ETV Bharat / bharat

ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

author img

By

Published : Aug 2, 2022, 6:39 PM IST

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲାରେ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବର୍ଷେ ବୃଦ୍ଧି ପାଇଁ ଅଧ୍ୟାଦେଶ ଆଣିଥିଲା କେନ୍ଦ୍ର । ଅଧିକ ପଢନ୍ତୁ

ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ
ED ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ମାମଲା, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ପାଇଁ କେନ୍ଦ୍ର ସରକାରଙ୍କ ନେଇଥିବା ନିଷ୍ପତ୍ତି ବିରୋଧରେ ଦାଏର ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି ସର୍ବୋଚ୍ଚ କୋର୍ଟ । ବର୍ତ୍ତମାନ ଇଡିର ନିର୍ଦ୍ଦେଶକ ଥିବା ସଞ୍ଜୟ କୁମାରଙ୍କ କାର୍ଯ୍ୟକାଳ ଅଧିକ ଏକ ବର୍ଷକୁ ବୃଦ୍ଧି କରିବା ପାଇଁ ଅଧ୍ୟାଦେଶ ଆଣିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ସର୍ବୋଚ୍ଚ କୋର୍ଟରେ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଛି ।

ଆଜି ପ୍ରଧାନ ବିଚାରପତି ଏନ.ଭି ରମଣାଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ନୋଟିସ ଜାରି କରିବା ସହ ମାମଲାରେ ଉତ୍ତର ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଏହି ମାମଲାର ପରବର୍ତ୍ତୀ ଶୁଣାଣି 10 ଦିନ ପରେ ହେବା ନେଇ ମଧ୍ୟ ଖଣ୍ଡପୀଠ ଧାର୍ଯ୍ୟ କରିଛନ୍ତି । ଆବେଦନକାରୀ ଓକିଲ ଏମ.ଏଲ ଶର୍ମା କହିଛନ୍ତି, ‘‘ରାଜ୍ୟସଭା ବା ଲୋକସଭାରେ ବିଲ ପାରିତ ନକରି ଏପରି ଅଧ୍ୟାଦେଶ ମାଧ୍ୟମରେ କେନ୍ଦ୍ର ସରକାର ସାମ୍ବିଧାନିକ ପ୍ରୋଭିଜନକୁ ପରିବର୍ତ୍ତନ କରିପାରିବେ ନାହିଁ ।’’

2021 ନଭେମ୍ବରରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ଏହି ଅଧ୍ୟାଦେଶ ଆଣିଥିଲେ କେନ୍ଦ୍ର ସରକାର । କେନ୍ଦ୍ରର ଏହି ନିଷ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିବା ସହ ଏକାଧିକ ଜନସ୍ବାର୍ଥ ମାମଲା ଦାଏର ହୋଇଥିଲା । କିଛି ସମାଜିକ ସଂଗଠନ ସମେତ ମଧ୍ୟ ପ୍ରଦେଶ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଜୟା ଠାକୁର ମଧ୍ୟ କୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ତେବେ ଦୁର୍ନୀତି ଓ ଆର୍ଥିକ ଠକେଇ ବିରୋଧରେ ସ୍ବତନ୍ତ୍ର ତଥା ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଷ୍ଠା ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବର୍ତ୍ତମାନର କାର୍ଯ୍ୟଶୈଳୀକୁ ନେଇ ରାଜନୈତିକ ଗନ୍ଧ ବାରୁଛନ୍ତି ବିରୋଧୀ ରାଜନୈତିକ ଦଳ । କଂଗ୍ରେସ ସମେତ ଅନେକ ବିରୋଧୀ ଦଳଙ୍କୁ ଦମନ କରିବା ପାଇଁ ନରେନ୍ଦ୍ର ମୋଦି ନେତୃତ୍ବାଧୀନ ବିଜେପି ସରକାର ED ପରି ସାମ୍ବିଧାନିକ ତଦନ୍ତକାରୀ ସଂସ୍ଥାକୁ ବ୍ୟବହାର କରି ଆସୁଛି ବୋଲି ବିରୋଧୀ ଅଭିଯୋଗ କରି ଆସୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.