ETV Bharat / bharat

ବିଧାନପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ଶାହାନବାଜ ହୁସେନ, ମୁକେଶ ସାହାନୀ

ପାଟନାରେ ବିଜେପିର ଶାହାନବାଜ ହୁସେନ ଓ ଭିଆଇପିର ମୁକେଶ ସାହାନୀ ବିହାର ବିଧାନପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏହି ଅବସରରେ ଦୁଇ ନେତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ...

author img

By

Published : Jan 18, 2021, 5:07 PM IST

bjp
ବିଧାନପରିଷଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଶାହାନବାଜ ହୁସେନ ଓ ମୁକେଶ ସାହାନୀ

ପାଟନା: ବିହାର ବିଧାନପରିଷଦ ଉପନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହାନବାଜ ହୁସେନ ଓ ଭିଆଇପି ପାର୍ଟିର ଅଧ୍ୟକ୍ଷ ତଥା ବିହାର ସରକାରର ମତ୍ସ୍ୟ ଓ ପଶୁସଂପଦ ମନ୍ତ୍ରୀ ମୁକେଶ ସାହାନୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ସମୟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଓ ରେଣୁଦେବୀ ମଧ୍ୟ ଉପସ୍ଥିତ ଥିଲେ ।

ଶାହାନବାଜ ହୁସେନ ନାମାଙ୍କନ ଦାଖଲ ପରେ ବେଶ୍ ଭାବପ୍ରବଣ ହୋଇ କହିଛନ୍ତି ଯେ, ବଡଭାଇ ନୀତିଶ କୁମାରଙ୍କ ସହ ବହୁତ କାମ କରିଛୁ ତାହା ଆଗକୁ ମଧ୍ୟ କାମ ଜାରି ରଖିବୁ । ତାଙ୍କୁ ବିଧାନପରିଷଦ ପାଇଁ ଚୟନ କରିଥିବାରୁ ଏନଡିଏ ନେତାମାନଙ୍କୁ ଅଶେଷ ଧନ୍ୟବାଦ । କେନ୍ଦ୍ରରେ ବିଭିନ୍ନ ବିଭାଗର ମନ୍ତ୍ରୀର ଦାୟିତ୍ବବହନ କରିଥିବା ଏହି ନେତାଙ୍କୁ ବିହାରର ରାଜନୀତି ମୈଦାନରେ ଓହ୍ଲାଇ ବିଜେପି ସଂଖ୍ୟାଲଘୁ କାର୍ଡ ଖେଳିଛି ।

ନାମାଙ୍କନ ଦାଖଲ ପରେ ଭିଆଇପି ପାର୍ଟି ମୁଖ୍ୟ କହିଛନ୍ତି ଯେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସହିତ ଦଳର ଅନ୍ୟ ନେତାମାନେ ମୋତେ ବିଧାନପରିଷଦର ସଦସ୍ୟ ଭାବରେ ଚୟନ କରିଥିବାରୁ ଧନ୍ୟବାଦ ଦେଇଛନ୍ତି । ସୂଚନାଥାଉକି ଆସନ୍ତା ୨୧ ତାରିଖ ଦିନ ନାମାଙ୍କନ ପ୍ରତ୍ୟାହାର ରହିଛି । ଏହାପରେ ୨୮ ତାରିଖ ଦିନ ନିର୍ବାଚନ ଅନୁଷ୍ଠିତ ହେବ ।

ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଫୋନ କରିବା ପରେ ଏନଡିଏର ଅଂଶିଦାର ଦଳ ଭିଆଇପିରୁ ମୁକେଶ ସାହାନୀ ନାମାଙ୍କନ ଦାଖଲ କରିଛନ୍ତି । ପୂର୍ବରୁ ମୁକେଶ ସାହାନୀ ବିଧାନପରିଷଦ ନିର୍ବାଚନ ଲଢିବାକୁ ମନା କରୁଥିଲେ । ସେ ୬ ବର୍ଷ ପୂର୍ଣ୍ଣକାଳୀନ ସଦସ୍ୟ ହେବା ପାଇଁ ଚାହୁଁଥିଲେ । ଏହି ନାମାଙ୍କନ ଦାଖଲ ପ୍ରକ୍ରିୟାର ଏନଡିଏର ବହୁ ନେତା ମନ୍ତ୍ରୀ ସାମିଲ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.