ETV Bharat / bharat

1988 Road Rage Case: ସିଦ୍ଧୁଙ୍କୁ ଆଶ୍ବସ୍ତି, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

author img

By

Published : Mar 25, 2022, 10:51 PM IST

ସିଦ୍ଧୁଙ୍କ ମିଳିଲା ଆଶ୍ବସ୍ତି । ପୂର୍ବତନ ପଞ୍ଜାବ କଂଗ୍ରେସ ପିସିସି ସଭାପତି ସିଦ୍ଧୁଙ୍କୁ ରୋଡ ରେଜ ମାମଲାରେ ଆଶ୍ବସ୍ତି । ତେବେ ୩୩ ବର୍ଷ ପୁରୁଣା ମାମଲାରେ ସିଦ୍ଧୁଙ୍କୁ ଜାମିନ ସହ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

1988 Road rage case: ସିଦ୍ଧୁଙ୍କ ମିଳିଲା ଆଶ୍ବସ୍ତି, ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଚଣ୍ଡୀଗଡ: ପଞ୍ଜାବର ପୂର୍ବତନ ପିସିସି ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁଙ୍କ ମିଳିଲା ଆଶ୍ବସ୍ତି । ପୂର୍ବତନ ପଞ୍ଜାବ କଂଗ୍ରେସ ପିସିସି ସଭାପତି ସିଦ୍ଧୁଙ୍କୁ ରୋଡ ରେଜ ମାମଲାରେ ଆଶ୍ବସ୍ତି । ତେବେ ୩୩ ବର୍ଷ ପୁରୁଣା ମାମଲାରେ ସିଦ୍ଧୁଙ୍କ ଜାମିନ ସହ ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ ।

୧୯୮୮ ମସିହାର ସିଦ୍ଧୁ ଜଣେ ସାଧାରଣ ଲୋକକୁ ପାର୍କିଙ୍ଗକୁ ନେଇ ପଟିଆଲରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପରେ କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟ ପରେ ସିଦ୍ଧୁ ବିରୋଧରୋ ମାମଲା ରୁଜୁ ହୋଇଥିଲା । ତେବେ ୩୩ ବର୍ଷ ପରେ ଏହି ଘଟଣାର ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ।

33 ବର୍ଷ ଧରି ପଡିଥିବା ରୋଡ୍ ରେଜ୍ କେସ୍‌ ପୁଣି ଥରେ ଖୋଲିଥିଲା । କ୍ରିକେଟରୁ ନେତା ପଲାଟିଥିବା ସିଦ୍ଧୁଙ୍କ ଦଣ୍ଡ ଅବଧି ବୃଦ୍ଧି କରିବା ଆବେଦନ ଉପରେ ସୁପ୍ରିମକୋର୍ଟ ମାମଲା ହୋଇଥିଲା । ୧୯୮୮ର ରୋଡ୍ ରେଜ୍ ମାମଲାରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସିଦ୍ଧୁଙ୍କ ବିରୋଧରେ ମକଦ୍ଦମା ଚାଲିଥିଲା । ତେବେ ଏହି ମାମଲାରେ ସିଦ୍ଧୁଙ୍କୁ ମାତ୍ର ୧୦୦୦ ଟଙ୍କା ଜରିମାନା ସହିତ ଛାଡି ଦିଆଯାଇଥିଲା । ବିଚାରପତି ଏଏମ ଖାନଓ୍ଵିଲକବଂ ବିଚାରପତି କିଶନ କୌଲଙ୍କ ପୀଠ ୨୦୧୮ରେ ସିଦ୍ଧୁଙ୍କୁ ନୋଟିସ୍ ଜାରି କରିଥିଲେ । ତେବେ ରୋଡ୍ ରେଜ୍ ଘଟଣାରେ ପ୍ରାଣ ହରାଇଥିବା ପଟିଆଲା ବାସିନ୍ଦାଙ୍କ ପରିବାର ସଦସ୍ୟଙ୍କ ଦ୍ଵାରା ଦାଖଲ ସମୀକ୍ଷା ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ବିଚାର କରୁଛନ୍ତି । ଏତେ ବଡ ଅପରାଧ ଅଭିଯୋଗ ବିରୋଧରେ ଏତେ କମ ଦଣ୍ଡ ବିଧାନ କେମିତ ସମ୍ଭବପର ହେଲା ସେନେଇ ଶୁଣାଣୀ କରିବେ ସୁପ୍ରିମ କୋର୍ଟ ।

ସେହିଭଳି ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଅପ୍ରେଲ ୧୨ ତାରିଖରେ ହେବ । ଏପଟେ କିଛି ଦିନ ତଳେ ସିଦ୍ଧୁ ଏହି ମାମଲାକୁ ଖାରଜ କରିବାକୁ ସୁପ୍ରିମକୋର୍ଟକୁ ନିବେଦନ କରିଥିଲେ । ଏଥିସହ କରାଯାଇଥିବା ସମୀକ୍ଷା ପିଟିସନର ଜବାବରେ ଆବେଦନ ଗ୍ରହଣ ଯୋଗ୍ୟ ନୁହେଁ ବୋଲି ସିଦ୍ଧୁ କହିବା ସହ ଏହା ୩୩ ବର୍ଷ ପୁରୁଣା ଘଟଣା ବୋଲି କହିଥିଲେ । ମାତ୍ର ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପଟିଆଲରେ ପାର୍କିଙ୍ଗ୍‌କୁ ନେଇ ସିଦ୍ଧୁଙ୍କର ଜଣେ ଲୋକ ସହ ବଚସା ହୋଇଥିଲା ।

ଏତଦ୍‌ବ୍ୟତିତ୍‌ ପାର୍କିଙ୍ଗ୍‌କୁ ନେଇ ବଚସା ଭୟଙ୍କର ହେବା ସହ ସିଦ୍ଧୁ ଓ ତାଙ୍କର ଜଣେ ବନ୍ଧୁ ଘଟଣାସ୍ଥଳରେ ସେହି ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣାର କିଛି ଦିନ ପରେ ସେହି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଥିଲା । ଏପଟେ ପଞ୍ଜାବ ହାଇକୋର୍ଟ ୨୦୦୬ରେ ସିଦ୍ଧୁଙ୍କୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ଅନ୍ୟପଟେ ଏହି ଘଟଣାରେ ପୁଣି ୨୦୧୮ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ସିଦ୍ଧୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କୁ ତିନି ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ମାତ୍ର ବାର୍ଦ୍ଧକ୍ୟ ଏବଂ ଅନ୍ୟାନ୍ୟ କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ସିଦ୍ଧୁ ଜରିମାନା ଦେବା ସହ ମୁକୁଳି ଥିଲେ । ତେବେ ଏହି ରାୟର ଠିକ୍‌ ଏକ ବର୍ଷ ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିବା ସହ ସିଦ୍ଧୁଙ୍କୁ ଜାମିନ ପ୍ରଦାନ କରିଥିଲେ । ଆଜି ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.