ETV Bharat / bharat

Same Sex Marriage: ଷଷ୍ଠ ଦିନରେ ଶୁଣାଣି, କେନ୍ଦ୍ର ସରକାର ରଖିଲେ ବଳିଷ୍ଠ ଯୁକ୍ତି

author img

By

Published : Apr 27, 2023, 10:14 PM IST

ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ସମସ୍ତ ଆବେଦନକାରୀଙ୍କ ଯାଚିକାର ଜବାବ ଦେଇଛନ୍ତି । ମେହଟ୍ଟା କହିଛନ୍ତି ସମଲିଙ୍ଗି ବିବାହକୁ ମାନ୍ୟତା ବ୍ୟବହାରିକ ଓ ଆଇନଗତ ସମସ୍ୟା ସୃଷ୍ଟି କରିବ । ସୁପ୍ରିମକୋର୍ଟ ମଧ୍ୟ ନିଜ ବିଚାର ଓ ଆଇନଗତ ଦିଗକୁ ରଖି ତୁଷାର ମେହଟ୍ଟାଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି । ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ ବିପକ୍ଷ ଓ ତୃତୀୟ ପକ୍ଷ ମଧ୍ୟରେ ସରଗରମ ତର୍କ ବିତର୍କ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ଯଦି ସମଲିଙ୍ଗି ବିବାହକୁ ମାନ୍ୟତା ମିଳେ କିଏ ହେବେ ବାପା କିଏ ହେବେ ମା? ଏହାର ନିର୍ଦ୍ଧାରଣ କିଭଳି ହେବ? ମାତୃତ୍ବ ଲାଭ କିଏ କରିବ? ଛାଡପତ୍ର ମାମଲାରେ କିଏ ଭରଣପୋଷଣ ଦାବି କରିବ? ସମଲିଙ୍ଗି ପାର୍ଟନର ଯଦି ପରସ୍ପର ଭିନ୍ନ ଧର୍ମର ହୋଇଥିବେ କଣ ସ୍ଥିତି ଉପୁଜିବ? ଏହି ପ୍ରସଙ୍ଗ ସଂସଦରେ ଆଲୋଚନା ହେଉ । ସଂସଦ ହିଁ ଏହି ପ୍ରସଙ୍ଗରେ ସଠିକ ନୀତି ନିର୍ଦ୍ଧାରଣ କରିବ। ସମଲିଙ୍ଗି ବିବାହ ପ୍ରସଙ୍ଗରେ ଆଜି ପୁଣି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୁକ୍ତି ରଖି ଏହା କହିଛନ୍ତି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ।

ସର୍ବୋଚ୍ଚ ଅଦାଲତରେ ସମଲିଙ୍ଗି ବିବାହକୁ ନେଇ ଜାର ରହିଛି ଶୁଣାଣି । ପକ୍ଷ ବିପକ୍ଷ ଓ ତୃତୀୟପକ୍ଷ ମଧ୍ୟରେ ଜାରି ରହିଛି ଯୋରଦାର ଯୁକ୍ତି । ତଥ୍ୟ ତର୍କ ଆଇନ ସମ୍ବିଧାନକୁ ଆଧାର କରି ସବୁ ପକ୍ଷଙ୍କ ମଧ୍ୟରେ ସରଗରମ ଯୁକ୍ତି ଚାଲିଛି । ସାମ୍ବିଧାନିକ ଖଣ୍ଡପୀଠ ମଧ୍ୟ ନିଜ ବିଚାର ରଖୁଛନ୍ତି । ଆଜି (ଗୁରୁବାର) ସୁପ୍ରିମକୋର୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି ପୁଣି ଥରେ ଏହି ଆବେଦନକୁ ଖାରଜ କରିବା ପାଇଁ ଯୁକ୍ତି ବାଢିବା ସହ ପ୍ରଭାବଶାଳୀ ତର୍କ ରଖିଛନ୍ତି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ।

