ମୁମ୍ବାଇ: ଦେଶରେ ବର୍ତ୍ତମାନ କାୟା ବିସ୍ତାରେ କରିବାରେ ଲାଗିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ପଜିଟିଭ ଚିହ୍ନଟ ହେବା ପରେ ଦେଶ ଭୟଙ୍କର ସ୍ଥିତି ଆଡ଼କୁ ଗତି କରିବାରେ ଲାଗିଛି । ତେବେ ଏହି କୋରୋନା ସ୍ଥିତି ସମ୍ପର୍କରେ ସଂସଦ ଭବନରେ ଆଲୋଚନା ପାଇଁ 2 ଦିନିଆ ସ୍ବତନ୍ତ୍ର ଅଧିବେଶନ କରିବା ପାଇଁ ଶିବସେନା ନେତା ସଞ୍ଜୟ ରାଉତ ସୋମବାର କେନ୍ଦ୍ର ନିକଟରେ ଦାବି କରିଛନ୍ତି ।
ଏ ସମ୍ପର୍କରେ ସଞ୍ଜୟ କହିଛନ୍ତି ଯେ ଦେଶରେ କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନା କରିବା ପାଇଁ ସଂସଦରେ ଏକ ସ୍ବତନ୍ତ୍ର ଅଧିବେଶନ କରାଯାଉ । ତେବେ ସେ ବିଭିନ୍ନ ରାଜ୍ୟର କୋରୋନା ସ୍ଥିତି ସମ୍ପର୍କରେ ଆଲୋଚନାକୁ ସ୍ଥଗିତ ରଖିଥିବାରୁ ସ୍ବତନ୍ତ୍ର ଅଧିବେଶନର ଦାବି କରୁଥିବା ସଞ୍ଜୟ କହିଛନ୍ତି । ରାଜ୍ୟଗୁଡିକରେ କୋରୋନାର ସ୍ଥିତି ଅତ୍ୟନ୍ତ ଖରାପ ବୋଲି ସମସ୍ତ ରାଜ୍ୟର ନେତାମାନେ କହିଛନ୍ତି । ଯଦି କେନ୍ଦ୍ର ସରକାର 2 ଦିନିଆ ସ୍ବତନ୍ତ୍ର ଅଧିବେଶନ ରଖିବେ ତେବେ ପ୍ରତ୍ୟେକ ରାଜ୍ୟର କୋରୋନାର ସ୍ଥିତି ସମ୍ପର୍କରେ ଖୋଲାଖୋଲି ଭାବେ ଆଲୋଚନା କରାଯାଇପାରିବ ବୋଲି ସେ କହିଛନ୍ତି । ଏହାସହିତ ପ୍ରଧାନମନ୍ତ୍ରୀ, ସ୍ବାସ୍ଥ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ଓ ସାଂସଦମାନେ ସ୍ଥିତି ସମ୍ପର୍କରେ ଭଲ ଭାବେ ଜାଣିପାରିବେ ।
ରେମଡେସିଭିର ମେଡିସିନକୁ ନେଇ ରାଜନୀତି ହେବା ଉଚିତ ନୁହେଁ । ମହାରାଷ୍ଟ୍ର ସରକାରର ବିରୋଧୀଙ୍କ ଅସହାୟତାର କାରଣ କ'ଣ ବୋଲି ସେ ପ୍ରଶ୍ନ କରି ପରୋକ୍ଷରେ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି । ଏହି ମେଡିସିନର କଳା ବ୍ଯବସାୟ ସହିତ ଜଡିତ ଥିବା ଅପରାଧୀଙ୍କୁ ଲୋକମାନେ ସମର୍ଥନ କରିବେ ନାହିଁ ବୋଲି ସେ କହିଛନ୍ତି । ମୁମ୍ବାଇ ପୋଲିସ ଏହି ଅପରାଧୀଙ୍କୁ ଗିରଫ କରିବା ପରେ ଏହି କଳା ବ୍ୟବସାୟୀଙ୍କ ସମ୍ପର୍କରେ ତଥ୍ୟ 2 ଦିନ ମଧ୍ୟରେ ସାମନାକୁ ଆସିବା ପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କଳା ବ୍ୟବସାୟୀଙ୍କୁ ପୋଲିସ ଷ୍ଟେସନରେ ଭେଟିଥିବା ସେ ଅଭିଯୋଗ କରିଛନ୍ତି ।
ଦେଶରେ ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ଅଧିକ ରହିଛି । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 68 ହଜାର 631ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଏହା ରାଜ୍ୟର ସବୁଠୁ ଅଧିକ ଦୈନିକ ସଂକ୍ରମଣ ବୋଲି ଜଣାପଡିଛି । ଏହାସହିତ ଗତ 24 ଘଣ୍ଟାରେ ରାଜ୍ୟରେ 503 ଜଣଙ୍କର ମୃତ୍ୟୁ ଘଟିଛି ।
@ANI