ETV Bharat / bharat

ଓଡେଶା ଉପରେ ବୋମା ବର୍ଷଣ ଆଶଙ୍କା କଲେ ୟୁକ୍ରେନ ରାଷ୍ଟ୍ରପତି

author img

By

Published : Mar 6, 2022, 9:29 PM IST

ୟୁକ୍ରେନର ଓଡେଶାରେ ଆକାଶମାର୍ଗରୁ ବୋମା ବର୍ଷଣ କରିପାରେ ଋଷ । ଚିନ୍ତା ପ୍ରକଟ କରି ଭିିଡିଓ ବାର୍ତ୍ତାରେ ସୂଚନା ଦେଲେ ରାଷ୍ଟ୍ରପତି ଜେଲେନସ୍କି । ଅଧିକ ପଢନ୍ତୁ

ଓଡେଶା ଉପରେ ଏୟାର ଷ୍ଟ୍ରାଇକ ଆଶଙ୍କା କଲେ ୟୁକ୍ରେନ ରାଷ୍ଟ୍ରପତି, ଦେଶବ୍ୟାପୀ ଜାରି ହେଲା ନାଫ୍ଲାଇଂ ଜୋନ

ନୂଆଦିଲ୍ଲୀ: ଋଷର ଆକ୍ରମଣ 11 ଦିନରେ ପହଞ୍ଚିଥିବାବେଳେ ଗମ୍ଭୀର ହେବାରେ ଲାଗିଛି ସ୍ଥିତି । ଏପରି ସ୍ଥଳେ ଭିନ୍ନ ଏକ ଆଶଙ୍କା ପ୍ରକାଶ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଗୋଟିଏ ପରେ ଗୋଟିଏ ୟୁକ୍ରେନୀୟ ସହର ଦଖଲ କରିବାରେ ଲାଗିଥିବା ଋଷ ସେନାର ପରବର୍ତ୍ତୀ ନିଶାଣା ବ୍ଲାକ ସି ଉପକୂଳରେ ଥିବା ପୋର୍ଟ ସିଟି ‘ଓଡେଶା’ ବୋଲି ଆଶଙ୍କା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ତେଣୁ କୌଣସି ମୁହୂର୍ତ୍ତରେ ଋଷ ଆକାଶ ମାର୍ଗରୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ନୋଫ୍ଲାଇଁ ଜୋନ ଘୋଷଣା କରିବାକୁ ପଶ୍ଚିମ ରାଷ୍ଟ୍ରମାନଙ୍କୁ ନିବେଦନ କରିଛନ୍ତି।

ଜେଲେନସ୍କି ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ଏପରି ଆଶଙ୍କା ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ୟୁକ୍ରେନ ସୈନ୍ୟଙ୍କ ଦ୍ବାରା ଗିରଫ ହୋଇଥିବା ଋଷର କିଛି ସୈନ୍ୟଙ୍କ ଠାରୁ ଆକ୍ରମଣ ନେଇ ଏପରି ସୂଚନା ମିଳିଛି । କରାଯାଇଥିବା ଯୋଜନା ଅନୁସାରେ ଓଡେଶା ଉପରେ କୌଣସି ମୁହୂର୍ତ୍ତରେ ଆକାଶ ମାର୍ଗରୁ ଆକ୍ରମଣ କରିବା ପାଇଁ ସେ ମସ୍କୋ ନିଜ ସେନାକୁ ନିର୍ଦ୍ଦେଶ ଦେଇପାରେ । ସହରବାସୀଙ୍କୁ ସତର୍କ କରାଇବା ସହ ଋଷକୁ ମଧ୍ୟ ନୈତିକତା ବଜାୟ ରଖିବା ପାଇଁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି ଜେଲେନସ୍କି ।

ଅନ୍ୟପଟେ ଋଷ ମଧ୍ୟ ଆକ୍ରମଣକୁ ଜୋରଦାର କରିବାରେ ଲାଗିଛି । ୟୁକ୍ରେନ ଆମେରିକା ଓ ଅନ୍ୟ କିଛି ପଶ୍ଚିମ ରାଷ୍ଟ୍ରଙ୍କ ପ୍ରରୋଚନାରେ ୟୁକ୍ରେନ ଶାନ୍ତି ଆଲୋଚନାରେ ବିଳମ୍ବ କରୁଛି ବୋଲି ଋଷ ଅଭିଯୋଗ କରିଆସୁଛି । ଅନ୍ୟ ଦ୍ବାରା ପରିଚାଳିତ ନିଷ୍ପତ୍ତି ୟୁକ୍ରେନ ପାଇଁ ମହଙ୍ଗା ସାବ୍ୟସ୍ତ ହେବା ନେଇ ମଧ୍ୟ ଚେତାବନୀ ଦେଇ ସାରିଛି ଋଷ । ଆଜି ପୂର୍ବାହ୍ନରେ ମଧ୍ୟ ରାଷ୍ଟ୍ରପତି ପୁଟିନ ୟୁକ୍ରେନକୁ କଡା ଚେତବାନୀ ଦେଇଛନ୍ତି । ଗୋଟିଏ ପରେ ଗୋଟିଏ ୟୁରୋପୀୟ ରାଷ୍ଟ୍ରମୁଖ୍ୟମାନେ ପୁଟିନଙ୍କ ସହ ଆଲୋଚନା କରି ସଂଘର୍ଷ ହ୍ରାସ କରିବା ଦିଗରେ ପ୍ରୟାସ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.