ETV Bharat / bharat

ମକର ସଂକ୍ରାନ୍ତି: ଆଜିଠୁ ଖୋଲିବ ସାବରୀମାଳା ମନ୍ଦିର

ମକର ସଂକ୍ରାନ୍ତି ଅବସରରେ ଆଜିଠୁ ଖୋଲିବାକୁ ଯାଉଛି କେରଳର ସାବରୀମାଳା ମନ୍ଦିର । ମଙ୍ଗଳବାରଠୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ଅଧିକ ପଢନ୍ତୁ

ମକର ସଂକ୍ରାନ୍ତି: ଆସନ୍ତାକାଲିଠୁ ଖୋଲିବ ସାବରୀମାଳା ମନ୍ଦିର

author img

By

Published : Nov 14, 2021, 7:42 PM IST

Updated : Nov 15, 2021, 9:08 AM IST

ଥିରୁଅନନ୍ତପୁରମ: ଆଜି(ସୋମବାର)ଠୁ ତଥା ମଣ୍ଡଳ ମକରଭିଲ୍ଲାକୁ(ମକର ସଂକ୍ରାନ୍ତି) ଅବସରରେ ଖୋଲିବାକୁ ଯାଉଛି କେରଳର ପ୍ରସିଦ୍ଧ ମନ୍ଦିର ସାବରୀମାଳା । ଆଜିଠୁ ଶ୍ରଦ୍ଧାଳୁ ମନ୍ଦିରରେ ଦର୍ଶନ କରିବାର ସୁଯୋଗ ପାଇବାକୁ ଥିବାବେଳେ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଗର୍ଜ ମହାମାରୀ ଦୃଷ୍ଟିରୁ ସମସ୍ତ ବ୍ୟବସ୍ଥାକୁ ତ୍ବରାନ୍ବିତ କରିଥିବା ରବିବାର ସୂଚନା ଦେଇଛନ୍ତି ।

ଆଜି ସନ୍ଧ୍ୟାଠାରୁ ମନ୍ଦିର ଖୋଲିବାକୁ ଥିବାବେଳେ ଶ୍ରଦ୍ଧାଳୁ ମଙ୍ଗଳବାର ଦର୍ଶନ କରିପାରିବେ । ମନ୍ଦିର ଆସନ୍ତା ଡିସେମ୍ବର ୨୬ ତାରିଖ ମଣ୍ଡଳପୂଜା ପର୍ଯ୍ୟନ୍ତ ଖୋଲା ରହିବ । ଏହାପରେ ପୁଣି ମନ୍ଦିର ଡିସେମ୍ବର ୩୦ ତାରିଖରେ ଖୋଲିବା ସହିତ ଶ୍ରଦ୍ଧାଳୁ ମକର ସଂକ୍ରାନ୍ତି ଉତ୍ସବ ପାଇଁ ଜାନୁଆରୀ ୨୦ ତାରିଖ ପର୍ଯ୍ୟନ୍ତ ଦର୍ଶନ କରିପାରିବେ । ଏଥିଲାଗି ଅକ୍ଟୋବର ମାସରୁ ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ତ ବ୍ୟବସ୍ଥା ସ୍ଥିର କରାଯାଇଥିବା ସେ କହିଛନ୍ତି ।

ତେବେ ଏହି ସୁରକ୍ଷା ବ୍ୟବସ୍ଥାକୁ ସଠିକ ଭାବେ କାର୍ଯ୍ୟକାରୀ କରିବା ପାଇଁ ପଥାନାମଥିଟ୍ଟା, ଅଲପୁଝା, କୋଟ୍ଟାୟାମ ଓ ଇଡୁ଼କ୍କି ଜିଲ୍ଲାରେ ରାଜ୍ୟ ସ୍ତରୀୟ ବୈଠକ ବସିଥିବା ଜଣାପଡିଛି । ସେପଟେ ସ୍ବାସ୍ଥ୍ୟ ବିଭାଗ ପମ୍ବାଠାରୁ ସାନ୍ନିଧାନମ ପର୍ଯ୍ୟନ୍ତ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯାଇଛି । ତେବେ ଆସନ୍ତା ସୋମବାରଠାରୁ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । ମନ୍ଦିରର ଦର୍ଶନ ସମୟରେ ଯଦି ଶ୍ରଦ୍ଧାଳୁ ହାର୍ଟବିଟ କିମ୍ବା ଛାତିରେ ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ, ତେବେ ସେମାନଙ୍କୁ ଏହି କେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯିବ । ଏହି କେନ୍ଦ୍ରରେ ୨୪ ଘଣ୍ଟା ସେବା ମିଳିବ ବୋଲି ଜଣାପଡ଼ିଛି ।

@ANI

Last Updated : Nov 15, 2021, 9:08 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.