ETV Bharat / bharat

ରାତି 11ଟା ପରେ ବାହାରେ ଥିଲେ ଦମ୍ପତି, 3 ହଜାର ଫାଇନ କାଟିଲା ନକଲି ପୋଲିସ !

ମଧ୍ୟରାତ୍ରୀରେ ବାହାରେ ବୁଲୁଥିବାରୁ ଦମ୍ପତିଙ୍କ ଠାରୁ ପୋଲିସ କହି ଫାଇନ କାଟାଯାଇଥିବା ଅଭିଯୋଗ (couple fined by cops for being out after 11 pm)। ଗିରଫର ଧମକ ଦେଇ ଫୋନ-ପେ ରେ ନେଇଗଲେ ଫାଇନ । ପୋଲିସ କମିଶନରଙ୍କୁ ଅବଗତ କଲେ ଦମ୍ପତି । ଅଧିକ ପଢନ୍ତୁ

author img

By

Published : Dec 11, 2022, 5:53 PM IST

ରାତି 11 ପରେ ବାହାରେ ଥିଲେ ଦମ୍ପତି, 3 ହଜାର ଫାଇନ କାଟିଲା ପୋଲିସ

ହାଇଦ୍ରାବାଦ: ରାତି ପ୍ରାୟ 11ଟା ପରେ ବାହାରେ ବୁଲୁଥିବା କାରଣରୁ ଦମ୍ପତିଙ୍କ ଠାରୁ ବେଙ୍ଗାଲୁରୁ ପୋଲିସ ଜୋରିମାନ ଆଦାୟ କରିଥିବା ଅଭିଯୋଗ ହୋଇଛି । ଗୁରବାର ଜୈନିକ ଦମ୍ପତି ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ତାଙ୍କୁ ପୋଲିସ ଅଟକାଇଥିଲା । ସେମାନେ ବିଳମ୍ବିତ ରାତିରେ କାହିଁକି ବାହାରେ ବୁଲୁଛନ୍ତି ବୋଲି ପ୍ରଶ୍ନ କରିବା ସହ ପରିଚୟପତ୍ର ମାଗିଥିଲା । ତେବେ ସେମାନେ ଆବଶ୍ୟକ ପ୍ରମାଣପତ୍ର ଦେଖାଇଥିଲେ ସୁଦ୍ଧା ପୋଲିସ ତାଙ୍କ ମୋବାଇଲ ଫୋନ ଛଡାଇ ନେଇଥିଲା । ତାଙ୍କୁ ଗିରଫର ଧମକ ଦେଇ 1000 ଟଙ୍କାର ଜୋରିମାନା ମଧ୍ୟ କାଟିବାକୁ ନିର୍ଦ୍ଦେଶ ଦେଇଥିଲା । ହେଲେ ସରକାରୀ ଚାଲାଣ ବଦଳରେ ପୋଲିସ ଫୋନ-ପେ ମାଧ୍ୟମରେ ଜୋରିମାନା ରାଶି ଆଦାୟ କରିବାରୁ ସମ୍ପୃକ୍ତ ଦମ୍ପତିଙ୍କ ସନ୍ଦେହ ହୋଇଥିଲା (couple fined by cops for being out after 11 pm)।

ଏପରି ଘଟଣାର ଶିକାର ହୋଇଥିବା କାର୍ତ୍ତିକ ପାତ୍ରୀ ନାମକ ଜଣେ ବ୍ୟକ୍ତି ଏନେଇ ବେଙ୍ଗାଲୁରୁ ପୋଲିସ କମିଶନରଙ୍କୁ ଟ୍ବିଟ କରି ଅବଗତ କରିବା ସହ ଘଟଣା ସମ୍ପର୍କରେ ତଦନ୍ତ କରିବାକୁ ନିବେଦନ କରିଛନ୍ତି । କାର୍ତ୍ତିକ ପାତ୍ରୀ ସେଦିନର ରାତିର ଘଟଣା ସମ୍ପର୍କରେ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି, ସେ ଓ ତାଙ୍କ ପତ୍ନୀ ତାଙ୍କର ଜଣେ ବନ୍ଧୁଙ୍କ ଜନ୍ମଦିନ ପାର୍ଟିରେ ଯୋଗଦେଇ ଫେରୁଥିଲେ । ସମୟ ପାଖାପାଖି ସାଢେ 12ଟା ହୋଇଥିଲା ।

