ETV Bharat / bharat

ଅବସର ନେଲେ ସୁପ୍ରିମକୋର୍ଟ ବିଚାରପତି ଇନ୍ଦିରା ବାନାର୍ଜୀ - ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା

ସୁପ୍ରିମକୋର୍ଟର ବିଚାରପତି ଭାବେ ଅବସର ନେଲେ ଜଷ୍ଟିସ ଇନ୍ଦିରା ବାନାର୍ଜୀ । ତାଙ୍କ ଅବସର ପରେ ମହିଳା ବିଚାରପତିଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ଅଧିକ ପଢନ୍ତୁ

ଅବସର ନେଲେ ସୁପ୍ରିମକୋର୍ଟ ଜଷ୍ଟିସ ଇନ୍ଦିରା ବାନାର୍ଜୀ

author img

By

Published : Sep 24, 2022, 9:43 AM IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି(SC judge Indira Banerjee retires) । ଏହି ଅବସରରେ ଜଷ୍ଟିସ ଆଗାମୀ ଦିନରେ ସୁପ୍ରିମକୋର୍ଟରେ ଅଧିକ ମହିଳା ବିଚାରପତି ନିଯୁକ୍ତି ଲାଗି ଆଶା ବ୍ୟକ୍ତ କରିଛନ୍ତି । ଜଷ୍ଟିସ ଇନ୍ଦିରା ବାନାର୍ଜୀଙ୍କ ଅବସରରେ ପରେ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ମହିଳା ବିଚାରପତିଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ସେମାନେ ହେଲେ ଜଷ୍ଟିସ ହିମା କୋହଲି, ବିଭି ନାଗାରତ୍ନ ଏବଂ ବେଲା ଏମ୍ ତ୍ରିବେଦୀ ।

ଜଷ୍ଟିସ ଇନ୍ଦିରା ବାନାର୍ଜୀ ସୁପ୍ରିମକୋର୍ଟର ପଞ୍ଚମ ବରିଷ୍ଠ ବିଚାରପତି ଥିଲେ । ସର୍ବୋଚ୍ଚ କୋର୍ଟରେ ମହିଳା ବିଚାରପତି ହେବାରେ ସେ ଥିଲେ ଅଷ୍ଟମ । ବର୍ତ୍ତମାନ ତାଙ୍କ ଅବସରର ପରେ ମୋଟ ମହିଳା ବିଚାରପତିଙ୍କ ସଂଖ୍ୟା ୩ ରହିଛି । ୧୯୫୦ ଜାନୁୟାରୀ ୨୬ରେ ସୁପ୍ରିମକୋର୍ଟ ସ୍ଥାପନ ହେବା ପରଠୁ ଏଠାରେ ଖୁବ୍ କମ୍ ମହିଳା ବିଚାରପତିଙ୍କୁ ନିଯୁକ୍ତି ମିଳିଛି । ପ୍ରଥମ ମହିଳା ବିଚାରପତି ଭାବେ ୧୯୮୯ ମସିହାରେ ଜଷ୍ଟିସ ଏମ ଫାତିମା ବିଭି(Justice M Fathima Beevi) ନିଯୁକ୍ତି ପାଇଥିଲେ ।

ଏହାମଧ୍ୟ ପଢନ୍ତୁ: ଜାତିସଂଘ ସୁରକ୍ଷା ପରିଷଦରେ ଆବଶ୍ୟକ ଜରୁରୀ ଓ ବ୍ୟାପକ ସଂସ୍କାର: ଭାରତ

୨୦୦୨ରେ ଜଷ୍ଟିସ ଇନ୍ଦିରା ବାନାର୍ଜୀ କୋଲକାତା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ୨୦୧୬ ଅଗଷ୍ଟରେ ଦିଲ୍ଲୀ ହାଇକୋର୍ଟକୁ ତାଙ୍କର ବଦଳି ହୋଇଥିଲା । ୨୦୧୭ ମସିହା ଏପ୍ରିଲରେ ଇନ୍ଦିରା ବାନାର୍ଜୀ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ଏହାପରେ ୨୦୧୮ରେ ସେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.