ETV Bharat / bharat

ଦିଦିଙ୍କ ପାଇଁ ଜୀବନ ଦେବାକୁ ପ୍ରସ୍ତୁତ ତେଜସ୍ବୀ ! - ତେଜସ୍ବୀ ଯାଦବ

ନିଜ ଗଡ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିରେ ତାଙ୍କୁ ଆରଜେଡି ମୁଖିଆ ତେଜସ୍ବୀ ଯାଦବଙ୍କର ମିଳିଛି ସହଯୋଗ । କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରି ନିର୍ବାଚନରେ ସହଯୋଗ କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି ତେଜସ୍ବୀ । ଅଧିକ ପଢନ୍ତୁ...

ଦିଦିଙ୍କ ପାଇଁ ଜୀବନ ଦେଇଦେବାକୁ ପ୍ରସ୍ତୁତ ତେଜସ୍ବୀ

author img

By

Published : Mar 1, 2021, 7:35 PM IST

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପଦିନ ବାକି ରହିଛି । ନିର୍ବାଚନ ତାରିଖ ମଧ୍ୟ ଘୋଷଣା ହୋଇସାରିଛି । ନିଜ ଗଡ ବଞ୍ଚାଇବାକୁ ପ୍ରୟାସ ଜାରି ରଖିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏହିକ୍ରମରେ ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି ଆରଜେଡି ମୁଖିଆ ତେଜସ୍ବୀ ଯାଦବ । କୋଲକାତାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ସାକ୍ଷାତ କରିଛନ୍ତି ତେଜସ୍ବୀ ।

ସୂଚନା ଅନୁଯାୟୀ, ବିହାରରୁ ଆସିଥିବା ଲୋକେ ଯେଉଁ ବିଧାନସଭା କ୍ଷେତ୍ରରେ ଅଧିକ ଅଛନ୍ତି, ଏଭଳି 4ରୁ 7ଟି ଆସନରେ ତୃଣମୂଳ କଂଗ୍ରେସ ଆରଜେଡିକୁ ସାଥିରେ ନେଇ ଆଗକୁ ଯାଇପାରେ । ମମତା ବାନାର୍ଜୀଙ୍କୁ ସାକ୍ଷାତ ପରେ ତେଜସ୍ବୀ ଯାଦବ କହିଛନ୍ତି, ଲାଲୁ ଯାଦବ ଦିଦିଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ କହିଛନ୍ତି ।

ତେଜସ୍ବୀ କହିଛନ୍ତି, ଆବଶ୍ୟକ ପଡିଲେ ଆମେ ମମତା ବାନାର୍ଜୀଙ୍କ ସହିତ ଛିଡା ହେବୁ । ବିଜେପିକୁ ବଙ୍ଗଳାରେ କ୍ଷମତା ହାସଲ କରିବାରୁ ରୋକିବା ଆମର ପ୍ରଥମ ପ୍ରାଥମିକତା । ଏହାସହ ତେଜସ୍ବୀ ଆହୁରି ମଧ୍ୟ କହିଛନ୍ତି, କେତେ ଆସନରେ ଆରଜେଡି ନିର୍ବାଚନ ଲଢିବ ତାହା ନିଷ୍ପତ୍ତି ନିଆଯାଇନାହିଁ । ତେବେ ଦରକାର ପଡିଲେ ମୁଁ ଦିଦିଙ୍କ ପାଇଁ ଜୀବନ ଦେଇଦେବି ବୋଲି କହିଛନ୍ତି ତେଜସ୍ବୀ । ତେବେ ବିହାରରେ ଆରଜେଡି ଯେଉଁ ମେଣ୍ଟରେ ରହିଛି ଏହି ନିର୍ବାଚନରେ ଲଢିବା ପାଇଁ ଏହା ଉପରେ କୌଣସି ପ୍ରଭାବ ପଡିବ ନାହିଁ ।

ଆରଜେଡି ନେତାଙ୍କୁ ଭେଟିବା ପରେ ନିଜ ପ୍ରତିକ୍ରିୟାରେ ମମତା କହିଛନ୍ତି, ତେଜସ୍ବୀ ଜଣେ ଯୁବ ନେତା । ବିହାରରେ ତାଙ୍କୁ ଜିତିବାର ଥିଲା । ଦିଦି କହିଛନ୍ତି ଯେ ମୋର ସମ୍ପୂର୍ଣ୍ଣ ଭରସା ରହିଛି ଯେ ଆଗାମୀ ସମୟରେ ତେଜସ୍ବୀ ନିଶ୍ଚୟ ଜିତିବେ । ମୋର ପୁରା ଆଶୀର୍ବାଦ ରହିଥିବା କହିଛନ୍ତି ଦିଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.