ETV Bharat / bharat

Movie Samrat Prithviraj: ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ - ଚଳଚିତ୍ର ସମ୍ରାଟ ପୃଥୀରାଜ

ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି ହେବ ମୁଭିଲାଭ କରିବାକୁ ଥିବା ବହୁ ପ୍ରତୀକ୍ଷିତ ମୁଭି Samrat Prithviraj । ଆଜି ସ୍ପେଶାଲ ସ୍କ୍ରିନିଂରେ ଚଳଚ୍ଚିତ୍ର ଦେଖିବା ପରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ । ଅଧିକ ପଢନ୍ତୁ

Movie Samrat Prithviraj: ଉତ୍ତର ପ୍ରଦେଶରେ ଟ୍ଯାକ୍ସଫ୍ରୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଯୋଗୀ

author img

By

Published : Jun 2, 2022, 5:34 PM IST

ଲକ୍ଷ୍ନୌ: ଆସନ୍ତାକାଲି (ଶୁକ୍ରବାର) ସମଗ୍ର ଦେଶରେ ମୁକ୍ତିଲାଭ କରିବାକୁ ଯାଉଥିବା ଅକ୍ଷୟ କୁମାର ଷ୍ଟାରର ଐତିହାସିକ ଚଳଚ୍ଚିତ୍ର ସମ୍ରାଟ ପୃଥ୍ୱୀରାଜକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପତ୍ନୀଙ୍କ ସହ ଏହି ଚଳଚିତ୍ରର ସ୍ପେସାଲ ସ୍କ୍ରିନିଂ ଦେଖିଛନ୍ତି । ତେବେ ଏହି ସିନେମାକୁ ଉତ୍ତରପ୍ରଦେଶରେ ଟ୍ଯାକ୍ସଫ୍ରି କରିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଆଜି ରାଜଧାନୀ ଲକ୍ଷ୍ନୌରେ ମୁକ୍ତିଲାଭ ପୂର୍ବରୁ ସ୍ପେଶାଲ ସ୍କ୍ରିନିଂରେ ମୁଭି ଦେଖିବା ପରେ ଏହି ଘୋଷଣା କରିଛନ୍ତି ଯୋଗୀ ।

ମୁଭି ଦେଖିବା ପରେ ଯୋଗୀ ଏହାକୁ ପ୍ରଂଶସା କରିବା ସହ ଏହା ଏକ ଉତ୍ତମ ଐତିହାସିକ ଧର୍ମୀ ଚଳଚ୍ଚିତ୍ର ଓ ଏହାକୁ ସମସ୍ତେ ଦେଖିବା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଏହି ଚଳଚ୍ଚିତ୍ର ଆସନ୍ତାକାଲି (ଶୁକ୍ରବାର) ଦେଶବ୍ୟାପୀ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ବାସ୍ତବଧର୍ମୀ ଏବଂ ଐତିହାସିକ ଘଟଣା ଉପରେ ପର୍ଯ୍ୟବେଶିତ । ଦିଲ୍ଲୀର ଶେଷ ହିନ୍ଦୁ ସମ୍ରାଟ ପୃଥ୍ବୀରାଜ ଚୌହାନଙ୍କ ଶାସନ, ଜୀବନୀ, ପରବର୍ତ୍ତୀ ସମୟରେ ବିଦେଶୀ ମୁସଲମାନ ଶାସକଙ୍କ ଦିଲ୍ଲୀ ଆକ୍ରମଣ ଓ ଭାରତରେ ବିଦେଶୀ ଶାସନର ଅୟମାରମ୍ଭ ଉପରେ ଏହି ଚଳଚ୍ଚିତ୍ରଟି ଆଧାରିତ ହୋଇଛି ।

ଗତକାଲି ଗଣମାଧ୍ୟମ ସଂସ୍ଥା ANIକୁ ଦେଇଥିବା ସାକ୍ଷାତକାରରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ ଅଭିନେତା ଅକ୍ଷୟ କୁମାର । ଦେଶର ଇତିହାସରେ ହିନ୍ଦୁ ମହାରାଜାଙ୍କ ସମ୍ପର୍କିତ ତଥ୍ୟ ସ୍ଥାନ ପାଇବାର ଆବଶ୍ୟକତା ଥିବା ଅକ୍ଷୟ କୁମାର କହିଥିଲେ । ଦେଶର ମହାନ ଶାସକ ମହାରାଣା ପ୍ରତାପ, ପୃଥ୍ବୀରାଜ ଚୌହାନ ଓ ଛତ୍ରପତି ଶିବାଜୀଙ୍କ ପରି ମହାନ ଯୋଦ୍ଧାଙ୍କ କାହାଣୀ ବର୍ତ୍ତମାନ ଛାତ୍ରଛାତ୍ରୀ ପଢିବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.