ଗୁରୁବାର କେନ୍ଦ୍ର ସରକାରଙ୍କ ପକ୍ଷ ରଖି ସଲିସିଟର ଜେନେରାଲ ତୁଷାର ମେହଟ୍ଟା ସମସ୍ତ ଆବେଦନକାରୀଙ୍କ ଯାଚିକାର ଜବାବ ଦେଇଛନ୍ତି । ମେହଟ୍ଟା କହିଛନ୍ତି ସମଲିଙ୍ଗି ବିବାହକୁ ମାନ୍ୟତା ବ୍ୟବହାରିକ ଓ ଆଇନଗତ ସମସ୍ୟା ସୃଷ୍ଟି କରିବ । ସୁପ୍ରିମକୋର୍ଟ ମଧ୍ୟ ନିଜ ବିଚାର ଓ ଆଇନଗତ ଦିଗକୁ ରଖି ତୁଷାର ମେହଟ୍ଟାଙ୍କୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି । ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ଆଜି ପକ୍ଷ ବିପକ୍ଷ ଓ ତୃତୀୟ ପକ୍ଷ ମଧ୍ୟରେ ସରଗରମ ତର୍କ ବିତର୍କ ହୋଇଛି ।

କିଏ ହେବେ ପତି ପତ୍ନୀ:- ସମଲିଙ୍ଗି ବିବାହକୁ ମାନ୍ୟତା ନେଇ ଜାରି ଶୁଣାଣିରେ ଗୁରୁବାର ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ ସଲିସିଟର ଜେନେରାଲଙ୍କୁ କହିଛନ୍ତି ‘‘ ଆପଣଙ୍କ କହିବା କଥା ପତି କିମ୍ବା ପତ୍ନୀଙ୍କ ପାଇଁ ଜୀବନସାଥୀ (ସ୍ପାଉସ) ଶବ୍ଦ ର ବ୍ୟବହାର କରିବା କୌଣସି ଫାଇଦା ହେବ ନାହିଁ’’ ଏହାକୁ ନେଇ ସଲିସିଟର ଜେନେରାଲ କହିଛନ୍ତି ନିର୍ଦ୍ଦିଷ୍ଟ ଧର୍ମର ତଲାକ ସମ୍ପର୍କିତ ଅନୁଚ୍ଛେଦକୁ ଦେଖନ୍ତୁ । କଣ ଏହି ବିଶେଷ ବର୍ଗର ତଲାକ ଆଇନ ସବୁ ଲୋକଙ୍କ ପାଇଁ ଏକ ହୋଇପାରିବ କି? ଟ୍ରାନ୍ସ ଜେଣ୍ଡର ବିବାହ ଓ ସମଲିଙ୍ଗି ବିବାହ ହେଲେ କିଏ ପତ୍ନୀ ହେବେ? କିଏ ପତି ହେବେ? ଏହାର ଦୂରଗାମୀ ପ୍ରଭାବ କଣ ହେବ? ଏହା ବହୁ ଲୋକଙ୍କୁ ପ୍ରଭାବିତ କରିବ। ତୁଷାର ମେହଟ୍ଟା ଆହୁରି କହିଛନ୍ତି ବର୍ତ୍ତମାନର ଆଇନରେ ପତିପତ୍ନୀଙ୍କ ବିଚ୍ଛେଦ ହେଲେ, ପତ୍ନୀ ଭରଣପୋଷଣ ଦାବି କରିପାରୁଛନ୍ତି । କିନ୍ତୁ ସମଲିଙ୍ଗି ବିବାହରେ କଣ ହେବ? ଯଦି ତାଙ୍କର ବିବାହ ବିଚ୍ଛେଦ ହୁଏ, କିଏ ଭରଣପୋଷଣ ଦାବି କରିବ? ଏଠି ପତ୍ନୀ କିଏ ପତି କିଏ? ଏହି ସମ୍ପର୍କରେ ବିଚାରପତି କୋହଲି କହିଛନ୍ତି ଏହି ଆଇନ ସମସ୍ତଙ୍କ କ୍ଷେତ୍ରରେ ଲାଗୁ ହେଉଛି । ଆମ ପାଖକୁ ଯାଚିକା ଆସୁଛି, ପତି ମାନେ ମଧ୍ୟ ଭରଣପୋଷଣ ଦାବି କରୁଛନ୍ତି । ଆପତ୍ତି ଉଠାଇ ତୁଷାର ମେହଟ୍ଟା କହିଛନ୍ତି... କିନ୍ତୁ ଏହି କ୍ଷେତ୍ରରେ( ସମଲିଙ୍ଗି) କ୍ଷେତ୍ରରେ ପତି ପତ୍ନୀ ନିର୍ଣ୍ଣୟ କିଭଳି ହେବ?