ସେମାନେ ତାଙ୍କ ଘର ନିକଟରେ ପହଞ୍ଚିବାକୁ ଯାଉଥିବା ବେଳେ କିଛି ପୋଲିସ ଅଧିକାରୀଙ୍କ ୟୁନିଫର୍ମରେ ଥିବା ବ୍ୟକ୍ତି ସେମାନଙ୍କୁ ଅଟକାଇଥିଲେ । ବିଳମ୍ବିତ ରାତିରେ କାହିଁକୁ ବାହାରେ ଅଛନ୍ତି ବୋଲି ପ୍ରଶ୍ନ କରିବା ସହ ପରିଚୟପତ୍ର ଯାଞ୍ଚ କରିଥିଲେ । ପରେ ଉଭୟଙ୍କ ମୋବାଇଲ ଛଡାଇ ନେଇ ରାତି 11ଟା ପରେ ବାହାରେ ଥିବା କାରଣରୁ ସେମାନଙ୍କୁ 3 ହଜାର ଟଙ୍କା ଫାଇନ ଭରିବାକୁ ପଡିବ ବୋଲି କହିଥିଲେ ପୋଲିସ ପୋଷାକରେ ଥିବା ସମ୍ପୃକ୍ତ ବ୍ୟକ୍ତି ଜଣକ । ଶେଷରେ ଦମ୍ପତି ଫୋନ-ପେ ମାଧ୍ୟମରେ ଫାଇନ ରାଶି ପ୍ରଦାନ କରି ସେଠାରୁ ଖସିବାରେ ସକ୍ଷମ ହୋଇଥିଲେ ।

ରାତି 11ଟା ପରେ ବାହାରେ ବୁଲିବାରେ କୌଣସି କଟକଣା ନଥିବା ଜାଣି ମଧ୍ୟ ଜୈନିକ ଦମ୍ପତି ରାତିରେ ସେମାନଙ୍କ ନିକଟରେ ସୁରକ୍ଷିତ ଅନୁଭବ ନକରି ଫାଇନ ଦେଇ ସ୍ଥାନ ଛାଡିବାକୁ ଉଚିତ ଭାବିଥିଲେ । ପରେ ସେମାନେ ନକଲି ପୋଲିସ ଅଧିକାରୀ ଭାବେ ଆସିଥିବା କିଛି ଅସାମଜିକ ବ୍ୟକ୍ତିଙ୍କ ଦ୍ବାରା ନିର୍ଯାତନାର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସେମାନେ ଟ୍ବିଟ କରି ସିଟି ପୋଲିସ କମିଶନରଙ୍କୁ ଅବଗତ କରିବା ସହ ତଦନ୍ତ ନିବେଦନ କରିଛନ୍ତି । ତେବେ ବେଙ୍ଗାଲୁରୁ ପରି ସହରରେ ପୋଲିସର କଡା ରାତ୍ରୀ ପାଟ୍ରୋଲିଂ ସୁଦ୍ଧା ମଧ୍ୟ ପୋଲିସ ନାମରେ ଏପରି ଅସାମଜିକ ଲୋକଙ୍କ ଦାଦାଗିରିକୁ ନେଇ ପୋଲିସର କାର୍ଯ୍ୟଶୈଳୀ ଉପରେ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି । ଘଟଣାକୁ ନେଇ ବେଙ୍ଗାଲୁରୁ ପୋଲିସ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.