ETV Bharat / bharat

ସେନା ଟ୍ରକକୁ ପିଟିଲା ଆଉ ଏକ ଟ୍ରକ: 2 BSF ଯବାନ ମୃତ, 5 ଆହତ - ରାଜସ୍ଥାନରେ ସେନା ଟ୍ରକ ଦୁର୍ଘଟଣା

ରାଜସ୍ଥାନ ବାଡମେର ଜିଲ୍ଲାରେ ଟ୍ରକ ସହ ପିଟି ହେଲା ବିଏସଏଫ ଟ୍ରକ । ଘଟଣାସ୍ଥଳରେ 2 ଯବାନ ମୃତ, 5 ଯବାନ ଆହତ (Two BSF jawans killed in road accident)। ଆହତଙ୍କ ମଧ୍ୟରେ 4 ଗୁରୁତର ସୂଚନା । ଅଧିକ ପଢନ୍ତୁ

ରାଜସ୍ଥାନରେ ଅନ୍ୟଏକ ଟ୍ରକ ସହ ଧକ୍କା ହେଲା ସେନା ଟ୍ରକ: 2 ଯବାନ ମୃତ, 5 ଆହତ

author img

By

Published : Nov 5, 2022, 10:59 PM IST

ଜୟପୁର: ରାଜସ୍ଥାନ ବାଡମେର ଜିଲ୍ଲାରେ ଅନ୍ୟ ଏକ ଟ୍ରକ ସହ ସୀମା ସୁରକ୍ଷା ବଳ (ବିଏସଏଫ) ଯବାନଙ୍କୁ ନେଇଯାଉଥିବା ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ 2 ଯବାନ ପ୍ରାଣ ହରାଇବା (Two BSF jawans killed in road accident) ସହ 5 ଜଣ ଯବାନ ଆହତ ହୋଇଛନ୍ତି । ଗତକାଲି (ଶୁକ୍ରବାର) ରାତିରେ ଜିଲ୍ଲାର ଚାଉଳ ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଆହତ ଯବାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 5 ଆହତଙ୍କ ମଧ୍ୟରୁ 4 ଜଣ ଯବାନଙ୍କ ଅବସ୍ଥା ଗୁରୁତର ରହିଛି ।

ମିଳିଥିବା ସୂଚନା ଅନୁସାରେ, ଗତକାଲି (ଶୁକ୍ରବାର) ବାଡମେର-ଚୌହଟନ ରାସ୍ତାରେ ଏକ ସୀମା ସୁରକ୍ଷା ବଳ(BSF) ଯବାନଙ୍କୁ ନେଇ ଯାଉଥିବା ଟ୍ରକ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁଇଜଣ ବିଏସଏଫ ଯବାନ ଘଟଣାସ୍ଥଳରେ ହି ପ୍ରାଣ ହରାଇଥିଲେ । ଅନ୍ୟ 5 ଜଣ ଗୁରୁତର ଯବାନଙ୍କୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ହସ୍ପିଟାଲ ଓ ପରେ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତରଣ କରାଯାଇଥିଲା ।

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ବାରମେର ଜିଲ୍ଲାପାଳ ଓ ସ୍ଥାନୀୟ ଉପଖଣ୍ଡ ଅଧିକାରୀ (ସବ-ଡିଭିଜନାଲ ଅଫିସର) ଘଟଣାସ୍ଥଳରେ ପହଞ୍ଚି ବିଏସଏଫ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସହ ହସ୍ପିଟାଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଆହତ ଯବାନଙ୍କୁ ତ୍ବରିତ ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.