ଉଠିଲା ରେଜିଷ୍ଟ୍ରିସନ ମୁଦ୍ଦା:- ଶୁଣାଣି ବେଳେ ତୁଷାର ମେହେଟ୍ଟା କହିଛନ୍ତି, ‘‘ବର୍ତ୍ତମାନ ବିବାହ ବେଳେ ପଞ୍ଜିକରଣକୁ ବାଧ୍ୟତାମୂଳକ କରାଯାଇ ନାହିଁ । ଆମ ମାନଙ୍କ ମଧ୍ୟରୁ ଅନେକ ନିଜର ବିବାହ ନେଇ ରେଜିଷ୍ଟ୍ରେସନ ବା ପଞ୍ଜିକରଣ କରିନାହାଁନ୍ତି । କାରଣ ବିବାହ ଅଧିନିୟମ ଅନୁସାରେ ଏହା ବାଧ୍ୟତାମୂଳକ ନୁହେଁ । ଏହି ପ୍ରସଙ୍ଗରେ ସିଜେଆଇ କହିଛନ୍ତି... ବିବାହ ରେଜିଷ୍ଟ୍ରେସନ ଅନିବାର୍ଯ୍ୟ... କିନ୍ତୁ ଏହା ନକରିବା ଦ୍ବାରା ବିବାହ ଶୁନ୍ୟ ନୁହେଁ ।

କେମିତି ଲାଗୁ ହେବ ଆଇନ:- ସୁପ୍ରିମକୋର୍ଟରରେ ଶୁଣାଣି ବେଳେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଘରୋଇ ହିଂସା ଆଇନ ଉଠାଇଛନ୍ତି । ମେହଟ୍ଟା କହିଛନ୍ତି ‘‘ ଘରୋଇ ହିଂସା କ୍ଷେତ୍ରରେ ମହିଳା ମାନଙ୍କ ପାଇଁ ବିଶେଷ ଓ ଏକାଧିକ ଆଇନ ରହିଛି । ରେପ (ଦୁଷ୍କର୍ମ)ର ପରିଭାଷା ଉଠାଇ କହିଛନ୍ତି ଘରୋଇ ହିଂସା ଆଇନ ଅନୁସାରେ ଜଣେ ପୁରୁଷ ହିଁ ମହିଳାଙ୍କୁ ରେପ(ଦୁଷ୍କର୍ମ) କରିପାରିବ । ଯଦି ଆଇନରେ ପତି ଓ ପତ୍ନୀଙ୍କ ସ୍ଥାନରେ ଖାଲି ସ୍ପାଉସ(ପର୍ସନ) କରି ଦିଆଯିବ, ତେବେ କୌଣସି ମାମଲାରେ ସୂର୍ଯ୍ୟାସ୍ତ ପରେ ମହିଳାଙ୍କୁ ଗିରଫ ନକରିବା ପାଇଁ ଥିବା ଆଇନ କେମିତି ଲାଗୁ ହେବ?

