ETV Bharat / bharat

ତୁର୍କୀ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସଲମାନ-କ୍ୟାଟ୍ରିନା

author img

By

Published : Sep 4, 2021, 10:21 PM IST

ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମତ ୟୁରି ଏରସୋୟାଙ୍କୁ ଭେଟିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ତୁର୍କୀରେ ଚାଲିଛି ଆଗାମି ଚଳଚିତ୍ର ଟାଇଗର-୩ର ସୁଟିଂ । ଅଧିକ ପଢନ୍ତୁ...

ତୁର୍କୀ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଭେଟିଲେ ସଲମାନ ଓ କ୍ୟାଟ୍ରିନା

ନୂଆଦିଲ୍ଲୀ: ତୁର୍କୀର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମେହମତ ୟୁରି ଏରସୋୟାଙ୍କୁ ଭେଟିଲେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଓ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ସଲମାନ ଓ କ୍ୟାଟ୍ରିନା ନିଜର ଆଗାମି ଚଳଚିତ୍ର ‘ଟାଇଗର -୩’ର ସୁଟିଂ ପାଇଁ ତୁର୍କୀ ଯାଇଥିବା ସମୟରେ ଏହି ସୌଜନ୍ୟମୂଳକ ସାକ୍ଷାତକାର ହୋଇଛି ।

ମହେଶ ଶର୍ମା ନିର୍ଦ୍ଦଶିତ ଏହି ଆଗାମୀ ଚଳଚିତ୍ର ’ଟାଇଗର -୩’ ର ସୁଟିଂ ତୁର୍କୀରେ ଜାରି ରହିଛି । ତେବେ ଏଥିରେ ସୁପରଷ୍ଟାର ସଲମାନ ଖାନଙ୍କ ସମେତ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ଅନ୍ୟ କିଛି ବିଶିଷ୍ଟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବ । ତେବେ କୋଭିଡ ସଂକ୍ରମଣ ଯୋଗୁ ଏହି ଫିଲ୍ମର ସୁଟିଂ ବିଲମ୍ବ ହୋଇଥିବା ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଏହି ସିରିଜର ପ୍ରଥମ ଚଳଚିତ୍ର ‘ଏକ ଥା ଟାଇଗର‘ ୨୦୧୨ ମସିହାରେ ରୁପେଲି ପରଦାକୁ ଆସିଥିବାବେଳେ ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ କବିର ଖାନ । ସେହିପରି ସିରିଜର ୨ୟ ଚଳଚିତ୍ର ’ଟାଇଗର ଅଭି ଜିନ୍ଦା ହୈ’ ୨୦୧୭ ରେ ପରଦାକୁ ଆସିଥିଲା ।ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିଥିଲେ ଅଲ୍ଲୀ ଆବାସ ଜାଫର । ଏହି ସିରିଜର ପୂର୍ବ ୨ଟି ଚଳଚିତ୍ର ବକ୍ସ ଅଫିସରେ ସଫଳତା ପାଇବା ସହ ବେସ ଦର୍ଶକୀୟ ଆଦୃତି ମଧ୍ୟ ପାଇଥିଲେ । ତେବେ ଏହି ଆଗାମି ଚଳଚିତ୍ର ‘ଟାଇଗର -୩’ ମଧ୍ୟ ପୂର୍ବ ସଫଳତାକୁ ଦୋହରାଇବା ନେଇ ଆଶା ରଖିଛନ୍ତି ପ୍ରଯୋଜନା ସଂସ୍ଥା । ଏବେ ଏହାର ସୁଟିଂ ତୁର୍କୀରେ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.