ETV Bharat / bharat

RUSSIAN MONK ARRESTED: ୧୦ML ମଦ ସହ ବିହାରରୁ ଗିରଫ ହେଲେ ଋଷୀୟ ବୌଦ୍ଧ ସନ୍ଥ

author img

By

Published : Jan 20, 2023, 8:50 PM IST

ବିହାର ବୋଧଗୟାରୁ ଗିରଫ ହେଲେ ଋଷୀୟ ବୌଦ୍ଧ ସନ୍ଥ । ପାଖରୁ ମିଳିଲା ୧୦ ମିଲି ଲିଟରର ମଦ । ଅଧିକ ପଢନ୍ତୁ

RUSSIAN MONK ARRESTED
RUSSIAN MONK ARRESTED

ପାଟନା: ବିହାରର ବୋଧଗୟା ସ୍ଥିତ ମହାବୋଧି ମନ୍ଦିରରୁ ଗିରଫ ହେଲେ ଋଷୀୟ ବୌଦ୍ଧ ସନ୍ଥ । ତାଙ୍କ ନିକଟରୁ ୧୦ ମିଲି ଲିଟର ମଦ ଜବତ ହୋଇଛି । ବିହାରର ସମ୍ପୂର୍ଣ୍ଣ ନିଷେଧ ରହିଥିବା ବେଳେ ତାଙ୍କ ନିକଟରେ ମାତ୍ର ୧୦ ମିଲି ଲିଟର ମଦ ଜବତ ହୋଇଥିବାରୁ ତାଙ୍କୁ ସ୍ଥାନୀୟ ପ୍ରଶାସନ ଗିରଫ କରିଛି । ଏବେ ଏହି ବୌଦ୍ଧ ସନ୍ଥଙ୍କୁ ଜେଲ୍‌ରେ ରଖାଯାଇଛି । ତେବେ ତନ୍ତ୍ର ସାଧନା ଲାଗି ଏହି ସାଧୁ ଜଣକ ନିଜ ନିକଟରେ ମଦ ରଖିଥିବା ବେଳେ ଏହାକୁ ଧରି ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ମନ୍ଦିରରେ ଥିବା ସୁରକ୍ଷାକର୍ମୀ ତାଙ୍କୁ ଗିରଫ କରିଥିଲେ । ଏହାପରେ ଏହି ବିଦେଶୀ ନାଗରିକଙ୍କୁ ଜେଲକୁ ପଠାଇ ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ ଏହି ଋଷୀୟ ବୌଦ୍ଧ ସନ୍ଥ ଇଡିପ୍ସି ଏୟାସଙ୍କୁ ବୋଧଗୟା ମନ୍ଦିରର ସୁରକ୍ଷାକର୍ମୀ ଗରିଫ କରିଛନ୍ତି । ବିହାରରେ ମଦକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯାଇଛି । ଯଦି କୌଣସି ବ୍ୟକ୍ତି ମଦ ପିଉଥିବା କିମ୍ବା ମଦ ସହିତ ଧରାପଡ଼ନ୍ତି ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ରାଜ୍ୟରେ ମଦ ନିଷେଧ ରହିଥିବା ବେଳେ ବୌଦ୍ଧ ସନ୍ଥଙ୍କ ନିକଟରେ ଏହା ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ଏହି ଋଷୀୟ ବୌଦ୍ଧ ସନ୍ଥ ଜଣକ ତନ୍ତ୍ର ସାଧନା ଲାଗି ମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । ଏହି ସମୟରେ ସେଠାରେ ତାଙ୍କର ଯାଞ୍ଚ କରାଯାଇଥିଲା ।

ଏହା ବି ପଢନ୍ତୁ- WFI Chief on Sexual Harassment: କହିଲେ କଂଗ୍ରେସ ଓ ଶିଳ୍ପପତି ଫସାଇବାକୁ କରୁଛନ୍ତି ଷଡ଼ଯନ୍ତ୍ର

ତେବେ ଯାଞ୍ଚ ବେଳେ ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀ ତାଙ୍କ ନିକଟରୁ ଏହି ନିଶାଜାତୀୟ ପାନୀୟକୁ ଜବତ କରିଥିଲେ । ସେ ନିଜ ନିକଟରେ ମାତ୍ର ୧୦ ମିଲି ଲିଟରର ମଦ ରଖିଥିଲେ । ତାରା ଦେବୀଙ୍କ ସ୍ବତନ୍ତ୍ର ପୂଜାରେ ଏହାର ବ୍ୟବହାର କରାଯାଇଥାନ୍ତା ବୋଲି ଆଶା କରାଯାଉଛି । ପୋଲିସ ଏହି ଋଷୀୟ ସନ୍ଥଙ୍କୁ ପ୍ରଥମେ ଗିରଫ କରି ଜେଲରେ ଭର୍ତ୍ତି କରିଛି । ଏ ନେଇ ବୋଧଗୟାର ପୋଲିସ ଅଧିକାରୀ କହିଛନ୍ତି, "୧୦ ମିଲିଲିଟର ମଦ ସହିତ ଋଷୀୟ ବୌଦ୍ଧ ସନ୍ଥଙ୍କୁ ଗିରଫ କରାଯାଇଛି । ମହାବୋଧି ମନ୍ଦିରର ପ୍ରବେଶ ସମୟରେ ହେଉଥିବା ଯାଞ୍ଚ ବେଳେ ତାଙ୍କୁ କାବୁ କରାଯାଇଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଛି । "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.