ETV Bharat / bharat

ପକ୍ଷୀ ଡେଣାରେ ବସି ବୁଲୁଥିଲେ ସାବରକର, ପାଠ୍ୟପୁସ୍ତକରେ ସାମିଲ କରି ବିବାଦରେ ବୋମାଇ ସରକାର

author img

By

Published : Aug 29, 2022, 1:39 PM IST

ପୁଣି ଚର୍ଚ୍ଚାରେ ରହିଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟ ବିଜେପି ସରକାର ଅଷ୍ଟମ ଶ୍ରେଣୀ ପାଠ୍ୟଖସଡାରେ ସଂଶୋଧନ ପରେ ପୁସ୍ତକରେ ବୀର ଦାମୋଦର ସାବରକରଙ୍କ ଜୀବନୀ ସଂପର୍କିତ ଏକ ନୂତନ ଅଧ୍ୟାୟ ଯୋଡିଛନ୍ତି । ଅଧିକ ପଢନ୍ତୁ

Savarkar
Savarkar

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହିଜାବ ମାମଲାକୁ ନେଇ ବିବାଦ ଥମି ନଥିବାବେଳେ ପୁଣି ଆଉ ଏକ ସଦ୍ୟ ବିବାଦ ମୁଣ୍ଡ ଟେକିଛି । ଯାହାକୁ ନେଇ ପୁଣି ଚର୍ଚ୍ଚାରେ ରହିଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟ ବିଜେପି ସରକାର ଅଷ୍ଟମ ଶ୍ରେଣୀ ପାଠ୍ୟଖସଡାରେ ସଂଶୋଧନ ପରେ ପୁସ୍ତକରେ ବୀର ଦାମୋଦର ସାବରକରଙ୍କ ଜୀବନୀ ସଂପର୍କିତ ଏକ ନୂତନ ଅଧ୍ୟାୟ ଯୋଡିଛନ୍ତି । କନ୍ନଡ ଭାଷାରେ ବହିରେ ଯାହା ଲେଖା ହୋଇଛି ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସାବରକର ଯେବେ ଆଣ୍ଡାମାନ ନିକୋବର ଦ୍ଵୀପରେ ଥିବା ଜେଲ୍‌ରେ ବନ୍ଦୀ ଥିଲେ, ସେହି ସମୟରେ ବୁଲୁବୁଲ ପକ୍ଷୀ ଡେଣାରେ ବସି ଭାରତ ଭ୍ରମଣରେ ଆସୁଥିବା ପୁସ୍ତକରେ ଉଲ୍ଲେଖ ରହିଛି।

ଏହି ପାଠ୍ୟପୁସ୍ତକ ଚଳିତ ବର୍ଷ ରୋହିତ ଚକ୍ରବର୍ତ୍ତୀ କମିଟି ଦ୍ୱାରା ସଂଶୋଧନ ହୋଇଛି । ସୋସିଆଲ ମିଡିଆରେ ବିଦ୍ୟାଳୟ ପାଠ୍ୟପୁସ୍ତକରେ ବୀର ଦାମୋଦର ସାବରକରଙ୍କ ଉପରେ ଆଲୋଚନା ହେଉଛି । ଅଷ୍ଟମ ଶ୍ରେଣୀର ପୁସ୍ତକରେ ପ୍ରଥମେ ସାବରକରଙ୍କ ଏହି ଅଧ୍ୟାୟ ସାମିଲ୍ ନଥିଲା । ପୂର୍ବରୁ ବହିରେ ବିଜୟମାଲ୍ୟ ଦ୍ବାରା ଲିଖିତ 'ବ୍ଲଡ ଗ୍ରୁପ'କୁ ହଟାଇ କେଟି ଗଟ୍ଟିଙ୍କ ଲେଖା ‘କଲାବନୁ ଗୋଦ୍ଦାବାରୁ’ ନାମକ ପୁସ୍ତକ ଯୋଡା ଯାଇଛି । ବର୍ତ୍ତମାନ ପୁସ୍ତକରେ ସ୍ଥାନିତ ନୂଆ ଅଧ୍ୟାୟର ଭାଇରାଲ୍ ହୋଇଛି । ସରକାର ପୁସ୍ତକରେ ସଂଶୋଧନର ଦାୟିତ୍ଵ ଦେଇଥିବା ରୋହିତ ଚକ୍ରତୀର୍ଥଙ୍କ ନେତୃତ୍ଵାଧୀନ କମିଟିକୁ ଭଙ୍ଗି ଦିଆଯାଇଛି ।

ଏହା ବି ପଢନ୍ତୁ...NASA Moon Rocket, ବଜ୍ରପାତ ସତ୍ତ୍ବେ ଆଜି ଉଡାଣ ଭରିବ ନାସାର ମୁନ୍ ରକେଟ

ପୁସ୍ତକରେ ଲେଖା ହୋଇଛି ସାବରକରଙ୍କୁ ଜେଲ୍‌ର ଯେଉଁ କୋଠରୀରେ ରଖାଯାଇଥିଲା, ସେଥିରେ ସୂର୍ଯ୍ୟକିରଣ ଆସିବା ପାଇଁ ଛୋଟ କଣାଟିଏ ବି ନଥିଲା । ହେଲେ ଉକ୍ତ କୋଠରୀକୁ ବୁଲବୁଲ୍ ପକ୍ଷୀ ଚାଲି ଆସୁଥିଲା । ଆଉ ପକ୍ଷୀର ଡେଣାରେ ବସି ସାବରକର ପ୍ରତିଦିନ ଦେଶ ଭ୍ରମଣ କରୁଥିଲେ। ଏହି ଭାଗ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପାଠ୍ୟ ପୁସ୍ତକ ସଂଶୋଧନକୁ କଂଗ୍ରେସ ବିରୋଧ କରିଛି । କିନ୍ତୁ ବିଜେପି ସରକାର ଏହାକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । କଂଗ୍ରେସ ଦାବି କରିଛି ଯେ ସାବରକର ଜଣେ ସ୍ବାଧୀନତା ସଂଗ୍ରାମୀ ନୁହନ୍ତି । ନିକଟରେ କର୍ଣ୍ଣାଟକରେ ସାବରକର ଫ୍ଲେକ୍ସ ହଟାଇବାକୁ ନେଇ ହିଂସା ଘଟିଥିଲା ।

ପ୍ରକାଶ ଥାଉ କି, କର୍ଣ୍ଣାଟକର ତୁମାକୁରୁ ବିଶ୍ୱବିଦ୍ୟାଳୟ ବୀର ସାବରକର ଉପରେ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ପ୍ରସ୍ତୁତ ଅଛନ୍ତି । ବିଶ୍ୱବିଦ୍ୟାଳୟ ସିଣ୍ଡିକେଟ୍ ବୈଠକ ଏହି ନିଷ୍ପତ୍ତିକୁ ଅନୁମୋଦନ କରିଛି ଏବଂ ସରକାରଙ୍କୁ ଏ ବାବଦରେ ଏକ ପ୍ରସ୍ତାବ ଦାଖଲ କରିବାକୁ ପ୍ରସ୍ତୁତି ଚାଲିଛି । ତୁମାକୁରୁ ବିଶ୍ୱବିଦ୍ୟାଳୟରେ ବୀର ସାବରକରଙ୍କ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବାକୁ ସିଣ୍ଡିକେଟ୍ ନିଷ୍ପତ୍ତି ନେଇଛି । ତେଣୁ ସରକାର ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ସିଏମ୍ ବୋମାଇ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.