ETV Bharat / bharat

Shiv Sena Symbol Row: ପୁଣି ଉଦ୍ଧବ ଗୋଷ୍ଠୀକୁ ଝଟକା, ECଙ୍କ ନିର୍ଦ୍ଦେଶରେ ରୋକ ଲଗାଇବାକୁ ମନାକଲେ SC

ଶିବସେନା ଚିହ୍ନ ପ୍ରଦାନ ପ୍ରସଙ୍ଗରେ ସର୍ବୋଚ୍ଚ କୋର୍ଟଙ୍କ ରାୟ । ପୁଣି ନିରାଶ ହେଲା ଉଦ୍ଧବ ଠାକରେ ଗୋଷ୍ଠୀ । ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ରୋକ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ

author img

By

Published : Feb 22, 2023, 5:18 PM IST

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶରେ ରୋକ ଲଗାଇବାକୁ ମନା କଲେ ସର୍ବୋଚ୍ଚ କୋର୍ଟ

ମୁମ୍ବାଇ: ଶିବସେନା ନିର୍ବାଚନୀ ଚିହ୍ନ ଓ ନାମ ପ୍ରଦାନ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଠାରୁ ବଡ ଝଟକା ପାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୋଷ୍ଠୀକୁ ପୁଣି ସର୍ବୋଚ୍ଚ କୋର୍ଟରୁ ମଧ୍ୟ ଝଟକା ଲାଗିଛି । ଆୟୋଗଙ୍କ ନିର୍ଦ୍ଦେଶ ପରେ ସୁପ୍ରିମକୋର୍ଟରେ ଦ୍ବାରସ୍ଥ ହୋଇଥିବା ଉଦ୍ଧବ ଗୋଷ୍ଠୀକୁ ସେଠାରୁ ମଧ୍ୟ ନିରାଶ ହେବାକୁ ପଡିଛି । ଆୟୋଗ ଜାରି କରିଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଜାରି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଛନ୍ତି । ଦଳର ନାମ ଓ ନିର୍ବାଚନୀ ଚିହ୍ନ ‘ଧନୁ ଓ ତୀର’ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରଦାନ କରିଥିଲେ ନିର୍ବାଚନ ଆୟୋଗ । ଯାହାକୁ ନେଇ ଉଦ୍ଧାବ ଠାକରେ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହେବା ସହ ଏହା ଉପରେ ରହିତାଦେଶ ଜାରି କରିବା ପାଇଁ ଆବେଦନରେ ଦର୍ଶାଇଥିଲା ।

ଶୁକ୍ରବାର ନିର୍ବାଚନ ଆୟୋଗ ଶିବସେନାର ମୂଳ ଚିହ୍ନ ‘ଧନୁ ଓ ତୀର’ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରଦାନ କରିବା ସହ ତାହାକୁ ହିଁ ମୁଖ୍ୟ ଶିବସେନା ବୋଲି ଅନୁମୋଦନ ଦେଇଥିଲେ । ଯାହାକୁ ନେଇ କ୍ଷୁବ୍ଧ ହୋଇଥିଲା ଠାକରେ ଗୋଷ୍ଠୀ । ଏହାକୁ ନେଇ ଉଦ୍ଧବ ଠାକରେ ନିର୍ବାଚନ ଆୟୋଗ, ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ । ଯାହା ହୋଇଛି ନିର୍ବାଚନ କମିଶନ କିଛି ଠିକ୍‌ କରିନାହାନ୍ତି ଓ ମୋଦି ସରକାରଙ୍କ ଇଙ୍ଗୀତରେ କରିଥିବା କହିଥିଲେ ଉଦ୍ଭବ । ଏହି ମାମଲାରେ ତାଙ୍କ ଗୋଷ୍ଠୀ ସର୍ବୋଚ୍ଚ କୋର୍ଟର ଦ୍ବାରସ୍ଥ ମଧ୍ୟ ହୋଇଥିଲା । ହେଲେ ସେଠାରୁ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡିଛି ।

ମାର୍ଚ୍ଚ 5 ରୁ ମହାରାଷ୍ଟ୍ରରେ ଏକ ରାଲି କରିବାକୁ ଯାଉଛି ଉଦ୍ଧବ ଠାକରେ ନେତୃତ୍ବାଧୀନ ଗୋଷ୍ଠୀର । ଏଥିରେ ଦଳ ନିଜ ଗୋଷ୍ଠୀର ସମର୍ଥକ ଓ କର୍ମୀଙ୍କୁ ଏକାଠି କରିବାର କାର୍ଯ୍ୟ କରିବ । ଏହି କାର୍ଯ୍ୟକ୍ରମର ନେତୃତ୍ବ ଉଦ୍ଧବ ଠାକରେ ନେବାକୁ ଥିବା ବେଳେ ପୁଅ ଆଦିତ୍ୟ ଠାକରେ ମଧ୍ୟ ରହିବେ । ସେହିପରି ଦଳର ଅନ୍ୟତମ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ, ତାଙ୍କୁ ହତ୍ୟା କରାଯିବା ନେଇ ଷଡଯନ୍ତ୍ର ହେଉଥିବା ଅଭିଯୋଗ କରିବା ପରେ ତାଙ୍କ ସୁରକ୍ଷାକୁ ବଢାଯାଇଛି । ରାଉତ ଏବେ ନାସିକ୍‌ ଗସ୍ତରେ ଅଛନ୍ତି । ସେ ରହୁଥିବା ହୋଟେଲରେ ସୁରକ୍ଷା ବ୍ୟବସ୍ଥା ବଢାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ମଧ୍ୟ ରାଉତଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି । ଏହି ଅଭିଯୋଗର ତଦନ୍ତ ହେବା ନେଇ ମୁଖ୍ୟମନ୍ତ୍ରୀ ସିନ୍ଦେ କହିଛନ୍ତି ।

ଆଜି ସଞ୍ଜୟ ରାଉତ ପୋଲିସକୁ ଏକ ଚଠି ଲେଖି ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ଠାରୁ ଜୀବନ ପ୍ରତି ବିପଦ ଥିବା ଅଭିଯୋଗ କରିଥିଲେ । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକନ୍ତ ସିନ୍ଦେ ଏବେ ସାଂସଦ ରହିଛନ୍ତି । ସେହିପରି ଏହି ଷଡଯନ୍ତ୍ରରେ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ସହ ଶାସକ ଦଳର ଜଣେ ବିଧାୟକ ଥିବା ସଞ୍ଜୟ କହିଥିଲେ । ଏପରି ସଙ୍ଗୀନ ଅଭିଯୋଗ ପରେ ତାଙ୍କୁ ସୁରକ୍ଷା ଦେବା ପାଇଁ ଦଳ ଭିତରୁ ଦାବି ଉଠିଥିଲା । ତାଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ ବଢାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.