ETV Bharat / bharat

ଶତାୟୁ ପଦ୍ମଶ୍ରୀ ସାଲୁମାରଦା ଥିମାକ୍କା ହେଲେ କର୍ଣ୍ଣାଟକ ଇକୋ ଆମ୍ବାସଡର

author img

By

Published : Jul 9, 2022, 12:49 PM IST

ବିଶିଷ୍ଟ ପରିବେଶବିତ ତଥା ଶତାୟୁ ପଦ୍ମଶ୍ରୀ ସାଲୁମାରଦା ଥିମାକ୍କା ହେଲେ କର୍ଣ୍ଣାଟକ ଇକୋ-ଆମ୍ବାସଡର । ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ପରିବେଶ ପ୍ରତି ବିଶେଷ ଅବଦାନ ପାଇଁ 2019 ରେ ପଦ୍ମଶ୍ରୀରେ ହୋଇଥିଲେ ସମ୍ମାନୀତ । ଅଧିକ ପଢନ୍ତୁ

କର୍ଣ୍ଣାଟକ ରାଜନୀତି
ଶତାୟୁ ପଦ୍ମଶ୍ରୀ ସାଲୁମାରଦା ଥିମାକ୍କା ହେଲେ କର୍ଣ୍ଣାଟକ ଇକୋ ଆମ୍ବାସଡର

ବେଙ୍ଗାଲୁରୁ: ପରିବେଶ ପ୍ରତି ନିଜର ଅତୁଳନୀୟ ଅବଦାନ ଦେଇଥିବା କର୍ଣ୍ଣାଟକର ବିଶିଷ୍ଟ ପରିବେଶବିତ ପଦ୍ମଶ୍ରୀ ସାଲୁମାରଦା ଥିମାକ୍କାଙ୍କୁ ରାଜ୍ୟ ଇକୋ-ଆମ୍ବାସଡର ଭାବେ ନିଯୁକ୍ତ କରିଛନ୍ତି କର୍ଣ୍ଣାଟକ ସରକାର । ଗତକାଲି ରାଜ୍ୟ କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି । ପରିବେଶ ପ୍ରତି ନିଜର ଅତୁଳନୀୟ ଅବଦାନ ପାଇଁ 2019ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ ଥିମକ୍କା । ଗତମାସରେ ଥିମ୍ମକାଙ୍କୁ ପରିବେଶ ଆମ୍ବାସଡର ଭାବେ ନିଯୁକ୍ତ କରିବା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ । ତେବେ ଗତକାଲି କ୍ୟାବିନେଟର ମଞ୍ଜୁରୀ ପରେ ତାଙ୍କୁ ବିଧିବଦ୍ଧ ଭାବେ ଇକୋ- ଆମ୍ବାସଡର ଭାବେ ନିଯୁକ୍ତ କରାଯାଇଛି ।

ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରୁଛନ୍ତି ଥିମାକ୍କା
ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରୁଛନ୍ତି ଥିମାକ୍କା

ମୁଖ୍ୟମନ୍ତ୍ରୀ ବୋମ୍ମାଇ ପଦ୍ମଶ୍ରୀ ଥିମାକ୍କାଙ୍କ 111 ତମ ଜନ୍ମଦିନରେ ସାମିଲ ହୋଇଥିଲେ । ଜୁନ 30ରେ ଏହି କାର୍ଯ୍ୟକ୍ରମ ଅବସରରେ ବେଙ୍ଗାଲୁରୁର ଆମ୍ବେଦକର ଭବନରେ ଥିମାକ୍କାଙ୍କୁ ଗ୍ରିନେରୀ ଆଓ୍ବାର୍ଡରେ ସମ୍ମାନୀତ କରିଥିଲେ ରାଜ୍ୟ ସରକାର । ସେହି ଦିନ ମୁଖ୍ୟମନ୍ତ୍ରୀ ବୋମ୍ମାଇ ଥିମାକ୍କାଙ୍କୁ ରାଜ୍ୟ ଇକୋ-ଆମ୍ବାସଡର ଭାବେ ନିଯୁକ୍ତ କରାଯିବା ନେଇ ଘୋଷଣା ମଧ୍ୟ କରିଥିଲେ ।

ପରିବେଶ ପ୍ରତି ଜୀବନବ୍ୟାପୀ ଅତୁଳନୀୟ ଅବଦାନ ଦେଇଥିବା ଶତାୟୁ ପରିବେଶବିତ 2019ରେ ସମଗ୍ର ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲେ । 2019ରେ ତାଙ୍କୁ ଦେଶର ଚତୁର୍ଥ ସର୍ବୋଚ୍ଚ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଥିଲା । ଥିମାକ୍କା ବର୍ତ୍ତମାନ 111 ବର୍ଷରେ ପାଦ ଦେଇ ସାରିଥିଲେ ସୁଦ୍ଧା ନିଜର ଜୀବନବ୍ୟାପୀ ପ୍ରାକୃତିକ ଜୀବନଶୈଳୀ ପାଇଁ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.