ETV Bharat / bharat

PM Security Breach: ତଦନ୍ତ ସ୍ଥଗିତ ରଖିବାକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Jan 7, 2022, 12:50 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତଦନ୍ତ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । । ଅଧିକ ପଢନ୍ତ

ତଦନ୍ତ ସ୍ଥଗିତ ରଖିବାକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପଞ୍ଜାବ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ଦେଖାଯାଇଥିବା ତ୍ରୁଟି (PM Security Breach ) ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି ସମ୍ପର୍କିତ ପିଟିସନର ଆଜି (ଶୁକ୍ରବାର) ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ତଦନ୍ତକୁ ସ୍ଥଗିତ ରଖିବାକୁ ପଞ୍ଜାବ ଓ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ସହି ପିଏମଙ୍କ ଗସ୍ତର ବିସୃତ ରିପୋର୍ଟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ (SC directs to secure and preserve the travel records)।

ସୋମବାର ଯାଏ ତଦନ୍ତ କାର୍ଯ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ହୋଇଛି । ପଞ୍ଜାବ ରେଜିଷ୍ଟ୍ରାର ଜେନେରାଲ ଓ ହରିୟାଣା ହାଇକୋର୍ଟଙ୍କୁ ପିଏମଙ୍କ ଗସ୍ତର ବିସୃତ ରିପୋର୍ଟ ସଂରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ପିଏମଙ୍କ ଗସ୍ତ ବେଳେ ପଞ୍ଜାବ ପୋଲିସ ପକ୍ଷରୁ ନିଆଯାଇଥିବା ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କିତ ସମସ୍ତ ପ୍ରମାଣ ସଂଗ୍ରହ ଲାଗି ବଠିଣ୍ଡା ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ପିଟିସନରେ ଦାୟର ହୋଇଥିଲା । ଏହି ଘଟଣାରେ ଜଡିତ ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ନିବେଦନ ହୋଇଛି ।

ସେପଟେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟିକୁ ନେଇ ତମ୍ବି ତୋଫାନ ଓ ଆରୋପ ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ଏହି ଘଟଣାକୁ ନେଇ ପଞ୍ଜାବ ପୋଲିସ୍‌ ମାମଲା ରୁଜୁ କରିଛି। ଘଟଣାକୁ ସାଂଘାତିକ ତ୍ରୁଟି ବୋଲି କହି ଏହା ଉପରେ ପଞ୍ଜାବ ସରକାରଙ୍କଠାରୁ ଜବାବ ମାଗିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ୩ ଜଣିଆ ଟିମ୍‌ ଗଠିତ ହୋଇଛି । ଆଜି ତଦନ୍ତ ପାଇଁ ଫିରୋଜପୁରରେ ପହଞ୍ଚିଛି କେନ୍ଦ୍ରୀୟ ଟିମ୍ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.