ETV Bharat / bharat

Sanatana Dharma Row: ‘ଯେ ପର୍ଯ୍ୟନ୍ତ ଭକ୍ତ ଜୀବିତ ଅଛନ୍ତି, କେହି ଧର୍ମକୁ ଚ୍ୟାଲେଞ୍ଜ କରିପାରିବେ ନାହିଁ’

author img

By ETV Bharat Odisha Team

Published : Sep 7, 2023, 1:24 PM IST

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିରୋଧାଭାଷ ଜାରି ରହିଛି । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଷ୍ଟାଲିନଙ୍କ ମତକୁ କଡା ସମାଲୋଚନା କରିଛନ୍ତି ।

Sanatana controversy Remark smruti irani targeted Udayanidhi Stalin

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କ ପୁଅ ତଥା ତାମିଲନାଡୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟାନିଧି ଷ୍ଟାଲିନ ସନାତନ ଧର୍ମକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟକୁ ନେଇ ବିରୋଧାଭାଷ ଜାରି ରହିଛି । ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଷ୍ଟାଲିନଙ୍କ ମତକୁ କଡା ଟାର୍ଗେଟ କରିଛନ୍ତି ।

ମଙ୍ଗଳବାର ଦିନ ଉତ୍ତରପ୍ରଦେଶର ଦ୍ୱାରିକାରେ ଜନ୍ମାଷ୍ଟମୀ ମହୋତ୍ସବ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସନାତନ ଧର୍ମକୁ ନେଇ ମନ୍ତବ୍ୟ ରଖିବା ସହ ଷ୍ଟାଲିନଙ୍କ ଧର୍ମ ବିରୋଧି ମତକୁ କଡା କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କେନ୍ଦ୍ରମନ୍ତ୍ରୀ କହିଛନ୍ତି, "ଯେଉଁ ଲୋକମାନେ ସନାତନ ଧର୍ମକୁ ଚ୍ୟାଲେଞ୍ଜ କରିଛନ୍ତି ସେମାନେ ଶୁଣି ରଖନ୍ତୁ ଯେ, ଯେ ପର୍ଯ୍ୟନ୍ତ ଏହି ପୂର୍ଣ୍ୟ ମାଟିରେ ଜଣେ ଜଣେ ଭକ୍ତ ଜୀବିତ ଅଛନ୍ତି, ସେପର୍ଯ୍ୟନ୍ତ କେହି ଏହି ଧର୍ମକୁ ଚ୍ୟାଲେଞ୍ଜ କରିପାରିବ ନାହିଁ । କେହି ମଧ୍ୟ ସନାତନ ଧର୍ମର ଆସ୍ଥାକୁ ଚ୍ୟାଲେଞ୍ଜ କରି ପାରିବ ନାହିଁ ।"

ଏହାମଧ୍ୟ ପଢନ୍ତୁ.. Sanatana controversy Remark: ମୁଁହ ଖୋଲିଲେ ପ୍ରଧାନମନ୍ତ୍ରୀ, କହିଲେ ଉଚିତ୍‌ ଜବାବ ମିଳିବା ଦରକାର

ଏହାପୂର୍ବରୁ ସନାତନ ଧର୍ମକୁ ନେଇ ଷ୍ଟାଲିନ ଦେଇଥିବା ମନ୍ତବ୍ୟକୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀମଣ୍ଡଳ ବୈଠକ ଡକାଇ ଏହି ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଉଦୟନିଧି ଷ୍ଟାଲିନ ଦେଇଥିବା ଧର୍ମ ବିରୋଧି ମନ୍ତବ୍ୟକୁ ତଥ୍ୟ ଅନୁଯାୟୀ କଡା ଜବାବ ଦେବାର ଆବଶ୍ୟକତା ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହାମଧ୍ୟ ପଢନ୍ତୁ.. Udhayanidhi Stalin Remark: 'ଇଣ୍ଡିଆ ମେଣ୍ଟର ଏଜେଣ୍ଡା ସନାତନ ଧର୍ମର ସମୂଳ ବିନାଶ'

ସୂଚନା ଥାଉ କି, ଉଦୟନିଧି ଷ୍ଟାଲିନ ଗତ ଶନିବାର ଦିନ ସନାତନ ଧର୍ମକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି । ସନାତନ ଧର୍ମକୁ କୋରୋନା, ଡେଙ୍ଗୁ, ମ୍ୟାଲେରିଆ ରୋଗ ସହ ତୁଳନା କରିବା ସହ ଏହାକୁ ସମାପ୍ତ କରିବା ଉଚିତ ବୋଲି କହିଥିଲେ ଉଦୟନିଧି ଷ୍ଟାଲିନ । ସେ କହିଛନ୍ତି," ସନାତନ ଧର୍ମ କୋରନା ଭାଇରସ, ଡେଙ୍ଗୁ, ମ୍ୟାଲେରିଆ ପରି, ଯାହା ସହ ଲଢିବା ବଦଳରେ ସମୂଳେ ବିନାଶ କରିଦେବା ଉଚିତ । ଏହି ଧର୍ମ ସାମାଜିକ ନ୍ୟାୟ ଓ ସମାନତାର ବିରୋଧି ଅଟେ ।" ତାମିଲନାଡୁ ପ୍ରଗତିଶୀଳ ଲେଖକ ଓ କଳାକାର ସଂଘ ଦ୍ବାରା ଚେନ୍ନାଇରେ ଆୟୋଜିତ ଏକ ବୈଠକରେ ସନାତନ ଧର୍ମକୁ ନେଇ ଏଭଳି ବିରୋଧି ମନ୍ତବ୍ୟ ରଖିଥିଲେ ଷ୍ଟାଲିନ । ଯାହାପରେ ବିରୋଧାଭାଷ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.