ETV Bharat / bharat

ମଙ୍ଗଳବାର ‘ଇଣ୍ଡିଆ’ ମେଣ୍ଟ ବୈଠକ: ଦିଲ୍ଲୀ ଗଲେ ଲାଲୁ-ତେଜସ୍ବୀ

author img

By ETV Bharat Odisha Team

Published : Dec 18, 2023, 9:06 PM IST

INDIA Alliance Meeting: କାଲି ଦିଲ୍ଲୀରେ ମେଣ୍ଟର 4ର୍ଥ ବୈଠକ । ଦିଲ୍ଲୀରେ ପହଞ୍ଚିବାରେ ଲାଗିଛନ୍ତି ବିରୋଧୀ । ଲାଲୁ କହିଲେ, ମୋଦି କି’ଏ, ଏକାଠି ଲଢି ହରାଇବୁ । ଦିଦି କହିଲେ ନିର୍ବାଚନ ସରିଲେ ପ୍ରଧାନମନ୍ତ୍ରୀ ଘୋଷଣା । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟ ବୈଠକ ପାଇଁ ଦିଲ୍ଲୀ ଗଲେ ଲାଲୁ-ତେଜସ୍ବୀ

ନୂଆଦିଲ୍ଲୀ: ଆସନ୍ତାକାଲି ଦିଲ୍ଲୀରେ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଚତୁର୍ଥ ବୈଠକ ବସିବାକୁ ଯାଉଛି । ମେଣ୍ଟ ସହଯୋଗୀ ଦଳର ନେତାମାନେ ଦିଲ୍ଲୀ ଗସ୍ତ କରିବା ଆରମ୍ଭ କରିଛନ୍ତି । ଏମାନଙ୍କ ମଧ୍ୟରେ କେତେକ ପହଞ୍ଚି ମଧ୍ୟ ସାରିଲେଣି । ବିହାରରେ ଶାସନରେ ଥିବା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସଭାପତି ଲାଲୁ ଯାଦବ, ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ମେଣ୍ଟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି । ପାଟନା ବିମାନ ବନ୍ଦରରେ ଗଣମାଧ୍ୟମ ପ୍ରଶ୍ନରେ ଲାଲୁ କହିଛନ୍ତି, ସମସ୍ତ ବିରୋଧୀ ଦଳର ନେତା ଏକାଠି ହୋଇ ଏଭଳି ରଣନୀତି କରିବେ, ଯାହା ଦ୍ବାରା 2024 ଲୋକସଭା ନିର୍ବାଚନରେ ​​ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ପରାସ୍ତ ହେବାକୁ ପଡିବ ।

ତେବେ ଲାଲୁ ଗଣମାଧ୍ୟମ ପ୍ରତିନିଧିଙ୍କର ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କିତ ପ୍ରଶ୍ନରେ ରାଗି ଯାଇଥିଲେ । ଗଣମାଧ୍ୟମ ବାରମ୍ବାର ମୋଦିଙ୍କ ପ୍ରଶ୍ନ କରୁଛି ବୋଲି ଲାଲୁ କହିଥିଲେ । ଲାଲୁ କହିଥିଲେ,‘‘ ଆପଣମାନେ ସର୍ବଦା ସମାନ ପ୍ରଶ୍ନ ପଚାରନ୍ତି ଯେ ଆମେ କିପରି ନରେନ୍ଦ୍ର ମୋଦିଙ୍କୁ ପରାସ୍ତ କରିପାରିବୁ ? ନରେନ୍ଦ୍ର ମୋଦି କି’ଏ ? ଆମେ ଏକାଠି ନିର୍ବାଚନ ଲଢିବୁ, ଆଉ ସେମାନଙ୍କୁ ପରାସ୍ତ କରିବୁ । ମିଳିତ ବୈଠକରେ ଆମେ ଏହା ଉପରେ ଆଲୋଚନା କରିବୁ ଓ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛୁ ।

ଡିସେମ୍ବର ୬ ତାରିଖରେ ସ୍ଥିରିକୃତ ହୋଇଥିବା ବୈଠକ ବାତିଲ ପରେ ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଛି । ବୈଠକରେ କ’ଣ ଏଜେଣ୍ଡା ରହିବ, ତାହା ଆନୁଷ୍ଠାନିକ ଭାବେ ପ୍ରକାଶ କରାଯାଇନଥିଲେ ମଧ୍ୟ ଆସନ ବୁଝାମଣା ନେଇ ମୁଖ୍ୟତଃ ଆଲୋଚନା ହୋଇପାରେ । ତେବେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଦିଗ ହେଉଛି ମେଣ୍ଟର ଆବାହକ ଘୋଷଣା ହେବା, ଯହା ଏପର୍ଯ୍ୟନ୍ତ ହୋଇନି ।

ଏହା ମଧ୍ୟ ପଢନ୍ତୁ :- ଇଣ୍ଡିଆ ମେଣ୍ଟ ବୈଠକ ପୂର୍ବରୁ କେଜ୍ରିୱାଲ-ମମତା ଭେଟ୍ ଘାଟ୍: ଦିଦିଙ୍କ ପ୍ରତିକ୍ରିୟା 'ନିର୍ବାଚନ ପରେ ପିଏମ୍ ଚେହେରା'

ଅନ୍ୟପଟେ ପ୍ରଧାନମନ୍ତ୍ରୀ ଚେହେରା ନେଇ ଚର୍ଚ୍ଚା ଓ ଅନୁମାନ ଜାରି ରହିଥିଲେ ସୁଦ୍ଧା ଏ ଦିଗରେ ଆଜି ମେଣ୍ଟର ଅନ୍ୟତମ ପ୍ରମୁଖ ନେତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି ନିର୍ବାଚନ ଫଳାଫଳ ଆସିସାରିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ସେ ନେଇ ନିଷ୍ପତ୍ତି ହେବ । ତେଣୁ ଏହା ପ୍ରାୟତଃ ସ୍ପଷ୍ଟ ହୋଇଛି ଯେ, ମେଣ୍ଟ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଚେହେରା ଘୋଷଣା କରିବ ନାହିଁ । କେବଳ ଆସନ ବୁଝାମଣାକୁ ସନ୍ତୁଳିତ ଭାବେ ଶେଷ କରି ବିଜେପିର ବିଭିନ୍ନ ନୀତି ବିରୋଧରେ ନିର୍ବାଚନ ଲଢିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.