ଆଇନର ବହୁ ପ୍ରତିବନ୍ଧକ ରହିଛି: - ଶୁଣାଣିରେ ଯୁକ୍ତି ଉପସ୍ଥାପନା କରି ସଲିସିଟର ଜେନେରାଲ କହିଛନ୍ତି ‘‘ ଏହି ମାମଲାରେ ପିଲା ଜନ୍ମ କରିବା, ଲାଳନ ପାଳନ କରିବା କ୍ଷେତ୍ରରେ ଆଇନଗତ ସମସ୍ୟା ଦେଖାଦେବ । ଯାଚିକା କର୍ତ୍ତାଙ୍କ ମୌଳିକ ତର୍କ ହେଉଛି ସେକ୍ସସୁଆଲ ଓରିଏଣ୍ଟେସନକୁ ବାଛିବା ଠିକ । କିନ୍ତୁ ଆଇନଗତ ସମସ୍ୟାର ସ୍ଥିତି କଣ ହେବ? ’’ ଏହି ପ୍ରସଙ୍ଗରେ ସିଜେଆଇ କହିଛନ୍ତି ଯାଚିକା କର୍ତ୍ତା ସେକ୍ସସୁଆଲ ଓରିଏଣ୍ଟେସନ ଅଧିକାର ଦାବି କରିଛନ୍ତି ।

ବାପା ମାଙ୍କ ନିର୍ଣ୍ଣୟ କେମିତି ହେବ:- କେନ୍ଦ୍ର ସରକାରଙ୍କ ପକ୍ଷ ରଖୁଥିବା ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି... ‘‘ଯଦି ସମଲିଙ୍ଗି ବିବାହକୁ ମାନ୍ୟତା ମିଳେ, ଜନ୍ମ ହୋଇଥିବା ପିଲାର ପ୍ରାଥମିକ ଲାଳନ ପାଳନ ମା ପାଖକୁ ଯିବ । ଏହି କ୍ଷେତ୍ରରେ ନିର୍ଣ୍ଣୟ କେମିତି ହେବ? ମା କିଏ? ଆମେ ସାଧାରଣତଃ ସାମାଜିକ ପ୍ରଥାରେ ମାଙ୍କୁ ଗୋଟିଏ ଶ୍ରେଷ୍ଠ ସ୍ଥାନ ଦେଇଛୁ । ଯାହା ସୃଷ୍ଟିର ଆଧାର । ହେଲେ ଏହି କ୍ଷେତ୍ରରେ ମା କିଏ? କିଭଳି ନିର୍ଣ୍ଣୟ କରାଯିବ । ଏହା ଏକ ସାମାଜିକ ମୁଦ୍ଦା । ଅଦାଲତା ଏହାର ବିଚାର ପାଇଁ ସଂସଦ ଉପରେ ଛାଡି ଦେବା ଉଚିତ । କୋର୍ଟ ଏକ ଜଟିଳ ମାମଲାକୁ ବିଚାର କରୁଛନ୍ତି । ଏହି ମାମଲାର ଗଭୀର ସାମାଜିକ ପ୍ରଭାବ ରହିଛି ।

ସକରାତ୍ମକ ଚିନ୍ତା ହେଉ:- ସମଲିଙ୍ଗି ବିବାହକୁ ନେଇ ଯାଚିକା ଦାଖଲ କରିଥିବା ଯାଚିକା କର୍ତ୍ତାଙ୍କ ପକ୍ଷରୁ ମାମଲା ଲଢୁ ଥିବା ଆଇନଜୀବି କରୁଣା ନନ୍ଦୀ କହିଛନ୍ତି ‘‘ ହେଟ୍ରୋ ସେକ୍ସସୁଆଲ କୁ ଯେଉଁ ଅଧିକାର ପୂର୍ବରୁ ମିଳିଛି, ଏହା ଠାରୁ ସମଲିଙ୍ଗି ଦମ୍ପତ୍ତି ଆଗରେ ରହିଛନ୍ତି । ସମଲିଙ୍ଗି ଦମ୍ପତ୍ତି ଭିନ୍ନ ନୁହଁନ୍ତି । ଏମାନେ ମଧ୍ୟ ହେଟ୍ରୋଙ୍କ ପରି, ଯେଉଁ ଅଧିକାର ମାଗୁଛନ୍ତି ଭିନ୍ନ ନୁହେଁ, ଏହି ସମ୍ପର୍କରେ ସକରାତ୍ମକ ଚିନ୍ତା କରିବା ଆବଶ୍ୟକ ।

ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି ‘‘ ସମଲିଙ୍ଗୀ ବିବାହକୁ ମାନ୍ୟତା ଦିଆଗଲେ... ଏହା ଅନ୍ୟ ଆଇନ ଉପରେ ଗଭୀର ପ୍ରଭାବ ପଡିବ । ସମାଜରେ ଭିନ୍ନ ଚର୍ଚ୍ଚା ହେବ ।’’ ତେଣୁ ରାଜ୍ୟ ମାନଙ୍କୁ ବାଧ୍ୟ କରାନଯାଉ କି ସେମାନେ ବିବାହକୁ ନେଇ ନୂଆ ନୂଆ ସଜ୍ଞା ସୃଷ୍ଟି କରିବେ ବୋଲି ଯୁକ୍ତି ରଖିଛନ୍ତି ।

କଣ ପୁରା ମାମଲା:- ସୂଚନାଯୋଗ୍ୟଯେ ଦିଲ୍ଲୀ ହାଇକୋର୍ଟ ସମେତ ଦେଶର ବିଭିନ୍ନ କୋର୍ଟରେ ସମଲିଙ୍ଗି ବିବାହକୁ ନେଇ ଏକାଧିକ ଯାଚିକା ଦାୟର ହୋଇଥିଲା । ଗତ ବର୍ଷ 14 ଡିସେମ୍ବରରେ ସୁପ୍ରିମକୋର୍ଟ ମାମଲା ଗୁଡିକୁ ନେଇ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ। ଏହା ପୂର୍ବରୁ ସୁପ୍ରିମକୋର୍ଟ 25 ନଭେମ୍ବରରେ ସମଲିଙ୍ଗି ବିବାହ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ପରେ ଗତ 6 ଜାନୁୟାରୀରେ ସୁପ୍ରିମକୋର୍ଟ ସମସ୍ତ ମାମଲାକୁ ଏକତ୍ର କରି ନିଜ ପାଖକୁ ସ୍ଥାନାନ୍ତର କରିନେଇଥିଲେ । ଏହି ପ୍ରସଙ୍ଗରେ ଗତ 6 ଦିନ ହେଲା ସୁପ୍ରିମକୋର୍ଟରେ ଶୁଣାଣି ଜାରି ରହିଛି ।

କଣ ରହିଛି ଯାଚିକା କର୍ତ୍ତାଙ୍କ ଦାବି:- ସର୍ବୋଚ୍ଚ ଅଦାଲତ ଆଇପିସି ଧାରା 377 କୁ ଡିକ୍ରିମିନଲାଇଜ କରିଦେଇଛନ୍ତି । ଅର୍ଥାତ ବର୍ତ୍ତମାନ ଦେଶରେ ସମଲିଙ୍ଗି ସମ୍ପର୍କ ଅପରାଧ ନୁହେଁ । କିନ୍ତୁ ଏବେ ଏହି ସମ୍ପର୍କକୁ ଦେଶରେ ଆଇନଗତ ମାନ୍ୟତା ମିଳିନାହିଁ । ଯାହାକୁ ନେଇ ବହୁ ଯାଚିକା କର୍ତ୍ତା ସ୍ବତନ୍ତ୍ର ବିବାହ ଆଇନ, ଫରେନ ବିବାହ ଆଇନ ସମେତ ଏକାଧିକ ଆଇନକୁ ଚ୍ୟାଲେଞ୍ଜ କରି ସମଲିଙ୍ଗି ସମ୍ପର୍କକୁ ବିବାହ ମାନ୍ୟତା ଦେବାକୁ ଦାବି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.