ETV Bharat / bharat

ଡବଲ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦଙ୍କୁ ଆଜୀବନ ଜେଲ୍ - ପୂର୍ବତନ ସାଂସଦ ପ୍ରଭୁନାଥଙ୍କୁ ଆଜୀବନ ଜେଲ୍

ଡବଲ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦଙ୍କୁ ଆଜୀବନ ଜେଲ୍ ସଜ୍ଜା ଶୁଣାଇଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

ପୂର୍ବତନ ଆରଜେଡି ସାଂସଦଙ୍କୁ ଆଜୀବନ ଜେଲ୍
ପୂର୍ବତନ ଆରଜେଡି ସାଂସଦଙ୍କୁ ଆଜୀବନ ଜେଲ୍
author img

By ETV Bharat Odisha Team

Published : Sep 1, 2023, 1:42 PM IST

ନୂଆଦିଲ୍ଲୀ: ବିହାର ରାଜନେତା ତଥା ରାଷ୍ଟ୍ରୀୟ ଜନତା ଦଳ(RJD) ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲ୍ । ୧୯୯୫ ମସିହା ଡବଲ ମର୍ଡର ମାମଲାରେ ସୁପ୍ରିମକୋର୍ଟ ପ୍ରଭୁନାଥ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୨ରେ ପାଟନା ହାଇକୋର୍ଟ ଆରଜେଡି ନେତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବା ବେଳେ ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୟ କିଶାନ କୌଲଙ୍କ ୩ ଜଣିଆ ଖଣ୍ଡପୀଠ ଉଚ୍ଚ ଅଲଦାତଙ୍କ ଏହି ଆଦେଶକୁ ଖାରଜ କରି ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

୧୯୯୫ ମସିହା ଅଗଷ୍ଟ ୨୩ରେ ବିହାର ବିଧାନସଭା ନିର୍ବାଚନ ସମୟରେ ଏହି ହତ୍ୟାକାଣ୍ଡ ଘଟିଥିଲା । ତତ୍କାଳୀନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କ କଥାରେ ଭୋଟ ନଦେବାରୁ ରାଜେନ୍ଦ୍ର ରାୟ ଓ ଦରୋଗା ରାୟ ନାମକ ଦୁଇ ଜଣ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଉପଯୁକ୍ତ ପ୍ରମାଣ ଅଭାବରୁ ପାଟନା ହାଇକୋର୍ଟ ପୂର୍ବତନ ସାଂସଦଙ୍କୁ ଦୋଷମୁକ୍ତ କରିଥିଲେ । ହେଲେ ସୁପ୍ରିମକୋର୍ଟ ତାଙ୍କୁ ଆଜୀବନ ଜେଲଦଣ୍ଡ ଶୁଣାଇବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଜଷ୍ଟିସ କୌଲ କହିଛନ୍ତି ଯେ, ଏଠି କେବଳ ଦୁଇଟି ବିକଳ୍ପ ଅଛି, ଆଜୀବନ ଜେଲ୍ ନଚେତ୍ ମୃତ୍ୟୁଦଣ୍ଡ । କୋର୍ଟ ପ୍ରଭୁନାଥ ସିଂହଙ୍କୁ ଆଜୀବନ ଜେଲଦଣ୍ଡ ସହ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । ସିଂହ ୧୯୯୫ ମସିହାରେ ଛପ୍ରା ଅଞ୍ଚଳରେ ୧୮ ବର୍ଷୀୟ ରାଜେନ୍ଦ୍ର ରାୟ ଓ ୪୭ ବର୍ଷୀୟ ଦରୋଗା ରାୟଙ୍କୁ ହତ୍ୟା କରିଥିବା ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି ।

ଏହାମଧ୍ୟ ପଢନ୍ତୁ: Uttar Pradesh: କେନ୍ଦ୍ରମନ୍ତ୍ରୀଙ୍କ ଘରେ ଯୁବକଙ୍କୁ ଗୁଳି କରି ହତ୍ୟା

ପ୍ରକାଶଥାଉ କି, ଡବଲ ମର୍ଡର ମାମଲାରେ ୨୦୦୮ରେ ପାଟନାର ଟ୍ରାଏଲ କୋର୍ଟ ସାକ୍ଷ୍ୟ ପ୍ରମାଣ ଅଭାବରୁ ପ୍ରଭୁନାଥ ସିଂହଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିଲେ । ୨୦୧୨ ମସିହାରେ ପାଟନା ହାଇକୋର୍ଟ ଏହା ରାୟ କାଏମ ରଖିଥିଲେ । ମୃତ ରାଜେନ୍ଦ୍ର ରାୟଙ୍କ ଭାଇ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଅଗଷ୍ଟ ୧୮ ତାରିଖରେ ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ରାୟକୁ ଖାରଜ କରିବା ସହିତ ପ୍ରଭୁନାଥ ସିଂହଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଭିଯୁକ୍ତ ସବୁ ସାକ୍ଷ୍ୟକୁ ପ୍ରଭାବିତ କରି ନିଜ ସପକ୍ଷରେ କରିଥିଲେ । ମାମଲା ପରିଚାଳନା କରୁଥିବା ସରକାରୀ ଓକିଲ ତାଙ୍କର ସମର୍ଥନ କରିଥିଲେ । ପୀଠାସୀନ ଅଧିକାରୀ ମଧ୍ୟ ନିଜର କର୍ତ୍ତବ୍ୟ ପ୍ରତି ଅସମ୍ବେଦନଶୀଳ ଥିଲେ ବୋଲି କୋର୍ଟ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.