ETV Bharat / bharat

ପିଲା ଚୋର ସନ୍ଦେହରେ ସାଧୁଙ୍କୁ ନିସ୍ତୁକ ପିଟିଲେ ଲୋକେ, ସୋସିଆଲ୍ ମିଡିଆରେ ଭିଡିଓ ଭାଇରାଲ୍ - ପଶ୍ଚିମବଙ୍ଗରେ ସାଧୁଙ୍କୁ ଆକ୍ରମଣ

Bengal Sadhu Attack: ସାଧୁଙ୍କୁ ପିଲା ଚୋର ଭାବି ନିସ୍ତୁକ ପିଟିଲେ ଲୋକେ । ପଶ୍ଚିମବଙ୍ଗରେ ଘଟିଛି ଏହି ଅମାନବୀୟ ଘଟଣା । ଅଧିକ ପଢନ୍ତୁ

Bengal Sadhu Attack
ପଶ୍ଚିମବଙ୍ଗରେ ସାଧୁଙ୍କୁ ଆକ୍ରମଣ
author img

By ETV Bharat Odisha Team

Published : Jan 13, 2024, 12:24 PM IST

କୋଲକାତା: ପଶ୍ଚିମବଙ୍ଗରୁ ଅତ୍ୟନ୍ତ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗଙ୍ଗାସାଗର ମେଳାକୁ ଯାଉଥିବା 3 ଜଣ ସାଧୁଙ୍କୁ ପିଲା ଚୋର ଭାବି ନିସ୍ତୁକ ମାଡ ମରାଯାଇଛି । କିଛି ଲୋକେ ମିଶି ସେମାନଙ୍କୁ ନିବସ୍ତ୍ର କରି ଖୁବ୍ ମାରପିଟ୍ କରିଥିବା ଜଣାପଡିଛି । ସେହି ସାଧୁମାନେ ମେଳାକୁ ବାଟ ନପାଇବାରୁ କିଛି ନାବାଳିକାଙ୍କୁ ରାସ୍ତା ପଚାରିଥିଲେ । ହେଲେ ନାବାଳିକାମାନେ ସାଧୁଙ୍କ ଦେଖି ଭୟରେ ଦୌଡ଼ି ପଳାଇଯାଇ ଲୋକଙ୍କ ଆଗରେ ପିଲା ଚୋର ବୋଲି କହିଥିଲେ । ଏଥିରେ ଉତ୍ୟକ୍ତ ହୋଇ ଲୋକେ ସାଧୁମାନଙ୍କ ଉପରେ ଆକ୍ରମଣ କରିଥିଲେ ।

ଘଟଣାଟି ଗୁରୁବାର ସନ୍ଧ୍ୟାର । ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଏହା ଘଟିଛି । ଯାହା ସୂଚନା ମିଳିଛି, ମକର ସଂକ୍ରାନ୍ତି ଉତ୍ସବ ପାଇଁ ଜଣେ ସାଧୁ ନିଜର ଦୁଇ ପୁଅ (ସାଧୁ)ଙ୍କ ସହ ଏକ ଗାଡ଼ିରେ ଉତ୍ତରପ୍ରଦେଶରୁ ପଶ୍ଚିମବଙ୍ଗରେ ହେଉଥିବା ଗଙ୍ଗାସାଗର ମେଳାକୁ ଆସୁଥିଲେ । ହେଲେ ବାଟରେ ସେମାନେ ରାସ୍ତା ଜାଣି ପାରିନଥିଲେ । ତେଣୁ ସେହି ବାଟ ଦେଇ ଯାଉଥିବା 3 ଜଣ ନାବାଳିକାଙ୍କୁ ମେଳାକୁ ରାସ୍ତା ପଚାରିଥିଲେ । କିନ୍ତୁ ନାବାଳିକାମାନେ ସାଧୁମାନଙ୍କ ବେଶଭୂଷା ଦେଖି ତାଙ୍କୁ ପିଲା ଚୋର ବୋଲି ଭାବିଥିଲେ ଏବଂ ଭୟରେ ଦୌଡ଼ି ପଳାଇ ଲୋକଙ୍କୁ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ମଣିପୁରରେ ପୁଣି ହିଂସା: ବାପ-ପୁଅଙ୍କ ସମେତ 4 ଜଣଙ୍କୁ ହତ୍ୟା

  • #WATCH | West Bengal: On a viral video showing a group of sadhus being assaulted by a mob in the Purulia district, Purulia SP, Avijit Banerjee says, "Three saints were going in a vehicle...Near Gourangdih, three girls were heading to a local Kali mandir for pooja when the car… pic.twitter.com/0NpwmlXpmP

    — ANI (@ANI) January 13, 2024 " class="align-text-top noRightClick twitterSection" data=" ">

ଏହାପରେ ସ୍ଥାନୀୟ ଲୋକେ ମଧ୍ୟ ପିଲା ଚୋର ସନ୍ଦେହରେ ସେହି ସାଧୁମାନଙ୍କୁ ଘେରି ଯାଇ ନିବସ୍ତ୍ର କରି ନିସ୍ତୁକ ମାଡ଼ ମାରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଧୁମାନଙ୍କୁ ଉଦ୍ଧାର କରି କାଶିପୁର ଥାନାକୁ ନେଇଥିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ଉତ୍ୟକ୍ତ ଲୋକେ ପୋଲିସ ଗାଡ଼ି ଭଙ୍ଗାରୁଜା କରୁଥିବାର ମଧ୍ୟ ଦେଖିବାକୁ ମିଳିଛି । ତେବେ ସାଧୁଙ୍କୁ ନିର୍ଯାତନା ଘଟଣାରେ ପୋଲିସ 12 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ପୁରୁଲିଆ କୋର୍ଟରେ ହାଜର କରାଯିବ । ସେହିପରି ସମ୍ପୃକ୍ତ ସାଧୁମାନଙ୍କୁ ଗଙ୍ଗାସାଗର ମେଳା ପଠାଇବାକୁ ପୋଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଛି ।

ଏହି ଘଟଣାରେ ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବୀୟ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏକ୍ସରେ ମାଲବୀୟ ଭିଡିଓ ପୋଷ୍ଟ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସାଧୁଙ୍କୁ ନିର୍ଯାତନା ଘଟଣାରେ ମମତା ବାନାର୍ଜୀଙ୍କ ନୀରବତା ନିନ୍ଦନୀୟ । ସାଧୁଙ୍କ ଉପରେ ଆକ୍ରମଣ ପଛରେ ଟିଏମସି ଗୁଣ୍ଡା ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.