ETV Bharat / bharat

ଆନ୍ଧ୍ର ସରକାରଙ୍କ ବେଲ ଚ୍ୟାଲେଞ୍ଜ ପିଟିସନ: ଚନ୍ଦ୍ରବାବୁଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନୋଟିସ

author img

By ETV Bharat Odisha Team

Published : Nov 28, 2023, 6:18 PM IST

ଚନ୍ଦ୍ରବାବୁଙ୍କୁ ସର୍ବୋଚ୍ଚ କୋର୍ଟରୁ ନୋଟିସ । ନିୟମିତ ବେଲକୁ ଚ୍ୟାଲେଞ୍ଜ କରିଥିଲା ଆନ୍ଧ୍ର ପ୍ରଦେଶ ସରକାର । ଏବେ ରାଜନୈତିକ ସଭାସମିତିରେ ସାମିଲ ହୋଇପାରିବେ ନାଇଡୁ । ଅଧିକ ପଢନ୍ତୁ

ଆନ୍ଧ୍ର ସରକାରଙ୍କ ବେଲ ଚ୍ୟାଲେଞ୍ଜ ପିଟିସନକୁ ନେଇ ଚନ୍ଦ୍ରବାବୁଙ୍କୁ ସର୍ବୋଚ୍ଚ କୋର୍ଟଙ୍କ ନୋଟିସ

ଅମରାବତି: ବହୁଚର୍ଚ୍ଚିତ ‘ଦକ୍ଷତା ବିକାଶ ଘୋଟାଲା’ ମାମଲାରେ ପୂର୍ବତନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ନିୟମିତ ବେଲକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଥିଲା ଆନ୍ଧ୍ର ସରକାର । ଆଜି ଏହି ମାମଲାରେ ସର୍ବୋଚ୍ଚ କୋର୍ଟ ନାଇଡୁଙ୍କ ନୋଟିସ୍‌ କରିଛନ୍ତି । ଗତ ସପ୍ତାହରେ (ନଭେମ୍ବର 20 ତାରିଖ) ନାଇଡୁଙ୍କୁ ଆନ୍ଧ୍ର ହାଇକୋର୍ଟ ନିୟମିତ ବେଲ ପ୍ରଦାନ କରିଥିଲେ । ଏହାର 24 ଘଣ୍ଟା ମଧ୍ୟରେ ଏହାକୁ ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ଆନ୍ଧ୍ର ପ୍ରଦେଶ ସିଆଇଡି ।

  • Supreme Court issued notice to the former Chief Minister and TDP chief N Chandrababu Naidu on a plea by the Andhra Pradesh government challenging a High Court order granting regular bail to him in the Skill Development Corporation Scam case pic.twitter.com/LSVUJSZRhr

    — ANI (@ANI) November 28, 2023 " class="align-text-top noRightClick twitterSection" data=" ">

ଆଜି ଆନ୍ଧ୍ର ପ୍ରଦେଶ ସରକାର କରିଥିବା ଆବେଦନ ଉପରେ ଜଷ୍ଟିସ ବେଲା.ଏମ ତ୍ରିବେଦୀ ଓ ସତୀଶ ଚନ୍ଦ୍ର ଶର୍ମାଙ୍କ ଖଣ୍ଡପୀଠ ଶୁଣାଣି କରିଥିଲେ । ହୋଇକୋର୍ଟଙ୍କ ନିୟମିତ ବେଲ୍‌କୁ ଏହି ଆବେଦନରେ ଚ୍ୟାଲେଞ୍ଜ କରାଯାଇଛି । ପୂର୍ବରୁ ନାଇଡୁ ମଧ୍ଯ ତାଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାକୁ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟମୂଳକ ଦର୍ଶାଇ ଏହାକୁ ଖାରଜ କରିବା ପାଇଁ ସର୍ବୋଚ୍ଚ କୋର୍ଟରେ ଦ୍ବାରସ୍ଥ ହୋଇଛନ୍ତି । କୋର୍ଟ ଆଜି ଆନ୍ଧ୍ର ସରକାରଙ୍କ ବେଲ୍‌ ଚ୍ୟାଲେଞ୍ଜ ପିଟିସନରେ ପକ୍ଷ ରଖିବାକୁ ନାଇଡୁଙ୍କୁ ନୋଟିସ୍‌ ଜାରି କରିଛନ୍ତି ।

ଅନ୍ୟ ଏକ ବଡ଼ ସୂଚନା ଅନୁସାରେ, କୋର୍ଟ ଚନ୍ଦ୍ରବାବୁଙ୍କ ସାଧାରଣ ସଭାସମିତି ଓ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି । ମାତ୍ର ସେ କୋର୍ଟଙ୍କ ବେଲ ସର୍ତ୍ତକୁ ଉଲ୍ଲଂଙ୍ଘନ କରିବେ ନାହିଁ । କୌଣସି କାର୍ଯ୍ୟକ୍ରମରେ କିମ୍ବା ସାର୍ବଜନୀନ ସ୍ଥାନରେ ସେ ଏହି ବିଚାରାଧୀନ ମାମଲା ସମ୍ପର୍କରେ ବୟାନବାଜୀ କରିବେନି ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଚଳିତମାସ 20 ତାରିଖରେ ଚନ୍ଦ୍ରବାବୁଙ୍କ ଆନ୍ଧ୍ର ହାଇକୋର୍ଟ ନିୟମିତ ବେଲ ପ୍ରଦାନ କରିଥିଲେ । ଏହା ପୂର୍ବରୁ ସେ 4 ସପ୍ତାହ ଅନ୍ତରୀଣ ବେଲ୍‌ରେ ବାହାରୁ ଆସିଥିଲେ । ଏହାକୁ ମାତ୍ର 24 ଘଣ୍ଟା ମଧ୍ଯରେ ଆନ୍ଧ୍ର ସିଆଇଡି ସର୍ବୋଚ୍ଚ କୋର୍ଟରେ ଚ୍ୟାଲେଞ୍ଜ କରିଥିଲା ।

ଏହା ମଧ୍ୟ ପଢନ୍ତୁ :- ଦକ୍ଷତା ବିକାଶ ଦୁର୍ନୀତି ମାମଲା: ଚନ୍ଦ୍ରବାବୁ ନାଇଡୁଙ୍କୁ ହାଇକୋର୍ଟରୁ ମିଳିଲା ନିୟମିତ ବେଲ

ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ସେପ୍ଟେମ୍ବର 9 ତାରିଖରେ ଆନ୍ଧ୍ର ପ୍ରଦେଶ CID ଚନ୍ଦ୍ରବାବୁଙ୍କୁ ଗିରଫ କରିଥିଲା । ଏହି ଦୁର୍ନୀତି ଅଭିଯୋଗରେ ତାଙ୍କ ବିରୋଧରେ ୨୦୨୧ ମସିହାରେ ମାମଲା ରୁଜୁ ହୋଇଥିଲା । ଏଥିରେ ପ୍ରାୟ 3 ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସେପ୍ଟେମ୍ବର 9 ତାରିଖ ଭୋର ସମୟରେ ରାଜ୍ୟ ସିଆଇଡି ବିଭାଗର ଟିମ୍‌ ତାଙ୍କୁ ନନ୍ଦାୟାଲାରୁ ଗିରଫ କରିଥିଲା । ତାଙ୍କ ପୁଅ ନାରା ଲୋକେଶ ମଧ୍ୟ ଅମରାବତୀ ଇନର-ରୋଡ ଘୋଟାଲାରେ ସିଆଇଡିର ତଦନ୍ତ ପରିସରରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.