ନୂଆଦିଲ୍ଲୀ: ମଙ୍ଗଳବାର ସୁପ୍ରିମକୋର୍ଟ ସାରଦା ଚିଟଫଣ୍ଡ ମାମଲାର ଶୁଣାଣିକୁ ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ଥିବା ମଳୟ କୁମାର ଦେ ଏବଂ ରାଜୀବ କୁମାରଙ୍କ ବିରୋଧରେ ଶୁଣାଣି ଦୁଇ ସପ୍ତାହ ପାଇଁ ସ୍ଥଗିତ ରଖିଛନ୍ତି । କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ଶୁଣାଣି ସ୍ଥଗିତ ରଖିଛନ୍ତି, ଏଥିରେ କୋଲକାତା ପୂର୍ବତନ ପୋଲିସ କମିଶନର ରାଜୀବ କୁମାରଙ୍କୁ ଅଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ମାମଲା ସିବିଆଇକୁ ହସ୍ତାନ୍ତର ହେବା ପୂର୍ବରୁ ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ର ନେତୃତ୍ବ ନେବାବେଳେ 1989-ବ୍ୟାଚ୍ ଆଇପିଏସ୍ ଅଧିକାରୀ ଏହି ଘୋଟାଲା ସହ ଜଡିତ ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ସାରଦା କମ୍ପାନୀ 2500 କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।