ETV Bharat / bharat

‘ମନ୍ଦିର ଗୁଲାମି ମାନସିକତାର ମାର୍ଗ’: ବିବାଦରେ RJD ବିଧାୟକଙ୍କ ସନାତନ ଧର୍ମ ବିରୋଧୀ ବ୍ୟାନର

author img

By ETV Bharat Odisha Team

Published : Jan 2, 2024, 6:34 AM IST

RJD MLA Attack On Temple: ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସନାତନ ଓ ମନ୍ଦିର ବିରୋଧୀ ମନ୍ତବ୍ୟ ସହ ବ୍ୟାନର ମାରିଲେ ଆରଜେଡି ବିଧାୟକ । ଲେଖାଯାଇଛି ମନ୍ଦିର ଅନ୍ଧବିଶ୍ବାସ ଓ ମାନସିକ ଦାସତ୍ବର ମାର୍ଗ । ଅଧିକ ପଢନ୍ତୁ

‘ମନ୍ଦିର ଗୁଲାମି ମାନସିକତା ଓ ପାଖଣ୍ଡର ମାର୍ଗ’: RJD ବିଧାୟକ ମାରିଲେ ସନାତନ ଧର୍ମ ବିରୋଧୀ ବ୍ୟାନର

ପାଟନା: ଚଳିତ ମାସରେ ରାମ ଜନ୍ମଭୂମି ଅଯୋଧ୍ୟାରେ ହେବାକୁ ଯାଉଥିବା ଶ୍ରୀ ରାମଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍କଣ୍ଠା ବଢିବାରେ ଲାଗିଥିବା ବେଳେ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ସହ ବିବାଦକୁ ଆସିଛନ୍ତି ବିହାରର ଜଣେ ବିଧାୟକ । ରାଜ୍ୟରେ ଶାସନରେ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ବିଧାୟକ ଫତେହ ବାହାଦୂର ହିନ୍ଦୁ ଧର୍ମ ଓ ମନ୍ଦିରକୁ ବିରୋଧ କରି ବିବାଦୀୟ ବ୍ୟାନର ଲଗାଇଛନ୍ତି । ଏଥିରେ ମନ୍ଦିର ଓ ସ୍କୁଲକୁ ତୂଳନା କରାଯାଇଥିବା ବେଳେ ମନ୍ଦିରକୁ ଅନ୍ଧବିଶ୍ବାସ ଓ ଗୁଲାମି ମାନସିକତାର କେନ୍ଦ୍ର ଭାବେ ବିବେଚନା କରାଯାଇଛି । ବିଶିଷ୍ଟ ନାରୀ ସମାଜସେବୀ ତଥା ଶିକ୍ଷାବିତ ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ କାର୍ଯ୍ୟକ୍ରମ ପାଇଁ ଏହି ବ୍ୟାନର ଲଗାଯାଇଛି । ପାଟନାର ରାବିଡି ନିବାସ ବାହାରେ ଏହି ବ୍ୟାନର ଲାଗିଥିବା ଦେଖାଯାଇଛି । ଏଥିରେ ଦଳୀୟ ନେତା ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସହ ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ରାବିଡି ଦେବୀଙ୍କ ଫଟୋ ଚିତ୍ର ମଧ୍ୟ ରହିଛି ।

ବ୍ୟାନରରେ କ’ଣ ଲେଖାଯାଇଛି :-

ଏହି ବ୍ୟାନର ମାଧ୍ୟମରେ ଆରଜେଡି ବିଧାୟକ ଫତେହ ବାହାଦୂର ସିଂ ହିନ୍ଦୁତ୍ବ ଓ ମନ୍ଦିରର ପୂଜାର୍ଚ୍ଚନା ଅବଧାରଣାକୁ କଡା ସମାଲୋଚନା କରିଛନ୍ତି । ଏଥିରେ ଲେଖାଯାଇଛି ଯେ, ‘‘ମନ୍ଦିରର ଅର୍ଥ ହେଉଛି ମାନସିକ ଦାସତ୍ୱ ଓ ବିଦ୍ୟାଳୟର ଅର୍ଥ ହେଉଛି ଜୀବନରେ ଆଲୋକର ପଥ । ଯେତେବେଳେ ମନ୍ଦିର ଘଣ୍ଟି ବାଜୁଛି, ଏହା ଆମକୁ ଏକ ବାର୍ତ୍ତା ଦେଇଥାଏ ଯେ ଆମେ ଅନ୍ଧବିଶ୍ୱାସ, ମୂର୍ଖତା ଓ ଅଜ୍ଞତା ଆଡକୁ ଯାଉଛୁ । ଯେତେବେଳେ ସ୍କୁଲ ଘଣ୍ଟି ବାଜୁଛି, ଆମେ ବାର୍ତ୍ତା ପାଇଥାଉ ଯେ ଆମେ ଯୁକ୍ତିଯୁକ୍ତ ଜ୍ଞାନ ଏବଂ ବୈଜ୍ଞାନିକ ଜ୍ଞାନ ସହ ଆଲୋକ ଦିଗରେ ଯାତ୍ରା କରୁଛୁ । ବର୍ତ୍ତମାନ ତୁମେ କେଉଁଠାକୁ ଯିବା ଉଚିତ୍ ତାହା ସ୍ଥିର କର ।’’

ଆରଜେଡିକୁ ଟାର୍ଗେଟ କଲା ବିଜେପି:-

ବ୍ୟାନର ସାମ୍ନାକୁ ଆସିବା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି । ନିକଟରେ ଜେଡିୟୁ ପରାମର୍ଶଦାତା କେ.ସି ତ୍ୟାଗୀ ଅଯୋଧ୍ୟାରୁ ନିମନ୍ତ୍ରଣ ପାଇବା ପରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବା ସମ୍ପର୍କରେ ମତ ଦେଇଥିଲେ । ଅନ୍ୟପକ୍ଷରେ ସରକାରଙ୍କ ସହଯୋଗୀ ଦଳ ଭାବେ ଥିବା ଲାଲୁଙ୍କ ଆରଜେଡିର ଜଣେ ବିଧାୟକଙ୍କର ଏପରି ବିବାଦୀୟ ବ୍ୟାନର ଉତ୍ତେଜନା ସୃଷ୍ଟି କରିଛି । ଜେଡିୟୁ ମୁଖପାତ୍ର ନୀରଜ କୁମାର ମଧ୍ୟ ଆରଜେଡି ବିଧାୟକଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.