ETV Bharat / bharat

ଋଷର ଝିଅ ହେଲେ, ଭାରତର ବୋହୂ - ହାଜରିବାଗରେ ଋଷୀୟ ଝିଅଙ୍କ ବାହାଘର

ଭାରତ ଓ ଋଷ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଅନେକ କାହାଣୀ ରହିଛି । ଏଥିସହ ୟୁକ୍ରେନ ଓ ଋଷ ଯୁଦ୍ଧ ଜାରି ରହିଥିବା ସତ୍ତ୍ବେ ଆମେରିକାର ଚାପ ମଧ୍ୟ ଏହି ବନ୍ଧୁତ୍ୱ ଉପରେ କୌଣସି ପ୍ରଭାବ ପଡିନାହିଁ । ଅଧିକ ପଢନ୍ତୁ

ଋଷର ଝିଅ ହେଲେ, ଭାରତର ବୋହୁ
ଋଷର ଝିଅ ହେଲେ, ଭାରତର ବୋହୁ
author img

By

Published : Apr 20, 2022, 7:33 PM IST

ରାଞ୍ଚି: ଭାରତ ଓ ଋଷ ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଅନେକ କାହାଣୀ ରହିଛି । ଏଥିସହ ୟୁକ୍ରେନ ଓ ଋଷ ଯୁଦ୍ଧ ଜାରି ରହିଥିବା ସତ୍ତ୍ବେ ଆମେରିକାର ଚାପ ମଧ୍ୟ ଏହି ବନ୍ଧୁତ୍ୱ ଉପରେ କୌଣସି ପ୍ରଭାବ ପଡି ନାହିଁ । ବର୍ତ୍ତମାନ ଏହି ବନ୍ଧୁତା ଆହୁରି ମଜବୁତ ହୋଇଛି ।

ଋଷର ଝିଅ ହେଲେ, ଭାରତର ବୋହୁ
ଋଷର ଝିଅ ହେଲେ, ଭାରତର ବୋହୁ

ତେବେ ଝାଡଖଣ୍ଡର ହଜାରିବାଗର ନ୍ୟୁ ଏରିଆ ଷ୍ଟ୍ରିଟ୍ ନମ୍ବର ୨ର ରହୁଥିବା ଅମିତ ଅଭିଷେକ ନିକଟରେ ହଜାରିବାଗରେ ଋଷର ସେନିଆକୁ ବିବାହ କରିଛନ୍ତି । ଏହି ବାହାଘର ଏବେ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସେନିଆ ହେଉଛନ୍ତି, ଋଷ ନୌସେନାର ଜଣେ ଅଧିକାରୀଙ୍କ ଝିଅ । ଏହି ଦୁଇ ଜଣ ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ବାହା ହୋଇଛନ୍ତି ।

ଋଷର ଝିଅ ହେଲେ, ଭାରତର ବୋହୁ
ଋଷର ଝିଅ ହେଲେ, ଭାରତର ବୋହୁ

ସେହିପରି ଅମିତ ଅଭିଷେକଙ୍କ କହିବା ଅନୁଯାୟୀ, ସେନିଆଙ୍କ ସହ ତାଙ୍କର ବନ୍ଧୁତା ୫ ବର୍ଷ ପୂର୍ବେ ହୋଇଥିଲା । ମାତ୍ର ଏହି ବନ୍ଧୁତା ଧୀରେ ଧୀରେ ପ୍ରେମରେ ପରିଣତ ହେବା ପରେ ଦୁହେଁ ପରସ୍ପର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଏଥିସହ ୨୦୧୭ରେ ଅମିତ ଏମବିଏ ପଢିବା ସମୟରେ ଇଣ୍ଟର୍ନସିପ ପାଇଁ ଋଷର ସମାରା ସହରକୁ ଯାଇଥିଲେ । ତେବେ ଏଠାରୁ ଦୁହେଁ ଦେଖା ସାକ୍ଷାତ ହେବା ପରେ ପ୍ରେମ ହୋଇଥିଲା ।

ଅପରପକ୍ଷରେ କିଛି ଦିନ ପରେ ଅମିତ ଭାରତକୁ ଫେରିଗଲେ ଏବଂ ଏଠାରେ ସେନିଆ ମଧ୍ୟ ଭାରତ ସରକାରଙ୍କ ଏକ ପ୍ରୋଜେକ୍ଟରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଏଥିସହ ସେନିଆ ଏବଂ ଅମିତ ଦୁହେଁ ମୁମ୍ବାଇରେ କାମ କରୁଛନ୍ତି । ତେବେ ଦୁହେଁ ଅପ୍ରେଲ ୧୭ରେ ହଜାରିବାଗରେ ବାହା ହୋଇଛନ୍ତି ।

ଅନ୍ୟପଟେ ହଜାରିବାଗରେ ଏହି ବିବାହ ସମାରୋହ ଅନୁଷ୍ଠିତ ହୋଇଥିଲା । ରୀତିନୀତି ୧୪ ଅପ୍ରେଲରୁ ଆରମ୍ଭ ହୋଇ ୧୭ରେ ବାହାଘର ସମ୍ପନ୍ନ ହୋଇଥିଲା । ସେହିପରି ଏହି ବାହାଘରରେ ସେନିଆ ଏଲକିନାଙ୍କ ପିତାମାତା, ଭାଇଭଉଣୀ, ମାମୁଁ ଏବଂ ମାଉସୀ ଏବଂ ଭାରତରେ ରହୁଥିବା ତାଙ୍କର ଅନେକ ସମ୍ପର୍କୀୟ ଏପ୍ରିଲ ୧୩ରେ ହଜାରିବାଗରେ ଆଗୁଆ ଆସି ପହଞ୍ଚିଥିଲେ । ତେବେ ପୁରା ହିନ୍ଦୁ ରୀତିନୀତି ଅନୁସାରେ, ମେହେନ୍ଦୀ, ସଂଗୀତ ସମାରୋହ ମଧ୍ୟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.