ETV Bharat / bharat

Delhi Hit and Run Repeat: ଡେଲିଭରି ବୟଙ୍କୁ ୫୦୦ ମିଟର ଘୋଷାଡି ନେଲା ଟ୍ୟାକ୍ସି

author img

By

Published : Jan 5, 2023, 11:42 AM IST

ଡେଲିଭରି ବୟଙ୍କୁ ୫୦୦ ମିଟର ଘୋଷାଡି ନେଲା ଟ୍ୟାକ୍ସି । ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଦିଲ୍ଲୀର ନୋଏଡାରେ ଘଟିଛି ଏପରି ହୃଦୟ ବିଦାରକ ଘଟଣା । ଅଧିକ ପଢନ୍ତୁ

Road accident in Noida like Kanjhawala
Road accident in Noida like Kanjhawala

ନୂଆଦିଲ୍ଲୀ: ଦିଲ୍ଲୀରେ ପୁନରାବୃତ୍ତି ହେଲା ହିଟ ଆଣ୍ଡ ରନ ଘଟଣା । କିଛି ଦିନ ପୂର୍ବେ କଞ୍ଜୱାଲାରେ ଜଣେ ଯୁବତୀଙ୍କୁ କାରରେ ଘୋଷାଡି ନେବା ଭିଡିଓ ସାମ୍ନାକୁ ଆସିଥିବା ବେଳେ ଏବେ ସମାନ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି । ଜଣେ ଡେଲିଭରି ବୟଙ୍କୁ ୫ଶହ ମିଟର ଘୋଷାଡି ନେଲା ଟ୍ୟାକ୍ସି ଡ୍ରାଇଭର, ଫଳରେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି(taxi driver dragged delivery boy for 500 meters in noida)। ନୂଆବର୍ଷ ଦିନ ଦିଲ୍ଲୀର ନୋଏଡାରେ ଏଭଳି ଘଟଣା ଘଟିଥିବା ବେଳେ ଟ୍ୟାକ୍ସି ଡ୍ରାଇଭର ଜଣଙ୍କ ଜେଲିଭରି ବୟଙ୍କୁ ଘଟଣାସ୍ଥଳରୁ ଛାଡି ଫେରାର ହୋଇଯାଇଥିଲେ ।

ଗତ ରବିବାର ରାତି ପ୍ରାୟ ୧ଟା ସମୟରେ ଏହି ହୃଦୟ ବିଦାରକ ଘଟଣା ଘଟିଥିବା ବେଳେ ତିନି ଦିନ ପରେ ଏହା ସାମ୍ନାକୁ ଆସିଛି । ଏନେଇ ଥାନାରେ ଯୁବକଙ୍କ ପରିବାରର ତରଫରୁ ଅଭିଯୋଗ ପରେ ଘଟଣାର ତନାଘନା କରୁଛି ପୋଲିସ । ଏକ ଟିମ ଗଠନ କରାଯାଇ ତଦନ୍ତ ଜାରି ରହିଛି । ଚିଲ୍ଲା ବର୍ଡର ଠାରୁ ଆରମ୍ଭ କରି ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ପୋଲିସ । ଏହି ଘଟଣାର ଭିଡିଓ ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିନାହିଁ ।

ମୃତ ଡେଲିଭରି ବୟଙ୍କ ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ''ମୃତ ଯୁବକ ଜଣଙ୍କ ନୋଏଡାରେ ଏକ ଫୁଡ ଡେଲିଭରି ସଂସ୍ଥାରେ ଡେଲିଭରି ବୟ ରୂପେ କାର୍ଯ୍ୟ କରୁଥିଲା । ଡାନୁଆରୀ ୧ ତାରିଖ ଦିନ ବିଳମ୍ବିତ ରାତିରେ ଆମେ ତାର ମୋବାଇଲକୁ କଲ କରିଥିଲୁ । କେହି ଅଜଣା ବ୍ୟକ୍ତି ଫୋନ ଉଠାଇ ଓଲା ଡ୍ରାଇଭର ଭାବେ ନିଜକୁ ପରିଚୟ ଦେଇଥିଲେ । ଏହା ପରେ ତୁମର ସମ୍ପର୍କୀୟଙ୍କ ଏଠାରେ ଦୁର୍ଘଟଣା ହୋଇଛି । ସେକ୍ଟର -୧୪ ଫ୍ଲାଏ ଓଭର ନିକଟରେ ଏକ ଅଜଣା ଗାଡି ଧକ୍କା ଦେଇ ଘୋଷାଡି ନେବାରୁ ତାଙ୍କର ମୃତ୍ୟୁ ହୋଇଥିବା କହିଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ମୋ ଭାଇର ମୃତଦେହ ଶନି ମନ୍ଦିର ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲୁ । ଏକ ଅଜଣା ଗାଡି ଧକ୍କା ଦେବା ପରେ ତା’ର ମୃତ୍ୟୁ ଘଟିଥିବା କହିଛନ୍ତି ମୃତ ଯୁବକଙ୍କ ସମ୍ପର୍କୀୟ । ''

ଏହା ମଧ୍ୟ ପଢନ୍ତୁ-UP Hit and Run: ଦୁର୍ଘଟଣା ପରେ ଛାତ୍ରୀଙ୍କୁ 200 ମିଟର ଘୋଷାଡି ନେଲା କାର

ଏନେଇ ନୋଏଡା ଡିଜିପି ହରିଶ ଚନ୍ଦ୍ର କହିଛନ୍ତି ଯେ,'' ବର୍ତ୍ତମାନ ଏହି ଘଟଣାରେ ୧୨ରୁ ଅଧିକ ସିସିଟିଭିକୁ ଯାଞ୍ଚ କରାଯାଇଛି । ଯେଉଁଥିରେ ଏକ ଟ୍ୟାକ୍ସି ଯାଉଥିବା ଦେଖିବାକୁ ମିଳିଛି । ମୃତକଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ପରେ ଧାରା ୨୭୯ ଏବଂ ଧାରା ୩୦୪ A ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି । ଦୁର୍ଘଟଣା ଘଟାଇଥିବା ଗାଡିକୁ ଖୋଜା ଚାଲିଛି । ଖୁବଶୀଘ୍ର ଗାଡିଟିକୁ ଚିହ୍ନଟ କରାଯିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.