ETV Bharat / bharat

ମୋହାଲିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନ, ପୁଣି ଉଠାଇଲେ ପୁରୁଣା ଦାବି - ପୁଣି ରାସ୍ତାକୁ ଓହ୍ଲାଇଲେ କୃଷକ

ପୁଣି ନିଜ ଦାବି ନେଇ ରାସ୍ତାକୁ ଓହ୍ଲାଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ମୋହାଲିରେ ଆନ୍ଦୋଳନ । ପୁଣି ଉଠାଇଲେ ପୁରୁଣା ଦାବି । ଅଧିକ ପଢନ୍ତୁ

ମୋହାଲିରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ଆନ୍ଦୋଳନ

author img

By

Published : May 17, 2022, 10:47 PM IST

ଚଣ୍ଡିଗଡ: ପୁଣି ନିଜ ଦାବି ନେଇ ରାସ୍ତାକୁ ଓହ୍ଲାଇଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ନିଜର ପୂର୍ବ ଦାବି ପୂରଣ ହୋଇନଥିବା ଦର୍ଶାଇ ମୋର୍ଚ୍ଚା ନୂତନ ଭାବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ଭାଗଓ୍ବନ୍ତ ମାନଙ୍କୁ ଭେଟିବାକୁ ଯାଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୋର୍ଚ୍ଚାର କୃଷକ ନେତା ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ଆଲୋଚନା ହେବାକୁ ଯାଉଛି । ସେମାନଙ୍କ ଦାବି ପୂରଣ ଦିଗରେ ସରକାର ପଦକ୍ଷେପ ନନେଲେ ସେମାନେ ମୋହାଲିରୁ ଚଣ୍ଡିଗଡ ପର୍ଯ୍ୟନ୍ତ ଆନ୍ଦୋଳନ ମଧ୍ୟ ଡାକରା ଦେଇଛନ୍ତି ।

କୃଷକମାନେ ସେମାନଙ୍କର ବିଭିନ୍ନ ଦାବିକୁ ଆନ୍ଦୋଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କୃଷକମାନେ ଋଣ ଛାଡ, ସେମାନଙ୍କ ବିରୋଧରେ ଲାଗିଥିବା ଓ୍ବାରେଣ୍ଟ ରଦ୍ଦ, ଚାଷୀଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା 22,000 ମାମଲା ପ୍ରତ୍ୟାହାର ଓ ଆଖୁ ଦର ଉପରେ 35 ଟଙ୍କା ବୃଦ୍ଧି କରିବା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.