ETV Bharat / bharat

ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ: କେନ୍ଦ୍ର ବିରୋଧରେ ହାଇକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

author img

By

Published : May 6, 2021, 11:08 AM IST

ଦିଲ୍ଲୀରେ ଅକ୍ସିଜେନ ଯୋଗାଣ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଚାଲିଥିବା ମାମଲାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ: କେନ୍ଦ୍ର ବିରୋଧରେ ହାଇକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ
ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ: କେନ୍ଦ୍ର ବିରୋଧରେ ହାଇକୋର୍ଟରେ ଶୁଣାଣିକୁ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କେନ୍ଦ୍ର ବିରୋଧରେ ହାଇକୋର୍ଟରେ ଚାଲିଥିବା ଅବମାନନା ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ବୁଧବାର ସ୍ଥଗିତ ରଖିଛନ୍ତି । ଦିଲ୍ଲୀରେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ଲାଗି କେନ୍ଦ୍ର 700 ମେଟ୍ରିକ ଟନ ଅକ୍ସିଜେନ ନ ଯୋଗାଇବାରୁ କୋର୍ଟରେ କେନ୍ଦ୍ର ବିରୋଧରେ ଏହି ମାମଲା ଚାଲିଥିବା ଜଣାପଡିଛି ।

ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୁଡ଼ ଏବଂ ଜଷ୍ଟିସ ଏମ.ଆର. ଶାହାଙ୍କୁ ନେଇ ଗଠିତ ବେଞ୍ଚରେ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ କେନ୍ଦ୍ର ସରକାରଙ୍କ ନିକଟରେ ଏକ ନିବେଦନ ଶୁଣାଣି ହୋଇଥିଲା । ଯେଉଁଥିରେ ଅମ୍ଳଜାନ ଯୋଗାଣ ନକରିବା କାରଣରୁ ସେମାନଙ୍କ ଉପରେ ଅବମାନନା ଅଭିଯୋଗ କାହିଁକି ହେବ ନାହିଁ ବୋଲି ଅଧିକାରୀମାନଙ୍କୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିବା ପାଇଁ ଦିଲ୍ଲୀ ହାଇକୋର୍ଟ କହିଥିଲା ।

ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ସରକାରୀ କର୍ମଚାରୀଙ୍କ ବିରୋଧରେ ଅଦାଲତର ନିର୍ଦ୍ଦେଶକୁ ଅବମାନନା କରିବାର କୌଣସି କାରଣ ନାହିଁ କିନ୍ତୁ ଗୁରୁବାର ସକାଳ ସାଢେ 10ଟା ସୁଦ୍ଧା 700 ମେଟ୍ରିକ ଟନ ଅମ୍ଳଜାନ ଲକ୍ଷ୍ୟ ପୂରଣ ପାଇଁ ଯୋଜନାର ଏକ ତାଲିକାକୁ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି । ସୂଚନା ଥାଉ କି ଦିଲ୍ଲୀ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀକୁ 490 ମେଟ୍ରିକ ଟନ ଅମ୍ଳଜାନ କିମ୍ବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ 700 ମେଟ୍ରିକ ଟନ ଅମ୍ଳଜାନ ଯୋଗାଇ ନଦେବାକୁ କେନ୍ଦ୍ରକୁ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତେବେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ର ବିରୋଧରେ ଚାଲିଥିବା ଏହି ଅବମାନନା ମାମଲାକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିଛନ୍ତି । କର୍ମଚାରୀମାନେ ଜେଲରେ ଭର୍ତ୍ତି ହେବା ଦ୍ବାରା ଦିଲ୍ଲୀକୁ ଅକ୍ସିଜେନ ମିଳିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.