ବେଙ୍ଗାଲୁରୁ: ଭାରତର ବହୁପ୍ରତୀକ୍ଷିତ ଚନ୍ଦ୍ରଯାନ-3 ମିଶନ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଆଜି ରୋଭର ’ପ୍ରଜ୍ଞାନ’ ତାର ସମସ୍ତ କାର୍ଯ୍ୟ ଶେଷ କରି ସ୍ଲିପମୋଡ (ନିଷ୍କ୍ରିୟ ଅବସ୍ଥା)କୁ ଚାଲିଯାଇଛି । ଏହା ଆଉ ପୂର୍ବଭଳି କାର୍ଯ୍ୟକ୍ଷମ ରହିବନାହିଁ କିମ୍ବା ଚନ୍ଦ୍ରପୃଷ୍ଠରେ ବିଚରଣ କରି ଅନୁସନ୍ଧାନ କରିବା ନାହିଁ । ଏହାକୁ ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ବର୍ତ୍ତମାନ ନିରାପଦରେ ପାର୍କିଂ କରାଯାଇ ସାରିଥିବା ଇସ୍ରୋ ସ୍ପଷ୍ଟ କରିଛି ।
-
Chandrayaan-3 Mission:
— ISRO (@isro) September 2, 2023 " class="align-text-top noRightClick twitterSection" data="
The Rover completed its assignments.
It is now safely parked and set into Sleep mode.
APXS and LIBS payloads are turned off.
Data from these payloads is transmitted to the Earth via the Lander.
Currently, the battery is fully charged.
The solar panel is…
">Chandrayaan-3 Mission:
— ISRO (@isro) September 2, 2023
The Rover completed its assignments.
It is now safely parked and set into Sleep mode.
APXS and LIBS payloads are turned off.
Data from these payloads is transmitted to the Earth via the Lander.
Currently, the battery is fully charged.
The solar panel is…Chandrayaan-3 Mission:
— ISRO (@isro) September 2, 2023
The Rover completed its assignments.
It is now safely parked and set into Sleep mode.
APXS and LIBS payloads are turned off.
Data from these payloads is transmitted to the Earth via the Lander.
Currently, the battery is fully charged.
The solar panel is…
ଏଥିରେ ଚନ୍ଦ୍ରପୃଷ୍ଠରୁ ତଥ୍ୟ ସଂଗ୍ରହ କରିବା ପାଇଁ ଲାଗିଥିବା APXS ଏବଂ LIBS ପେଲୋଡ୍ ବନ୍ଦ ହୋଇଯାଇଛି । ଏହି ପେଲୋଡ୍ ଗୁଡିକ ମାଧ୍ୟମରେ ସଂଗୃହିତ ତଥ୍ୟ ପ୍ରଜ୍ଞାନ ଲ୍ୟାଣ୍ଡର ‘ବିକ୍ରମ’ ମାଧ୍ୟମରେ ପୃଥିବୀକୁ ପଠାଇ ସାରିଛି । ଏବେ ଏହା ସ୍ଲିପମୋଡକୁ ଚାଲିଯାଇଥିଲେ ସୁଦ୍ଧା ଏହାର ବ୍ୟାଟେରୀ ଶତ ପ୍ରତିଶତ ଚାର୍ଜ ରହିଛି । ସେପ୍ଟେମ୍ବର 22 ତାରିଖରେ ଚନ୍ଦ୍ରପୃଷ୍ଠର ଏହି ଦକ୍ଷିଣ ମେରୁରେ ପୁଣି ସୂର୍ଯ୍ୟାଲୋକ ପଡିବ । ରୋଭର ପ୍ରଜ୍ଞାନର ସମସ୍ତ ସୌର ପ୍ୟାନେଲକୁ ଆସନ୍ତା ଚନ୍ଦ୍ର ଦିବସ ପାଇଁ ସକ୍ରିୟ ରଖାଯାଇଛି । ଏହା ସେତେବେଳେ ପୁଣି ସୂର୍ଯ୍ୟାଲୋକ ଅବଶୋଷଣ କରି କାର୍ଯ୍ୟକ୍ଷମ ହେବା ନେଇ ମଧ୍ୟ ଇସ୍ରୋ ଆଶାବ୍ୟକ୍ତ କରିଛି । ଚନ୍ଦ୍ରଯାନ-3 ମିଶନ ଅନୁସାରେ, ଏହା ପୁନର୍ବାର ପୃଥିବୀପୃଷ୍ଠକୁ ଫେରିବାକୁ ନଥିବା ବେଳେ ଏହାକୁ ଚନ୍ଦ୍ରପୃଷ୍ଠର ଭାରତର ରାଷ୍ଟ୍ରଦୂତ (ଲୁନାର ଆମ୍ବାସଡର) ଭାବେ ଅବିହିତ କରିଛି ଇସ୍ରୋ ।
23 ତାରିଖ ସଂଧ୍ୟା 6ଟା 4ମିନିଟ (ଭାରତୀୟ ସମୟ)ରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁର ଲ୍ୟାଣ୍ଡିଂ ସ୍ଥାନ ‘ଶିବଶକ୍ତି ପଏଣ୍ଟ’ରେ ଲ୍ୟାଣ୍ଡର ‘ବିକ୍ରମ’ର ସଫଳତାର ସହ ଅବତରଣ କରିଥିଲା । ତାର କିଛି ଘଣ୍ଟା ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ନିଜର କାର୍ଯ୍ୟ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠର ତାପମାତ୍ରା, କମ୍ପନ, ଖଣିଜ ଓ ରାସାୟନିକ ଉପାଦନ ସମ୍ପର୍କରେ ବହୁଗୁରୁତ୍ବପୂର୍ଣ୍ଣ ସୂଚନା ଦେଇସାରିଛି । ସଲଫର ଓ ଅକ୍ସିଜେନ ସମେତ ଏକାଧିକ ଉପାଦନ ଚନ୍ଦ୍ରପୃଷ୍ଠରେ ଥିବା ନେଇ ସୂଚନା ଆସିବା ପରେ ଏବେ ଚନ୍ଦ୍ରର ଦକ୍ଷିଣ ମେରୁକୁ ନେଇ ଉତ୍କଣ୍ଠା ବଢିଛି । ଉଦଯାନ ବା ହାଇଡ୍ରୋଜେନର ଉପସ୍ଥିତି ସମ୍ପର୍କରେ ସ୍ପଷ୍ଟ ହେବା ପାଇଁ ଅନୁସନ୍ଧାନ ଜାରି ରହିଥିଲା । ଏବେ 22 ତାରିଖରେ ରୋଭର ‘ପ୍ରଜ୍ଞାନ’ କାର୍ଯ୍ୟକ୍ଷମ ଥିଲେ ପୁଣି ଅନୁସନ୍ଧାନ କରିପାରିବ । ଇସ୍ରୋର ଚନ୍ଦ୍ର ଅଭିଯାନ ସଫଳତାର ସହ ଶେଷ ହୋଇଥିବା ବେଳେ ଆଦିତ୍ଯ ଏଲ-1 ମାଧ୍ୟମରେ ସୂର୍ଯ୍ୟ ଅଧ୍ୟୟନ ଆରମ୍ଭ କରିଛି ଇସ୍ରୋ । ଆଜି ପିଏସଲଭି ରକେଟ ସାହାଯ୍ୟରେ ଆଦିତ୍ୟ ଏଲ-1 ମହାକାଶ ଯାନକୁ ଉତକ୍ଷେପଣ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