ETV Bharat / bharat

ଧର୍ମେନ୍ଦ୍ରଙ୍କୁ ସଂସଦରେ ସସ୍ମିତଙ୍କ ଟାର୍ଗେଟ - Rajyasabha Budget session

ରାଜ୍ୟସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଅଧିକ ପଢନ୍ତୁ...

ଧର୍ମେନ୍ଦ୍ରଙ୍କୁ ସଂସଦରେ ସସ୍ମିତଙ୍କ ଟାର୍ଗେଟ
ଧର୍ମେନ୍ଦ୍ରଙ୍କୁ ସଂସଦରେ ସସ୍ମିତଙ୍କ ଟାର୍ଗେଟ
author img

By

Published : Feb 5, 2021, 2:27 PM IST

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗଟେ କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର । ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ସେ କୃଷି ଉପରେ ନିଜର ବକ୍ତବ୍ୟ ରଖିଛନ୍ତି । ସ୍ବାମୀନାଥନ କମିଶନ କଥା ଉଲ୍ଲେଖ କରି ଗତକାଲି କେନ୍ଦ୍ରମନ୍ତ୍ରୀ ବିଜେଡିକୁ କରିଥିବା ପ୍ରଶ୍ନର ଉତ୍ତର ଦେଇଛନ୍ତି ସସ୍ମିତ ପାତ୍ର ।

ଧର୍ମେନ୍ଦ୍ରଙ୍କୁ ସଂସଦରେ ସସ୍ମିତଙ୍କ ଟାର୍ଗେଟ

ଗତକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଆକ୍ଷେପ କରିବା ସହ ସ୍ବାମିନାଥନ କମିଶନ ଉପରେ ବିଜେଡି ରଖିଥିବା ମନ୍ତବ୍ୟ ଉପରେ ସସ୍ମିତ କିଛି କହିବାକୁ କହିଥିଲେ । ଯାହାର ଜବାବ ଆଜି ସସ୍ମିତ ପାତ୍ର ଦେଇଛନ୍ତି । ସେ ଗୃହରେ ସ୍ବାମୀନାଥନ କମିଶନଙ୍କ ରିପୋର୍ଟକୁ ସରକାର ଲାଗୁ କରିନଥିବା ଦର୍ଶାଇବା ସହ ରାଜ୍ୟ ସରକାର ବିଧାନସଭାରେ ସର୍ବସମ୍ମତି କ୍ରମେ ଧାନ ଉପରେ ଏମଏସପି 2930 ଟଙ୍କା କରିବାକୁ କହିଥିବା ଗୃହକୁ ଜଣାଇଛନ୍ତି ।

ସ୍ବାମୀନାଥନ କମିଶନ ସି-2 ଉପରେ ଦେଢଗୁଣା ଏମଏସପି ଦେବାକୁ କହିଥିବାବେଳେ ସରକାର ଏ-2ଉପରେ ଦେଇଥିବା ସେ କହିଛନ୍ତି । ଏ-2 ଓ ସି-2 ମଧ୍ୟରେ ପାର୍ଥକ୍ୟ ଦର୍ଶାଇବା ସହ ସେ ସରକାର କିପରି ଏ-2 ଉପରେ ଦେଢଗୁଣା ଦେଇଛନ୍ତି କିନ୍ତୁ ସ୍ବାମୀନାଥନ କମିଶନ ଚାହିଁଥିବା ସି-2 ଉପରେ ଦେଢଗୁଣା ଏମଏସପି ଦେଇନଥିବା ଜଣାଇଛନ୍ତି ।

ଏହାସହ ଓଡିଶା ବିଧାନସଭାରେ କିପରି ସମସ୍ତ ଦଳ ମିଳିମିଶି ଧାନର ଏମଏସପି 2930 ଟଙ୍କା କରିବାକୁ ସଙ୍କଳ୍ପ ପାରିତ କରିଥିଲେ ଓ ଏଥିରେ ବିଜେପି ବିଧାୟକ ମଧ୍ୟ ଥିବା ସେ କହିଛନ୍ତି । ତେଣୁ ସେ ବିଜେପି ବିଧାୟକ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.