ତମାନର ଅଧ୍ୟକ୍ଷ ଡ.କେ ଶିବନଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ଏସ. ସୋମନାଥଙ୍କୁ ଏହି ଦାୟିତ୍ବରେ ଅବସ୍ଥାପିତ କରିଛନ୍ତି କେନ୍ଦ୍ର ସରକାର । ସୋମନାଥ ବର୍ତ୍ତମାନ ଥିରୁଅନନ୍ତପୁରମ ସ୍ଥିତ ବିକ୍ରମ ସରାଭାଇ ମହାକାଶ ଗବେଷଣା କେନ୍ଦ୍ରର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଉଛନ୍ତି । ବର୍ତ୍ତମାନ ସେ ଇସ୍ରୋ ମୁଖ୍ୟ ଓ କେନ୍ଦ୍ର ସରକାରଙ୍କର ବିଜ୍ଞାନ ବିଭାଗର ସଚିବ ଭାବେ ମଧ୍ୟ ଦାୟିତ୍ବ ତୁଲାଇବେ ।

ବରିଷ୍ଠ ମହାକାଶ ବିଜ୍ଞାନି ଏସ.ସୋମନାଥ ହେଲେ ନୂଆ ISRO ମୁଖ୍ୟ
ରକେଟ ଇଂଜିନିୟରିଂ ଏକ୍ସପର୍ଟ ଏସ. ସୋମନାଥ ହେଲେ ନୂଆ ISRO ମୁଖ୍ୟ

କେରଳର ଆଲପୁଜା ନିବାସୀ ସୋମନାଥ ବେଙ୍ଗାଲୁରୁର ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ( IISC)ରୁ ଏରୋସ୍ପେସ୍ ଇଞ୍ଜିନିୟରିଂରେ ମାଷ୍ଟର ଡିଗ୍ରୀ ହାସଲ କରିବା ପରେ 1985 ମସିହାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରେ ଯୋଗ ଦେଇଥିଲେ । ଇସ୍ରୋରେ ତାଙ୍କର ଲମ୍ବା କ୍ୟାରିୟର ଥିବା ବେଳେ ଏକାଧିକ ମହାକାଶ ମିଶନରେ ସେ ସଫଳତାର ସହ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ନିଜ କ୍ୟାରିୟରର ପ୍ରାରମ୍ଭିକ ବର୍ଷରେ PSLV ର ବିକାଶ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସୋମନାଥ ପରେ Geosynchronous Satellite Launch Vehicle (GSLV) Mk-III ଲଞ୍ଚର୍ ବିକାଶ ମିଶନରେ ମଧ୍ୟ ଗୁରୁ ଦାୟିତ୍ବ ସମ୍ଭାଳିଥିଲେ । Polar Satellite Launch Vehicle (PSLV) ପ୍ରୋଜେକ୍ଟ ମ୍ୟାନେଜର ଭାବରେ ସୋମନାଥ ଯାନ୍ତ୍ରିକ ପ୍ରଣାଳୀ, ପାଇରୋ ସିଷ୍ଟମ, ଏବଂ ଉପଗ୍ରହ ଉତକ୍ଷେପଣ ମିଶନର ପରିଚାଳନାରେ ନିଜର ଦକ୍ଷତା ଓ ନେତୃତ୍ବ କ୍ଷମତାକୁ ପ୍ରମାଣିତ କରିଥିଲେ ।

ପରେ 2015 ମସିହାରେ, ସୋମନାଥଙ୍କୁ ଥିରୁଅନନ୍ତପୁରମ୍ ISROର ଲିକ୍ୱିଡ୍ ପ୍ରପୁଲସନ୍ ସିଷ୍ଟମ୍ ସେଣ୍ଟର (LPSC)ର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସେ ବିକ୍ରମ ସରାଭାଇ ସ୍ପେସ ସେଣ୍ଟର ମୁଖ୍ୟ ହୋଇଥିବା ବେଳେ ବର୍ତ୍ତମାନ ଦେଶର ମହାକାଶ ଗବେଷଣାର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ତାଙ୍କ ନେତୃତ୍ବରେ ଭାରତର ବହୁ ପ୍ରତିକ୍ଷୀତ ମିଶନମାନ କାର୍ଯ୍ୟକାରୀ ହେବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.