ETV Bharat / bharat

ସ୍କର୍ପିଓ ମଧ୍ୟରେ ଧମକ ପତ୍ର ରଖିଥିବା ସ୍ବୀକାର କଲେ ସଚିନ ୱାଜେ

author img

By

Published : Mar 25, 2021, 11:42 AM IST

ମୁକେଶ ଅମ୍ବାନୀଙ୍କ ଘର ବାହାର ସ୍କର୍ପିଓ ଭିତରେ ଧମକ ପତ୍ର ରଖିଥିବା ସଚିନ ୱାଜେ ସ୍ବୀକାର କରିଛନ୍ତି । ଅଧିକ ପଢନ୍ତୁ...

ସ୍କର୍ପିଓ ମଧ୍ୟରେ ଧମକ ପତ୍ର ରଖିଥିବା ସ୍ବୀକାର କଲେ ସଚିନ ୱାଜେ
ସ୍କର୍ପିଓ ମଧ୍ୟରେ ଧମକ ପତ୍ର ରଖିଥିବା ସ୍ବୀକାର କଲେ ସଚିନ ୱାଜେ

ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରୁ ବିସ୍ଫୋରକ ମିଳିବା ଘଟଣାରେ ଗିରଫ ହୋଇଥିବା ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେ ନିଜର ଦୋଷ ସ୍ବୀକାର କରିଛନ୍ତି । ସେ ସ୍କର୍ପିଓ ଭିତରେ ଧମକ ପତ୍ର ରଖିଥିବା ସ୍ବୀକାର କରିଛନ୍ତି । ତେବେ ଏ ସମ୍ପର୍କରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (NIA) ପକ୍ଷରୁ ସୂଚନା ମିଳିଛି ।

ସୂଚନା ଥାଉ କି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଦକ୍ଷିଣ ମୁମ୍ବାଇସ୍ଥିତ ଘର ବାହାରେ ଚଳିତ ବର୍ଷ ଫେବୃଆରୀ 25 ତାରିଖରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି ଗୋଟିଏ ସ୍କର୍ପିଓ ମିଳିଥିଲା । ତେବେ ଏହି ଗାଡି ଥାନେର ବ୍ୟବସାୟୀ ମନସୁଖ ହିରେନଙ୍କର ବୋଲି ତଦନ୍ତରୁ ଜଣାପଡିଥିଲା । ତେବେ ମନସୁଖଙ୍କ ଏହି ଗାଡି ସେ ଚୋରି ହୋଇଯାଇଥିବା କହିଥିବା ବେଳେ ଗତ ମାର୍ଚ୍ଚ 5 ତାରିଖରେ ତାଙ୍କ ମୃତଦେହ ମୁମ୍ବ୍ରା ଅଞ୍ଚଳରେ ଥିବା ଏକ ନଦୀକୂଳରୁ ମିଳିଥିଲା ।

ପରେ ପୋଲିସ ଘଟଣାର ତଦନ୍ତ କରି ମୁମ୍ବାଇ ପୋଲିସର ଅଧିକାରୀ ସଚିନ ୱାଜେଙ୍କୁ ଗିରଫ କରିଥିଲା । ଏହି ଘଟଣାରେ ପୋଲିସ ୱାଜେଙ୍କ ବିରୋଧରେ ୟୁଏପିପିଏ ଧାରା 16 ଓ 18 ଲଗାଇଥିବା ଜଣାପଡିଛି । ତେବେ ପଚରାଉଚୁରା ସମୟରେ ୱାଜେ ସ୍କର୍ପିଓ ମଧ୍ୟରେ ଧମକ ପତ୍ର ରଖିଥିବା ସ୍ବୀକାର କରିଛନ୍ତି । ପୋଲିସ ଅଧିକାରୀ ୱାଜେ ବର୍ତ୍ତମାନ ପୋଲିସ ହେପାଜତରେ ରହିଛନ୍ତି । ସେପଟେ ପୋଲିସ ମନସୁଖଙ୍କ ହତ୍ୟା ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.