ETV Bharat / bharat

ଧାରା 370 ଉଚ୍ଛେଦ ମାମଲା: ଆଜି ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ

author img

By ETV Bharat Odisha Team

Published : Dec 11, 2023, 8:19 AM IST

Updated : Dec 11, 2023, 10:58 AM IST

SC To Pronounce Article 370 Verdict: ଧାରା 370 ଉଚ୍ଛେଦ ମାମଲାରେ ଆଜି ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ଅଧିକ ପଢ଼ନ୍ତୁ

article 370
article 370

ନୂଆଦିଲ୍ଲୀ: ଆଜି ଆସିବ ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ମାମଲାର ରାୟ । କେନ୍ଦ୍ର ସରକାରଙ୍କ ବିରୋଧରେ ହୋଇଥିବା ମାମଲାର ରାୟ ପ୍ରକାଶ କରିବେ ସର୍ବୋଚ୍ଚ କୋର୍ଟ । ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଗଠିତ 5 ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ । 2019 ମସିହାରେ କେନ୍ଦ୍ର ସରକାର ଜମ୍ମୁ ଓ କାଶ୍ମୀରରୁ 370 ଧାରା ଉଚ୍ଛେଦ କରିଥିଲେ । ଯାହାକୁ ବିରୋଧ କରି ଏକାଧିକ ମାମଲା କୋର୍ଟରେ ଦାଏର ହୋଇଥିଲା । 16 ଦିନ ଧରି ଲଗାତାର ଶୁଣାଣି ପରେ ସେପ୍ଟେମ୍ବର 5 ତାରିଖରେ ରାୟ ସଂରକ୍ଷିତ ରଖିଥିଲେ ସୁପ୍ରିମକୋର୍ଟ । ଆଜି ଏହି ମାମଲାରେ ରାୟ ପ୍ରକାଶ କରିବାକୁ ଯାଉଛନ୍ତି ସର୍ବୋଚ୍ଚ କୋର୍ଟ ।

2019 ମସିହା ଅଗଷ୍ଟ 5 ତାରିଖରେ କେନ୍ଦ୍ର ସରକାର କାଶ୍ମୀରକୁ ସ୍ବତନ୍ତ୍ର କ୍ଷମତା ପ୍ରଦାନ କରୁଥିବା ଧାରା 370 ଓ 35-ଏ'କୁ ଉଚ୍ଛେଦ କରିଥିଲେ । କାଶ୍ମୀରର ରାଜ୍ୟ ପାହ୍ୟାକୁ ମଧ୍ୟ ଉଚ୍ଛେଦ କରାଯାଇଥିଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିଲା । ଏହାକୁ ବିରୋଧ କରି ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ, ଗୋପାଳ ସୁବ୍ରମଣ୍ୟମ, ରାଜୀବ ଧାଓ୍ବନ, ଦୁଷ୍ୟନ୍ତ ଦାଭେ, ଜାଫର ଶାହ, ଗୋପାଲ ଶଙ୍କର ନାରାୟଣନଙ୍କ ପରି ବରିଷ୍ଠ ଆଇନଜୀବୀ ପକ୍ଷ ରଖିଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ନିୟମିତ ପକ୍ଷ ରଖିଥିଲେ । ଏହି ବହୁଚର୍ଚ୍ଚିତ ମାମଲାର ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ପ୍ରକାଶ ପାଇବାକୁ ଯାଉଛି ।

ଏହା ବି ପଢ଼ନ୍ତୁ Article 370 Abrogation: ଜାମ୍ମୁ କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା କେବେ ମିଳିବ: ସୁପ୍ରିମକୋର୍ଟ

କାଶ୍ମୀରରେ କଡା ସୁରକ୍ଷା: ରାୟ ଆସିବା ପୂର୍ବରୁ କାଶ୍ମୀରରେ ସୁରକ୍ଷା କଡାକଡି କରାଯାଇଛି । ଘାଟିରେ ସବୁ ପରିସ୍ଥିତିରେ ଶାନ୍ତି ବଜାୟ ରଖିବା ଆମର କର୍ତ୍ତବ୍ୟ ବୋଲି କହିଛନ୍ତି କାଶ୍ମୀର ଜୋନ୍ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ଆଇଜିପି) ବିକେ ବିର୍ଦି । ସେପଟେ 370 ଉଚ୍ଛେଦ ମାମଲାର ରାୟ ଆସିବା ପୂର୍ବରୁ ଜମ୍ମୁକାଶ୍ମୀର ନେତା ମେହବୁବା ମୁଫତି, ଓମାର ଅବଦୁଲ୍ଲା ଏବଂ ୟୁରିୟତ ନେତା ମୀରବାଇଜ ଉମର ଫାରୁକଙ୍କୁ ଗୃହବନ୍ଦି କରାଯାଇଛି । ଆଇନ ଶୃଙ୍ଖଳା ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆୟାଇଛି ।

370 ଧାରା ଉଚ୍ଛେଦ ପରେ କାଶ୍ମୀରରେ ଆଜି ପର୍ଯ୍ୟନ୍ତ ନିର୍ବାଚନ ହୋଇନାହିଁ । ଏହି ନିର୍ବାଚନ ପ୍ରସଙ୍ଗ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଉଠିଥିଲା । କୋର୍ଟ ମଧ୍ୟ ସରକାରୀ ପକ୍ଷକୁ କେବେ ନିର୍ବାଚନ କରାଯିବ ବୋଲି ପ୍ରଶ୍ନ କରିଥିଲେ । ସୀମା ପୁନଃନିର୍ଦ୍ଧାରଣ ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଛି । ଶୀଘ୍ର ନିର୍ବାଚନ ହେବା ନେଇ ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ ।

Last Updated : Dec 11, 2023, 10:58 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.