ETV Bharat / bharat

Russia-Ukraine war: ଚାଲିଛି ୪ର୍ଥ ପର୍ଯ୍ୟାୟ ଆଲୋଚନା

author img

By

Published : Mar 14, 2022, 4:39 PM IST

ୟୁକ୍ରେନ ଓ ଋଷ ମଧ୍ୟରେ ଆରମ୍ଭ ହେଲା ୪ର୍ଥ ପର୍ଯ୍ୟାୟ ଆଲୋଚନା । ପୂର୍ବରୁ ୩ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାବେଳେ ଜାରି ରହିଛି ଯୁଦ୍ଧ । ଆଜିର ଫଳାଫଳ ଉପରେ ନଜର । ଅଧିକ ପଢନ୍ତୁ

Russia-Ukraine war: ଆରମ୍ଭ ହେଲା ୪ର୍ଥ ପର୍ଯ୍ୟାୟ ଆଲୋଚନା

କିଭ/ମସ୍କୋ: ଋଷ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ୪ର୍ଥ ପର୍ଯ୍ୟାୟ ଶାନ୍ତି ଆଲୋଚନା । ଆଜି (ସୋମବାର) ଅପରାହ୍ନରେ ଏହି ଶାନ୍ତି ବୈଠକ ଭର୍ଚ୍ଚୁଆଲି ଆରମ୍ଭ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ବେଲାରୁଷରେ ୩ପର୍ଯ୍ୟାୟ ଆଲୋଚନା ହୋଇ ସାରିଥିବାବେଳେ କୌଣସି ସମାଧାନର ବାଟ ବାହାରି ପାରିନଥିଲା ।

ତେବେ ଆଜି ଆଲୋଚନାରେ କିଛି ସକରାତ୍ମକ ଫଳାଫଳ ଆସିବା ନେଇ ଆଶା କରାଯାଉଛି । ଫେବୃଆରୀ ୨୪ତାରିଖରେ ଋଷ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଉଭୟ ରାଷ୍ଟ୍ରର ପ୍ରତିନିଧି ଟିମ ଆଜିକୁ ମିଶାଇ ୪ଥର ଆଲୋଚନା ଟେବୁଲରେ ଏକାଠି ହୋଇଛନ୍ତି ।

୪ର୍ଥ ରାଉଣ୍ଡ କଥାବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ଆଜିର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି ୟୁକ୍ରେନ କର୍ତ୍ତୁପକ୍ଷ । ତୁରନ୍ତ ଅସ୍ତ୍ର ବିରତି ଘୋଷଣା ଓ ସମ୍ପୂର୍ଣ୍ଣ ୟୁକ୍ରେନରୁ ଋଷୀୟ ଫୋର୍ସ ଅପସାରଣ କରିବା ପାଇଁ ଦୃଢ ଦାବି କରିବ ୟୁକ୍ରେନ । ତେବେ ପୂର୍ବରୁ ମଧ୍ୟ ୟୁକ୍ରେନ ସମାନ ଦାବି କରି ଆସିଥିବାବେଳେ ଭିନ୍ନ କିଛି ଦାବି ରଖି ଚାପ ସୃଷ୍ଟି କରିଥିଲା ଋଷ । ଫଳରେ ଉଭୟ ପକ୍ଷ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ସହମତ ହୋଇପାରି ନଥିଲେ । ପୂର୍ବରୁ ୩ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାବେଳେ ଆଜି ୪ର୍ଥ ପର୍ଯ୍ୟାୟ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି ।

କଥାବାର୍ତ୍ତା ଆରମ୍ଭ ହେବା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ କଥା ହେବା ସହ ଋଷ ବିରୋଧରେ ସହାୟତା ପ୍ରଦାନ ଜାରି ରଖିବାକୁ ନିବେଦନ କରିଥିବା ସୂଚନା ମିଳିଛି । ସେହିପରି ଋଷ ବିଭିନ୍ନ ୟୁକ୍ରେନୀୟ ସହର ଓ ସାଧାରଣ ଜନବସତିକୁ ଆକ୍ରମଣ କରୁଥିବାରୁ ୟୁକ୍ରେନ ଆକାଶ ମାର୍ଗକୁ ସମ୍ପୂର୍ଣ୍ଣ ନୋ-ଫ୍ଲାଇ ଜୋନରେ ପରିଣତ କରିବା ପାଇଁ ମଧ୍ୟ NATO ନିକଟରେ ଦାବି ରଖିଛି ୟୁକ୍ରେନ ।

ବ୍ୟୁରୋ ରିପୋର୍ଟ, ଇଟିଭା ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.