ETV Bharat / bharat

ଭାରତ ଯୋଡ ଯାତ୍ରାରେ ସଚିନ ପାଇଲଟଙ୍କ ଜୟ ଜୟକାର - ଭାରତ ଯୋଡ ଯାତ୍ରା

କଂଗ୍ରେସର ଭାରତ ଯୋଡ ଯାତ୍ରାରେ ସଚିନ ପାଇଲଟଙ୍କ ଜୟଜୟକାର । ସଚିନ ପାଇଲଟ ଜିନ୍ଦାବାଦ ଜିନ୍ଦାବାଦ (Sachin Pilot zindabad) ନାରା ଦେଇଥିଲେ । ହଜାର ହଜାର କର୍ମୀ ଏହି ଯାତ୍ରା ସମୟରେ ସଚିନ ପାଇଲଟ ଜିନ୍ଦାବାଦ ଏବଂ ହାମାରା ସିଏମ କୈଶା ହୋ ? ସଚିନ ପାଇଲଟ ଜୈଶା ହୋ(Hamara CM kaisa ho? Sachin Pilot jaisa ho) ସ୍ଲେଗାନ ଦେଇଥିଲେ । ଅଧିକ ପଢନ୍ତୁ

ଭାରତ ଯୋଡ ଯାତ୍ରା
ଭାରତ ଯୋଡ ଯାତ୍ରା
author img

By

Published : Dec 18, 2022, 1:42 PM IST

ଜୟପୁର: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭାରତ ଯୋଡ ଯାତ୍ରା(Bharat Jodo Yatra) ଶେଷ ହେବାକୁ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଚାଲିଥିବା ଭାରତ ଯୋଡ ଯାତ୍ରା ବର୍ତ୍ତମାନ ରାଜସ୍ଥାନରେ ଜାରି ରହିଛି । ଆଜି ସକାଳେ ଏହି ଯାତ୍ରା ରାଜସ୍ଥାନର ଦଉସାରୁ ଆରମ୍ଭ ହୋଇଥିବା ବେଳେ ଏକ ଭିନ୍ନ ସ୍ଲୋଗାନ ଦେଖିବାକୁ ମିଳିଥିଲା । ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟକୁ କଟାକ୍ଷ କରି କଂଗ୍ରେସର ପୂର୍ବତନ ସଭାପତି ତଥା ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଜୟଜୟକାର କରିଥିଲେ କର୍ମୀ । ସଚିନ ପାଇଲଟ ଜିନ୍ଦାବାଦ ଜିନ୍ଦାବାଦ(Sachin Pilot zindabad) ନାରା ଦେଇଥିଲେ ।

ହଜାର ହଜାର କର୍ମୀ ଏହି ଯାତ୍ରା ସମୟରେ ସଚିନ ପାଇଲଟ ଜିନ୍ଦାବାଦ ଏବଂ ହାମାରା ସିଏମ କୈଶା ହୋ ? ସଚିନ ପାଇଲଟ ଜୈଶା ହୋ(Hamara CM kaisa ho? Sachin Pilot jaisa ho) ସ୍ଲୋଗାନ ଦେଇଥିଲେ । ଏହାର ଅର୍ଥ ହେଲା ଆମର ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ଭଳି ହେବା ଦରକାର ବୋଲି ନାରା ଦେଇଥିଲେ କର୍ମୀ । ତେବେ ଏଥିରୁ ବାରି ହୋଇଯାଉଛି ଯେ ରାଜସ୍ଥାନ କଂଗ୍ରେସରେ ଅନ୍ତଃକନ୍ଦଳ ଜାରି ରହିଛି । କିନ୍ତୁ ଏଠାରେ ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ଗଣମାଧ୍ୟକୁ ସାକ୍ଷାତକାର ଦେବା ସମୟରେ ପାଇଲଟଙ୍କୁ ବିଶ୍ବାସଘାତକତା କହିବା ସହ ଏଭଳି ବ୍ୟକ୍ତି ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବା ଉଚିତ ନୁହେଁ ବୋଲି କହିଥିଲେ ଗେହଲଟ ।

ଏହା ମଧ୍ୟ ପଢନ୍ତୁ: ଝାଡଖଣ୍ଡରେ ଶ୍ରଦ୍ଧା ହତ୍ୟାକାଣ୍ଡର ପୁନରାବୃତ୍ତି, ସ୍ତ୍ରୀକୁ ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ

ଗେହଲଟ କହିଥିଲେ, ''ସଚିନ ପାଇଲଟ ବିଜେପି ସହ ହାତ ମିଳାଇଛନ୍ତି । ୨୦୨୦ରେ ପାଇଲଟଙ୍କ ନେତୃତ୍ବରେ ହୋଇଥିବା ବିଦ୍ରୋହରେ ବିଧାୟକଙ୍କୁ ୫ରୁ ୧୦ କୋଟି ଟଙ୍କା ଦିଆଯାଇଛି, ଏହାର ପ୍ରମାଣ ମଧ୍ୟ ରହିଛି ।''

ସାକ୍ଷାତକାରରେ ଅଶୋକ ଗେହଲଟ ପାଇଲଟଙ୍କୁ ଥରେ କି ଦୁଇ ଥର ନୁହଁ ବରଂ ଅନେକ ଥର ‘ବିଶ୍ବାସଘାତକ’ (Gaddar)ବୋଲି କହିଥିଲେ । ଏଥିସହ ଦାବି କରିଥଲେ ଯେ କଂଗ୍ରେସ ହାଇକମାଣ୍ଡ ପାଇଲଟଙ୍କୁ କେବେବି ମୁଖ୍ୟମନ୍ତ୍ରୀ କରିବେ ନାହିଁ । ଯେଉଁ ବ୍ୟକ୍ତିଙ୍କ ପାଖରେ ୧୦ ବିଧାୟକ ନାହାନ୍ତି , ସିଏ କ୍ଷମତା ପାଇଁ ବିଦ୍ରୋହ କରିଥିଲେ, ତେଣୁ ସେ ହେଉଛନ୍ତି ବିଶ୍ବାସଘାତକ । ସେ କେବେବି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.