ETV Bharat / bharat

ଯମୁନା ନଦୀ ପ୍ରଦୂଷଣ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଗୁରୁବାର ହେବ ଶୁଣାଣି

ଯମୁନା ନଦୀ ପ୍ରଦୂଷଣ ପ୍ରସଙ୍ଗ ସମ୍ପର୍କରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଅଧିକ ପଢନ୍ତୁ...

author img

By

Published : Mar 22, 2021, 1:35 PM IST

ଯମୁନା ନଦୀ ପ୍ରଦୂଷଣ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଗୁରୁବାର ହେବ ଶୁଣାଣି
ଯମୁନା ନଦୀ ପ୍ରଦୂଷଣ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଗୁରୁବାର ହେବ ଶୁଣାଣି

ନୂଆଦିଲ୍ଲୀ: ଆଗକୁ ରଙ୍ଗଖେଳର ଦିନ ହୋଲି ପର୍ବ ପଡୁଥିବାରୁ ଯମୁନା ନଦୀ ଅଧିକ ପ୍ରଦୂଷିତ ହେବାର ଆଶଙ୍କା ରହିଛି । ତେବେ ଏଥିଲାଗି ଦିଲ୍ଲୀ ଜଳ ବୋର୍ଡ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ତେବେ ଏ ସମ୍ପର୍କରେ ଗୁରୁବାର ଶୁଣାଣି ହେବ ବୋଲି ସୋମବାର ସୁପ୍ରିମକୋର୍ଟ ସୂଚନା ଦେଇଛନ୍ତି ।

ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କ ନେତୃତ୍ବାଧୀନ 3 ଜଣିଆ ଖଣ୍ଡପୀଠ ଗୁରୁବାର କରିବେ ବୋଲି ଜଣାପଡିଛି । ହୋଲି ପର୍ବ ପାଇଁ ଜଳର ଚାହିଦା ଅଧିକ ଥିବାରୁ ଯମୁନା ନଦୀର ଜଳ ଦୂଷିତ ହେବାର ଆଶଙ୍କା ରହିଛି । ତେବେ ଏହି ଦିଲ୍ଲୀ ଜଳ ବୋର୍ଡ ତରଫରୁ ଆଇନଜୀବୀ ଶାଦନ ଫରାସତ ମାମଲା ଲଢୁଛନ୍ତି । ଏଥିଲାଗି ଯମୁନା ନଦୀରେ ପ୍ରଦୂଷଣ ଏବଂ ଜଳ ଯୋଗାଣ ହ୍ରାସ ସମ୍ପର୍କରେ ଫରାସତ ଏହି ବିଷୟରେ ଉଲ୍ଲେଖ କରିଛନ୍ତି ।

ହୋଲି ଯୋଗୁଁ ନଦୀରେ ଜଳସ୍ତର ବଢିବ । ତେବେ ଏହି ଜଳ ଦୂଷିତ ହୋଇଥିବାରୁ ଯମୁନା ନଦୀରେ ମଧ୍ୟ ଜଳସ୍ତର ବୃଦ୍ଧି ପାଇବା ସହିତ ପ୍ରଦୂଷଣର ମାତ୍ରା ବଢବି । ସେ ଏହି ସମ୍ପର୍କରେ କୋର୍ଟରେ ନିଜ ପ୍ରସ୍ତାବ ରଖିବା ପରେ ଆସନ୍ତା ଗୁରୁବାର ଯମୁନା ନଦୀର ପ୍ରଦୂଷଣ ସମ୍ପର୍କରେ ଶୁଣାଣି କରାଯିବ ବୋଲି ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ସୂଚନା ଦେଇଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.